ଓଡ଼ିଶା

ପ୍ରବଳ ବର୍ଷାରେ ବେହାଲ ଆଇକନ ସିଟି ଶ୍ରୀକ୍ଷେତ୍ର

ପୁରୀ:୨୧/୭(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ): ଗତ ତିନି ଚାରି ଦିନ ହେବ ସହରରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିଥିବା ଯୋଗୁ ସହରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସହରର ବିଭିନ୍ନ ସାହି, ବସ୍ତି, ଗଳିକନ୍ଦିରେ ବର୍ଷା ପାଣି ଜମି ରହିଥିବାରୁ ଯୋଗୁ ସାଧାରଣ ଜୀବନ ଯାତ୍ରା ଅଚଳ ହୋଇଯାଇଛି। ଗୁଣ୍ଡିଚା ଘର ନିକଟରେ ଜଳ ନିଷ୍କାସନ ପାଇଁ ୨୦ଟି ପମ୍ପ ଲଗାଯାଇଥିଲା। ସର୍ବୋଦୟନଗର, ରାମଚଣ୍ଡୀ ବାଲିକୁଦ ବସ୍ତି, ମାରୁତିନଗର, ସିଦ୍ଧମହାବୀର ଅଞ୍ଚଳ, କଚେରୀ ଛକ, ଫାୟାର ବିଗେଡ ଅଫିସ ସାମ୍ନା, ଦତ୍ତତୋଟା, ସରକାରୀ ବାଳିକା ବିଦ୍ୟାଳୟ ଛକ, ବଳଗଣ୍ଡି, ମାର୍କେଟ ଛକ ଓ ଡାକ୍ତରଖାନା ଛକରେ ବର୍ଷା ପାଣିର ସୁଅ ଛୁଟିଥିଲା। ସାଧାରଣ ଲୋକମାନେ ଜଳବନ୍ଦି ହୋଇ ରହିଯାଇଥିଲେ। ବିଭିନ୍ନ ଲୋକଙ୍କ ଘରେ ମଧ୍ୟ ପାଣି ପଶି ଯାଇଥିବା ଦେଖା ଯାଇଥିଲା। ତୁହାକୁ ତୁହା ବର୍ଷା ଲାଗି ରହିବା ସହ ପବନ ମଧ୍ୟ ବୋହୁଥିଲା। ବେଳାଭୂମି ଅଞ୍ଚଳରେ ମଧ୍ୟ ରାସ୍ତାଘାଟରେ ବର୍ଷାପାଣି ଜମି ରହିଛି। ଆଜି ସମୁଦ୍ର ସମ୍ପୂର୍ଣ୍ଣ ଅଶାନ୍ତ ଓ ଜୁଆରିଆ ରହିଛି। ବର୍ଷା ଯୋଗୁ ବେଳାଭୂମି ଖାଁ ଖାଁ ଲାଗୁଥିଲା। ଜଳ ନିଷ୍କାସନ ପାଇଁ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ସହରର ଜଳ ନିଷ୍କାସନ ବ୍ୟବସ୍ଥା ସୁଧୁରି ପାରିନାହିଁ। ପ୍ରବଳ ବର୍ଷା ଯୋଗୁ କେତେକ ସ୍ଥାନରେ ଘରର କାନ୍ଥ ଭୁଶୁଡି ପଡିଥିଲା। କିନ୍ତୁ ଧନଜୀବନ କ୍ଷତି ହୋଇଥିବା ଖବର ମିଳିନାହିଁ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top