ଜିଲ୍ଲା ପରିକ୍ରମା

ପ୍ରବଳ ବର୍ଷାରେ ଧାନ ଚାଷ ଓ ପରିବା ଚାଷ କ୍ଷତିଗ୍ରସ୍ତ ; ଚିନ୍ତାରେ ଚାଷୀ

ଯାଜପୁର -୨/୯(ଓଡିଆ ପୁଅ/ଏ.ରାଉତ) ଗତ ଗୁରୁବାର ରାତିରେ ପ୍ରବଳ ବର୍ଷା ଯୋଗୁଁ ଧାନ ଚାଷ କ୍ଷତିଗ୍ରସ୍ତ ହେବା ସହ ପରିବା ଚାଷ କ୍ଷତି ହୋଇଥିବା ଦେଖିବାକୁ ମିଳିଛି । ଧାନ କ୍ଷେତରେ ୫ଫୁଟ ଉଚ୍ଚର ବର୍ଷା ଜଳ ନିଷ୍କାସନ ହୋଇନପାରି ଜମି ରହିବା ଫଳରେ ଧାନ ଗଛ ପଚି ନଷ୍ଟ ହୋଇଯିବାର ଆଶଙ୍କା ସୃଷ୍ଟି ହୋଇଛି । ସେହିପରି ବର୍ଷା ଜଳ ମାଡ଼ି ଯିବା ଦ୍ୱାରା ପରିବା ଚାଷ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ପରିବା ଚାଷ କରାଯାଇଥିବା ଜମିରେ ବର୍ଷା ଜଳ ମାଡ଼ି ଯିବା ଯୋଗୁଁ ଜହ୍ନି, ଭେଣ୍ଡି, କାକୁଡ଼ି, କଲରା, ବାଇଗଣ, ଝୁଡ଼ଙ୍ଗ ପ୍ରଭୃତି ପରିବା ଚାଷ ପ୍ରଭାବିତ ହୋଇଛି । ଗଛ ଗୁଡ଼ିକ ବର୍ଷା ଜଳରେ ବୁଡ଼ି ଯାଇଥିବାରୁ ପଚି ନଷ୍ଟ ହେବାର ଆଶଙ୍କା ସୃଷ୍ଟି ହୋଇଛି । ପ୍ରବଳ ବର୍ଷାରେ ବହୁ ରାସ୍ତା ବର୍ଷା ଜଳ ମାଡ଼ି ଯିବାରୁ ଯୋଗାଯୋଗ ବିଛିନ୍ନ ହୋଇଥିବା ଦେଖିବାକୁ ମିଳିଛି । ମାର୍କଣ୍ଡପୁର, କମଳପୁର, ଖଣ୍ଡରା-କମଳପୁର ରାସ୍ତାର ଧନିପୁର ନିକଟରେ ରାସ୍ତା ଉପରେ ବର୍ଷା ଜଳ ମାଡ଼ି ଯାଇ ଯୋଗଯୋଗ ବିଛିନ୍ନ ହୋଇଛି । ଉକ୍ତ ଅଞ୍ଚଳରେ ଦୁଇ ପାଶ୍ୱର୍ ଜମି କ୍ଷେତ ବର୍ଷା ଜଳ ନିଷ୍କାସନ ହୋଇନପାରି ବୁଡ଼ି ରହିିଥିବା ଦେଖିବାକୁ ମିଳିଛି । ଅଗଷ୍ଟ ମାସରୁ ଚାଷୀ ଜମିରେ ଧାନ ରୋଇବା ଶେଷ କରିଥିଲା । ଏପରିକି କେତେକ କ୍ଷେତରେ ଧାନ ତଳି ରୁଆ ହୋଇନଥିବା ଦେଖିବାକୁ ମିଳିଥିଲା । ହଠାତ୍ ଗୁରୁବାର ମଧ୍ୟ ରାତ୍ରରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ଧାନ ଜମି ଓ ପରିବା ଚାଷ ହୋଇଥିବା ଜମିରେ ବର୍ଷା ଜଳ ଲହଡ଼ି