ପ୍ରଭୁଦତ୍ତ ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର, ତା.୨୮.୫.୧୮ (ଓଡ଼ିଆ ପୁଅ) – ପ୍ରସିଦ୍ଧ ରଙ୍ଗବତୀ ଗୀତର ସ୍ଵର ସଂଯୋଜକ ପ୍ରଭୁଦତ୍ତ ପ୍ରଧାନଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଵର୍ଗତ ପ୍ରଧାନଙ୍କୁ ଜଣେ ପ୍ରତିଭାବାନ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ବର୍ଣ୍ଣନା କରିଛନ୍ତି। ସାରା ଦେଶ ତଥା ବିଶ୍ବର କୋଣ ଅନୁକୋଣରେ ରଙ୍ଗବତୀ ଗୀତର ବିପୁଳ ଲୋକପ୍ରିୟତା ସ୍ୱର୍ଗତ ପ୍ରଧାନଙ୍କ ବିରଳ ସାଂଗିତିକ ପ୍ରତିଭାର ପରିଚୟ ବହନ କରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *