ad
ଓଡ଼ିଶା

ପ୍ରବାସୀ ଓଡ଼ିଆଙ୍କୁ ନବୀନଙ୍କ ଦୀପାବଳି ଭେଟି: ପ୍ରବାସୀ ଓଡ଼ିଆଙ୍କୁ ମିଳିବ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଚିକିତ୍ସା ସୁବିଧା

ଭୁବନେଶ୍ୱର,୨୭।୧୦(ଓଡ଼ିଆ ପୁଅ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାରଦିନ ସଚିବାଳୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସମୀକ୍ଷା କରି ଏହି ଯୋଜନାରେ ହିତାଧିକାରୀଙ୍କ ପାଇଁ ଉପଯୋଗୀ ହୋଇପାରିଥିବା ଜଣାପଡିଛି। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆୟୁଷ୍ମାନ ଭାରତ ଯୋଜନା ଠାରୁ ଏଧିକ ସଫଳ ହୋଇଥିବା କଥା କୁହାଯାଉଛି। ଆଜି ସରକାର ଘୋଷଣା କରିଛନ୍ତିଯେ, ଅଗଷ୍ଟ ୧୫ରୁ ରାଜ୍ୟ ସରକାରଙ୍କ ଏହି ଯୋଜନାରେ ଏକ କୋଟି ହୀତାଧିକାରୀ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି। ଏହି ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ଓଡ଼ିଶା ବାହାରେ ରହୁଥିବା ଓଡ଼ିଶାର ଲୋକମାନେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇପାରିବେ। ହିତାଧିକାରୀମାନେ ରାଜ୍ୟ ବାହାରର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କର ସରକାରୀ ଚିକିତ୍ସାଳୟରେ ଏହି ଚିକିତ୍ସା ସୁବିଧା ପାଇପାରିବେ। ଚିକିତ୍ସା ଖର୍ଚ୍ଚ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦାଖଲ କରାଯିବ। କ୍ୟାନସର, ହାର୍ଟ ଏବଂ କିଡ୍‌ନୀ ରୋଗର ଚିକିତ୍ସା ପାଇଁ ହିତାଧିକାରୀଙ୍କ ପାରିବାରିକ ଆୟର ସୀମା ବାର୍ଷିକ ୧ ଲକ୍ଷରୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ବାହାରେ ରେଫରାଲ, ଡାକ୍ତରଖାନାରେ ଚିକିତ୍ସା ପାଇଁ ଯିବାକୁ ଚାହୁଁଥିବା ରୋଗୀଙ୍କୁ ୨ହଜାର ଟଙ୍କା ଯାତାୟତ ଖର୍ଚ୍ଚ ଭାବରେ ପ୍ରଦାନ କରାଯିବ। ଏହା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା ଦିଆଯିବ।

ସୂଚନାଯୋଗ୍ୟଯେ, ଗତ ୨ ମାସ ମଧ୍ୟରେ ୧ କୋଟି ୧୦ ଲକ୍ଷ ମାମଲାରେ ସହାୟତା ଯୋଗାଇ ଦିଆଯାଇଛି। ଏହି ବୈଠକରେ ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ସ୍ବାସ୍ଥ୍ୟ ସଚିବ, ମିଶନ ଶକ୍ତିର ନିର୍ଦ୍ଦେଶିକା ପ୍ରମୁଖ ଉପସ୍ଥିତ ଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top