ଭାଙ୍ଗୁଥିବା ଦେଖିବାକୁ ମିଳିଛି । ଯାଜପୁର ବ୍ଲକର ମାର୍କଣ୍ଡପୁର, ଧନିପୁର, ବଇଭୂଇଁ, ସାନସୁଆର, ବାସୁଦେବପୁର, ଜାହାନପୁର, ଖଣ୍ଡରା, ସୁଜନପୁର, ରୁଦ୍ରପୁର, ଝାଲପଡ଼ା, ଏରବାଙ୍କ, ନୌପଡ଼ା, ସାହାସପୁର ପ୍ରଭୃତି ଅଞ୍ଚଳରେ ଥିବା ଚାଷ ଜମି ଉପରେ ୫ଫୁଟ ଉଚ୍ଚର ବର୍ଷା ଜଳ ମାଡ଼ି ଯାଇ ଚାଷକୁ ପ୍ରଭାବିତ କରିଛି । ବର୍ଷା ଜଳ ନିଷ୍କାସନ ହୋଇନପାରି ଜମିରେ ଜମି ରହିଥିବା ଯୋଗୁଁ ଧାନ ଚାଷ ଓ ପରିବା ଚାଷ ବିଶେଷ ପ୍ରଭାବିତ ହେବ ବୋଲି କେତେକ ଚାଷୀ କହୁଥିବାର ଶୁଣିବାକୁ ମିଳିଛି । ଯାହା ଧାନ ତଳି ଥିଲା ଜମିରେ ରୁଆ ଯାଇଥିବା ବେଳେ ବର୍ଷା ସେସବୁ ନଷ୍ଟ କରି ଦେଇଥିବା ବେଳେ ଏବେ ତଳି କେଉଁଠାରୁ ଆସିବ ଓ ଚାଷ ଜମିରେ ରୁଆ ହେବ ବୋଲି ଚାଷୀ ଚିନ୍ତାରେ ପଡ଼ିଯାଇଛି । ଗତ କିଛି ମାସ ତଳେ ଲଗାଣ ବର୍ଷା ଯୋଗୁଁ ଧାନ ତଳି ନଷ୍ଟ ହୋଇଯିବା ଯୋଗୁଁ ବହୁ କଷ୍ଟରେ ଚାଷୀ ଚଢ଼ା ଦରରେ ବିହନ ଆଣି ଜମିରେ ବୁଣିଥିଲା ଓ ତଳି ପକାଇ ବିଲରେ ରୋଇଥିଲା । ଏବେ ହଠାତ୍ ପ୍ରବଳ ବର୍ଷା ଯୋଗୁଁ ସେସବୁ ନଷ୍ଟ ହୋଇଯିବା ଯୋଗୁଁ ଏବେ ତଳି କେଉଁଠାରୁ ଆସିବ ଓ ବିହନ କିଏ ଦେବ ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛି । ବର୍ଷା ଯୋଗୁଁ ଧାନ କ୍ଷେତ ଉଜୁଡ଼ି ଯିବା ଯୋଗୁଁ ବହୁ ଚାଷୀ ମୁଣ୍ଡରେ ହାତ ଦେଇ ବସିଥିବା ଦେଖିବାକୁ ମିଳିଛି । ସେହିପରି ବହୁ ଅର୍ଥ ବ୍ୟୟ କରି ଚାଷୀ ଜମିରେ ପରିବା ଚାଷ କରିଥିବା ବେଳେ ବର୍ଷା ଯୋଗୁଁ ବର୍ଷା ଜଳ ନିଷ୍କାସନ ହୋଇନପାରି ଜମିରେ ଜମି ରହିବା ଦ୍ୱାରା ପରିବା ଚାଷ ନଷ୍ଟ ହୋଇଯାଇଥିବା କେତେକ ଚାଷୀ କୋହଭରା କଣ୍ଠରେ ପ୍ରକାଶ କରିଥିବା ଦେଖିବାକୁ ମିଳିଥିଲା ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top