ଓଡ଼ିଶା

ପ୍ରବଳ ଶୀତ: ଥରୁଛି ଓଡ଼ିଶା – ଫୁଲବାଣିରେ ୪ ଡିଗ୍ରୀ

ଭୁବନେଶ୍ୱର ୯-୧ (ଓଡ଼ିଆ ପୁଅ) ଶୀତରେ ଥରୁଛି ଓଡ଼ିଶା। ଶୀତ ସାଙ୍ଗକୁ କେଉଁ କେଉଁ ସ୍ଥାନରେ କୋହଲା ପବନ। ଶୀତକୁ ବଢାଇ ଦେଇଛି ଏହି କୋହଲା ପବନ। ସୂଚନାରୁ ଜଣାପଡ଼ିଛିଯେ, ରାଜ୍ୟର ଅର୍ଦ୍ଧାଧିକ ଜିଲା ଅର୍ଥାତ୍ ପ୍ରାୟ ୧୫ଟି ଡିଲାରେ ୧୦ ଡଗ୍ରୀ ତଳକୁ ପାରଦ ଖସି ଆସିଥିବା ଜଣାପଡ଼ିଛି। ଏପରିକି ଫୁଲବାଣିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିଅସ୍ ଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ୱର ଏବମଂ କଟକରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି। ଭୁବନେଶ୍ୱରରେ ସର୍ନିମ୍ନ ତାପମାତ୍ର ୧୧.୫ ଡିଗ୍ରୀ ସେଲସିଅସ୍ ଧିବା ବେଳେ କଟକର ତାପମାତ୍ରା ୧୦ ଡିଗ୍ରୀ ସେଲସିଅସ୍ ଥିଲା। ସେହିପରି ପଶ୍ଚିମ ଓଡ଼ିଶାରେ ଶୀତର ପ୍ରକୋପରେ ଲୋକମାନେ ନାହିଁ ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

କେଉଁ କେଉଁ ସ୍ଥାନରେ ଲୋକମାନେ ଏକାଠି ବସି ନିଆଁ ପୁଉଁ ଥିବାର ଦେଖିବାକୁ ମିଳୁଛି ତ କେଉଁ କେଉଁ ସ୍ଥାନରେ ଲୋକମାନେ ଶାତର ମଜା ନେଉଥିବା ଦେଖାଯାଉଛି। ଶୀତରେ ଚା’ ପିଇବାର ମଜା ଏବଂ ଚା’ ସହିତ ଖଟିଟି ଜମିଯାଉଛି ଛକ ଚା’ ଦୋକାନମାନଙ୍କରେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top