ଜିଲ୍ଲା ପରିକ୍ରମା

ପ୍ରବଳ ବର୍ଷା ଓ କଡାସୁରକ୍ଷା ମଧ୍ୟରେ ମାଲକାନଗିରି ଜିଲ୍ଲାରେ ୭୨ ତମ ସ୍ୱାଧୀନତା ଦିବସ ପାଳନ,ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଙ୍କ ଭୁମିକା ଗୁରତ୍ୱପୁର୍ଣ୍ଣ

ମାଲକାନଗିରି,୧୫ା୮(ଓଡିଆ ପୁଅ )  ଆଦିବାସି ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ପ୍ରବଳବର୍ଷା ଓ କଡା ପୋଲିସ ସୁରକ୍ଷା ବ୍ୟାବସ୍ଥା ମଧ୍ୟରେ ୭୨ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଯେଉଁ ମହାନ ମାନବ,ବରପୁତ୍ର ନିଜର ଅସୀମତ୍ୟାଗ,ଆତ୍ମବଳୀ ପ୍ରତିଦାନରେ ଆମପାଇଁ ସ୍ୱାଧୀନ ଅଣି ଭାରତକୁ ଏକସାର୍ବଭୌମ ଗଣତାନ୍ତ୍ରୀକ ରାଷ୍ଟ୍ରରେ ପରିଣତ କରିଛନ୍ତି ସେମାନେ ଆମର ଏବେ ବି ଚିରସମ୍ମରଣୀୟ । ଭିନ୍ନତା ମଧ୍ୟରେ ଏକତା ଆମ ଦେଶର ପରିଚୟ,ଅନେକ ଜାତି,ଭାଷା, ଧର୍ମ,ବିଶ୍ୱାସ, ସଂସ୍କୃତି,ପମ୍ପରାକୁ ଆମେ ବଜାଇରଖିବା । ମାଲକାନଗିରି ଜିଲ୍ଲାହେଉଛି ସଂଗ୍ରାମୀ ଶହୀଦ ଲକ୍ଷ୍ମଣନାୟକଙ୍କ ମାଟି,ସେ ଦେଶକୁ ଇଂରେଜଙ୍କ କବଳରୁ ଉଦ୍ଧାରକରିବା ପାଇଁ ଶହୀଦ ହୋଇଗଲେ, ଏହିମାଟିରେ ଅନେକ ସଂଗ୍ରାମିଙ୍କର ରକ୍ତ ପ୍ରଭାବିତି ହେଉଛି,ଜିଲ୍ଲା ଆଗକୁ ଯିବାକୁ ହେଲେ ସମସ୍ଥଙ୍କର ସହ ଯୋଗର ହାତ ଦରକାର ବୋଲି ସ୍ଥାନିୟ ଦଣ୍ଡକାରଣ୍ୟ ମଇଦାନ ଠାରେ ଅନୁଷ୍ଟିତ ଜିଲ୍ଲାସ୍ତରୀୟ ୭୨ତମ ସ୍ୱାଧୀନତାଦିବସ ଅବସରରେ ସୁଚନା ପ୍ରଯୁକ୍ତି ଓ କ୍ରୀଡା ଯୁବବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ ସହ ସମବେତ ଜନତାଙ୍କୁ ସମ୍ବୋଧନ କରିଥିଲେ ।

ଭାରତର ସ୍ୱାଧିନତା ପ୍ରାପ୍ତି ବିଶାଳ ଇତିହାସରେ  ଏକ ଉଲ୍ଲେଖନୀୟ ଘଟଣା,ମୁକ୍ତି କାମୀ ଲକ୍ଷ ଲକ୍ଷ ସଂଗ୍ରାମୀ ଙ୍କ ଆନ୍ଦୋଳନ ସହିତ ସ୍ୱାଧୀନତା ସଂଗ୍ରାମ ରେ ଆଦିବାସୀ ଙ୍କ ଭୁମିକା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ ଥିଲା, ସେଥିମଧ୍ୟରୁ ଶହିଦ ଲକ୍ଷ୍ମଣ ନାୟକ,ତାମାଦୋରା ଙ୍କ ପରି ଅନେକ ସଂଗ୍ରମୀ ବଳିପଡିଛନ୍ତି, ତାଙ୍କୁ ମନେପକାଇ ଆମେ ତାଙ୍କସ୍ମୁତିଚାରଣ କରିବା ଦରକାର,ହିସାଂକୁ ପରିହାର କରି ନୂତନ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ସମସ୍ତେ ମିଳି ମିଶି କାମକରିବା ଆବଶ୍ୟକ ବୋଲି ମୁଖ୍ୟଅତିଥି କହିଥିଲେ ।  