ଜିଲ୍ଲା ପରିକ୍ରମା

ପ୍ରବଳ ବର୍ଷାରେ ଚିତ୍ରକୋଣ୍ଡା ଓ ନାକାମାମୁଡି ଘାଟିରୁ ପଥର ଓ ମାଟି ଅତଡା ଖସିଲା

ମାଲକାନଗିରି,୧୮ା୯ (ଓଡିଆ ପୁଅ) ଗତ ତିନିଦିନ ଧରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାସାଙ୍ଗକୁ ବଜ୍ରପାତ ଘଟି ବହୁତ କ୍ଷୟ କ୍ଷତି ଘଟିଛି । ବିଶେଷ କରି ଚିତ୍ରକୋଣ୍ଡା ଅଚଂଳରେ ଗତ ତିନିଦିନ ଧରି ମୂଷଳଧାରା ରେ ବର୍ଷାହେବାରୁ ବାଲିମେଳା ଚିତ୍ରକୋଣ୍ଡା ମୁଖ୍ୟରାସ୍ତା ଚିତ୍ରକୋଣ୍ଡା ଘାଟି ଓ ବାଲିମେଳା ନାକାମାମୁଡି ଡାଇକ୧,ଟନେଲକ୍ୟାମ୍ପ ରାସ୍ତାର ଘାଟିଗୁଡିକରେ ମାଟି ଅତଡା ସାଙ୍ଗକୁ ବଡବଡ ପଥର ଖସିବା ସହ ଗଛ ଉପୁଡିପଡିଥିଲା ।ଏହାଦ୍ୱାରା ପ୍ରାୟ ୫ଘଟାଂଧରି ଯାତାୟତରେ ବାଧାସୃଷ୍ଟିହୋଇଥିଲା , ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହାନ ଅଟକିରହିଥିଲା,ବର୍ଷା କମିବାପରେ ନିକଟସ୍ଥ ଗ୍ରାମବାସୀ ମାନେ ରାସ୍ତାରୁ ମାଟି ପଥର ଓ ଗଛ ହଟାଇବା ପରେ ସ୍ୱଭାବିକ ଭାବେ ଯାନନବାହନ ଚଳପ୍ରଚଳ ଆରମ୍ଭ ହୋଇଛି  । ସୁଚନା ଯୋଗ୍ୟ ଯେ ଚିତ୍ରକୋଣ୍ଡା ଘାଟି ଓ ନାକାମାମୁଡି ଘାଟି ରାସ୍ତା ମରାମତ ଓ ଗାର୍ଡଓ୍ୟାଲ ନିର୍ମାଣ ନାମରେ ପ୍ରତି ବର୍ଷ ବିଭାଗୀୟ ଅଧିକାରୀ ମାନେ କୋଟି କୋଟି ଟଙ୍କା ଖର୍ଚକରୁଥିବା ବେଳେ ଠିକାଦାର ଓ ଯନ୍ତ୍ରୀ ମାନଙ୍କ ଲାଭଖୋର ମନୋବୃତି ପାଇଁ ଏହି ସବୁ ଘାଟିରାସ୍ତାରେ ଅତ୍ୟନ୍ତ ନିମ୍ମନମାନର କାମହେଉଛି । ଯାହା ପଳରେକି ଘାଟି ରାସ୍ତା କାମ ଦୁଇ ତିନିମାସ ମଧ୍ୟରେ ନଷ୍ଟହୋଇ ରାସ୍ତା ମଝିରେ ବଡବଡ ଗାତସହିତ ରାସ୍ତାଦୁଇପାର୍ଶ୍ବ ଗାର୍ଡଓ୍ୟାଲ ଧୋଇ ହୋଇ ବାରମ୍ବାର ପାହଡରୁ ପଥର ଓ ମାଟି ଅତଡା ଖସି ରାସ୍ତାଜାମ ହେଉଥିବାର ଦେଖିବାକୁ ମିଳୁଛି ।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top