ଆନ୍ତର୍ଜାତୀୟ

ପ୍ରବାସୀ ଭାରତୀୟମାନଙ୍କ ଭାରତ-ବିକାଶ ଫାଉଣ୍ଡେସନ ବନ୍ଦ କରିବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ

ନୂଆଦିଲ୍ଲୀ ୨୨-୩ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ବିଦେଶରେ ରହୁଥିବା ଭାରତୀୟମାନଙ୍କ ଭାରତ ବିକାଶ ଫାଉଣ୍ଡେସନ (ଆଇଡିଏଫ-ଓଆଇ)କୁ ବନ୍ଦ କରିବା ପ୍ରସ୍ତାବ ଅନୁମୋଦିତ ହୋଇଛି। ଯାହାଦ୍ୱାରା ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ସ୍ୱଚ୍ଛ ଭାରତ ମିଶନ ଭଳି ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଲାଗି ପ୍ରବାସୀ ଭାରତୀୟମାନଙ୍କ ଯୋଗଦାନ ଦିଗରେ ଏକ ତାଳମେଳ ରଖାଯାଇପାରିବ।

ସୂଚନାଯୋଗ୍ୟ ଯେ, ସରକାର ୨୦୦୮ରେ କ୍ୟାବିନେଟ ମଞ୍ଜୁରି ପରେ ଆଇଡିଏଫ-ଓଆଇ ପ୍ରତିଷ୍ଠା କରିଥିଲେ। ଏହା ଏକ ଅଣଲାଭକାରୀ ନ୍ୟାସ ଥିଲା। ଏହାମାଧ୍ୟମରେ ପ୍ରବାସୀ ଭାରତୀୟଙ୍କଠାରୁ ଭାରତର ସାମାଜିକ ଏବଂ ବିକାଶ ପ୍ରକଳ୍ପ ଲାଗି ସ୍ୱେଚ୍ଛାକୃତ ଯୋଗଦାନ ଗ୍ରହଣ କରିବା ଲାଗି ଲକ୍ଷ୍ୟ ରଖାଯାଇଥିଲା। ହେଲେ ଏହି ଫାଉଣ୍ଡେସନକୁ ଡିସେମ୍ବର ୨୦୦୮ ଠାରୁ ମାର୍ଚ୍ଚ ୨୦୧୫ ମଧ୍ୟରେ ମାତ୍ର ୩୬.୮୦ ଲକ୍ଷ ଟଙ୍କା ମିଳିଥିଲା। ତେବେ ଏପ୍ରିଲ ୨୦୧୫ ଏବଂ ମାର୍ଚ୍ଚ ୨୦୧୮ ମଧ୍ୟରେ ଏହି ନ୍ୟାସକୁ ଯେଉଁ ୧୦.୧୬ କୋଟି ଟଙ୍କା ମିଳିଥିଲା ସେଥିମଧ୍ୟରୁ ଅଧିକାଂଶ ଅର୍ଥ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ସ୍ୱଚ୍ଛ ଭାରତ ମିଶନ ସହ ଜଡିତ ଥିଲା।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top