ପ୍ରବଳବର୍ଷା ଯୋଗୁଁ  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଏହି ଜିଲ୍ଲାସ୍ତରୀୟ  ପ୍ୟାରେଡରେ କୌଣସି ସ୍କୁଲ କଲେଜ ଛାତ୍ର ଛାତ୍ରୀ ଭାଗନେଇ ନଥିଲେ । କେବଳ ପୁଲିସ ବ୍ୟାଣ୍ଡପାର୍ଟୀ ସହିତ ପୁଲିସ ବିଭାଗର ମୋଟ ୩ ଟି ଦଳ ପ୍ୟାରେଡରେ ଭାଗ ନେଇଥିଲେ । ସର୍ବଶିକ୍ଷା ଅଭିଯାନ, ଜଳ ଓ ପରିମଳ ବିଭାଗ,ସ୍ୱଚ୍ଛଭାରତ ଅଭିଯାନ,କୃଷିବିଭାଗ,ଉଦ୍ୟାନବିଭାଗ ର ପ୍ରଜ୍ଞାପନ ମେଢ ପ୍ରଦର୍ଶନ ହୋଇଥିଲା । ଏହି ଅବସରରେ ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ମାନସକୁମାର ମିଶ୍ର ମଚଂ ପରିଚାଳନା କରିଥିବା ବେଳେ ରିର୍ଜଭ ପୁଲିସ ଇନିସପେକ୍ଟର ଶ୍ୟାମସୁନ୍ଦର ସୋରେନ ପ୍ୟାରେଡ୍ ପରିଚାଳନା କରିଥିଲେ  । ଅନ୍ୟାନ ମାନଙ୍କ ମଧ୍ୟରେ ବିଧାୟକ ମାନସ ମାଡକାମି,ଜିଲ୍ଲାପାଳ ମନୀଷ ଅଗ୍ରଓ୍ୟାଲ,ଏସପି ଜଗମୋହନ ମିନା,ଜିଲ୍ଲାପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି,ଉପାଧ୍ୟକ୍ଷା ସୁଲତା ମଣ୍ଡଳ, ଉପଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା,ଏସଡିପିଓ ଶ୍ରବଣ ବିବେକ,ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ସତପଥି, ଏସଡିପିଓ ମାନସରଜଂନ ବାରିକ, ପୁର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଗଙ୍ଗାଧରବରୁଦା,ସାହିତ୍ୟ ଏକାଡେମୀ ସଦସ୍ୟ ରତ୍ନାକରଦାଶ, ସିଡିଏମଓ ଡା. ଅଜିତକୁମାର ମହାନ୍ତି,ବିଡିଓ ବିରଚିଂନାରାୟଣ ଦରଓ୍ୟାନ, ମାଲକାନଗିରି ଥାନା ଆଇଆଇସି ସୌମେନ୍ଧୁ ଶେଖର ତ୍ରୀପାଠୀ, ପ୍ରମୁଖ ଜିଲ୍ଲାସ୍ତରୀୟ ଅଧିକାରୀ ,ବରିଷ୍ଟନାଗରିକ, ସାମ୍ବାଦିକ, ବୁଦ୍ଧିଜିବୀ, ଶିକ୍ଷାବିତ,ବିଶିଷ୍ଟ ବ୍ୟକ୍ତିମାନେ  ଯୋଗଦେଇଥିଲେ । ସ୍ୱାଧୀନତା ଦିବସ ଅବସରରେ ପ୍ୟାରେଡ ସ୍ଥଳରେ ବ୍ୟାପକ କଢାପୋଲିସ ସୁରକ୍ଷାସହିତ ସିମାସୁରକ୍ଷା ବାହିନିଙ୍କୁ ମୁତୟନକରା ଯାଇଥିଲା, ଚଳିତବର୍ଷ ପ୍ରବଳ ବର୍ଷା ହେବା ଯୋଗୁଁ କୌଣସି ସାଂସ୍କୃତି କାର୍ଯ୍ୟକ୍ରମ ପରିବେଷଣ ହୋଇ ପାରିନଥିଲା ।

ବର୍ଷାରେ ପ୍ୟାରେଡ ସ୍ଥଳ ପାଣିକାଦୁଅରେ ଭରପୁର ହୋଇଯାଇଥିଲା, ମୁଖ୍ୟଅତିଥି  ଛତାଘୋଡାଇ ହୋଇ ପ୍ୟାରେଡ ସ୍ଥଳପରିଦର୍ଶନ କରିଥିଲେ । ଏହି ଅବସରେ ମୁଖ୍ୟଅତିଥି ମନ୍ତ୍ରୀ ଶ୍ରୀ ବେହେରା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉଦଘାଟନ କରି ୧୦ଜଣ ହିତାଧିକାରୀ ଙ୍କୁ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିମା କାର୍ଡ ପ୍ରଦାନକରିଥିଲେ । ମାଲକାନଗିରି ଜିଲ୍ଲାରେ ୬ଲକ୍ଷ ୩୭ହଜାର ଜନ ସଂଖ୍ୟାମଧ୍ୟରୁ ପ୍ରଥମ ପର୍ଯ୍ୟାୟର୧ଲକ୍ଷ ୨୯ହଜାର ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମିଲ କରାଯାଇଛି ।  ପ୍ୟାରେଡ ସରିବା ପରେ ମୁଖ୍ୟଅତିଥି ଜିଲ୍ଲାହସପିଟାଲ ପରିଦର୍ଶନ କରି ରୋଗିମାନଙ୍କୁ ମିଷ୍ଠାନ ଓ ଫଳ ବଟଂନ କରିଥିଲେ । ଏମଭି୪୨ଗ୍ରାମ ଠାରେ ଥିବା ଅନାଥଶ୍ରମ ପରିଦର୍ଶନ କରି ସେଠାକାର ଅନ୍ତେବାସୀଙ୍କ ସହିତ ସେମାନଙ୍କ ସୁବିଧା ଓ ଅସୁବିଧା କଥା ପଚାରି ବୁଝି ସେସଂପର୍କରେ ଆଲୋଚନା କରି ପିଲାମାନଙ୍କୁ ମିଷ୍ଟାନ ବାଟିଂଥିଲେ । ଅପରାହ୍ନରେ ଜିଲ୍ଲାପଳ ଏକାଦଶ ବନାମ ଆରକ୍ଷୀ ଏକାଦଶ ଦଳ ମଧ୍ୟରେ କୌତୁକ ଫୁଟବଲ ପ୍ରତିଯୋଗିତା ଅନୁଷ୍ଟିତ ହୋଇଥିଲା । ଅନୁରୁପ ମାଲକାନଗିରି ଜିଲ୍ଲାସଦର ମହକୁମା ରେ ଥିବା ଜିଲ୍ଲାପାଳ, ଜିଲ୍ଲାପରିଷଦ, ଉପଜିଲ୍ଲାପାଳ, ବ୍ଲକ, ତହସିଲ,ଡିଆରଡିଏ,ସିଡିଏମଓ କାର୍ଯ୍ୟଳୟ,ସବ ର୍ଶିକ୍ଷା ଅଭିଯାନ,ଆଇଟିଡିଏ ବିଭିନ୍ନ ସରକାରି ଅଫିସ ଗୁଡିକରେ ଜାତୀୟ ପତାକା ଉତୋଳନକରା ଯାଇଥିଲା । ଠିକ ସେହିପରି କାଲିମେଳା,ପଡିଆ, ମୋଟୁ, ମାଥିଲି, ଖଇରପୁଟ,ଗୁମ୍ମା, ବାଲିମେଳା, ଚିତ୍ରକୋଣ୍ଡା, କୋରକୁଣ୍ଡା, ବିଭିନ୍ନ ତହସିଲ,ବ୍ଲକ ଓ ସରକାରି  ବେସରକାରି କାର୍ଯ୍ୟାଳୟ ଗୁଡିକରେ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top