ଜିଲ୍ଲା ପରିକ୍ରମା

ପ୍ରଫେସର ଶ୍ରୀ ଭଗବତ ପ୍ରସାଦ ରଥଙ୍କୁ ସୁରେନ୍ଦ୍ର ସାରସ୍ୱତ ସମ୍ମାନରେ ସମ୍ମାନିତ

ରାୟଗଡା ତା-୦୯/୧୦/୨୦୧୮(ଓଡ଼ିଆ ପୁଅ/ରବିନ୍ଦ୍ର ପାଟଖଣ୍ତାଳ) କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ମେମୋରିଆଲ ଟ୍ରଷ୍ଟ ଏବଂ ରାଜ୍ୟ ଜନଶିକ୍ଷା ଓ ନିରନ୍ତର ଶିକ୍ଷା ସାଧନ କେନ୍ଦ୍ର, ଅଗ୍ରଗାମୀ, ରାୟଗଡା ମିଳିତ କାର୍ଯ୍ୟକ୍ରମରେ ପ୍ରଫେସର ଭଗବତ ପ୍ରସାଦ ରଥଙ୍କୁ ପ୍ରଦାନ କରାଯାଇଛି ତାଙ୍କର ଉତ୍ସର୍ଗଗୀତ ଜୀବନ ପାଇଁ ସୁରେନ୍ଦ୍ର ସାରସ୍ୱତ ସମ୍ମାନ। ଶ୍ରୀଯୁକ୍ତ ରଥ ବାସଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ମେମୋରିଆଲ ଟ୍ରଷ୍ଟ ପରିଚାଳିକା ପ୍ରଫେସର ଲୋପାମୁଦ୍ରା ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରଫେସର ରଥଙ୍କୁ ଜଣେ କୃତବିଦ୍ଯ ମଣିଷ ଭାବରେ ଆଲୋଚନା କରିଥିଲେ। ରାୟଗଡ଼ ପୌରପରିଷଦ ଉପାଧ୍ୟକ୍ଷ ଡ. ନିରଂଜନ ବକ୍ସିପାତ୍ର ଅଙ୍ଗବସ୍ତ୍ର ଶ୍ରୀରଥଙ୍କୁ ପ୍ରଦାନ କରିଥିଲେ। ଏବଂ ଅଗ୍ରଗାମୀର ନିର୍ଦ୍ଦେଶକ ଶ୍ରୀ ଅଚ୍ଯୁତ ଦାସ ମାନପତ୍ର ପ୍ରଦାନ କରିଥିଲେ। ଅଧ୍ଯାପିକା ଡ ବାସନ୍ତୀ ମହାନ୍ତି ପୁଷ୍ପଗୁଚ୍ଛ ଦେଇ ନିଜର କୃତଜ୍ଞତା ଅର୍ପଣ କରିଥିଲେ। ଶ୍ରୀଯୁକ୍ତ ବକ୍ପିପାତ୍ର ପ୍ରଫେସର ରଥଙ୍କର ବହୁମୁଖୀ ଶିକ୍ଷକ ଜୀବନ ବିଷୟରେ ଆଲୋକପାତ କରିଥିଲେ।ଶ୍ରୀ ଅଚ୍ଯୁତ ଦାସ ରାୟଗଡା କାହିଁକି ସମଗ୍ର ଓଡିଶା ପ୍ରଫେସର ରଥଙ୍କୁ ଯେଭଳି ସମ୍ମାନ ପ୍ରଦର୍ଶନ କରାଯିବା କଥା ସେପରି କରିନଥିବା ସମ୍ପର୍କରେ ମତ ଦେଇଥିଲେ। ରାୟଗଡା ମହିଳା ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ଡ ଦୁଷ୍ମନ୍ତ ମହାନ୍ତି ନିଜ ଆଲୋଚନାରେ ପ୍ରଫେସର ରଥଙ୍କ ଜଣେ ଗଭୀର ଜ୍ଞାନ ଦୃଷ୍ଟି ସମ୍ପୂର୍ଣ୍ଣ ତ୍ଯାଗୀ ଅଧ୍ୟାପକ ରୂପେ ଚିତ୍ରଣ କରିଥିଲେ। ଡ ଲୋପାମୁଦ୍ରା ମହାନ୍ତି ସହରାଞ୍ଚଳରେ ଯୁଗଜନ୍ମା ସାହିତ୍ୟକ ମାନଙ୍କ ଉତ୍ସବ ପାଳନ କରାନଯାଇ ଗ୍ରାମାଅଞ୍ଚଳ ଗୁଡିକରେ ସେଗୁଡ଼ିକ ଆୟୋଜନ କରାଗଲେ ଏହାର ଗଭୀର ପ୍ରଭାବ ଜନମାନସରେ ପଡ଼ିବ ବୋଲି ମତ ଦେଇଥିଲେ।ମେମୋରିଆଲ ଟ୍ରଷ୍ଟର ସମ୍ପାଦକ ରବି ମହାନ୍ତି ସ୍ବାଗତ ଭାଷଣ ଦେଇଥିଲେ।ଏହି ସଭାରେ ସାହିତ୍ୟକ ଆଶୁତୋଷ ପାତ୍ର,ଡମ୍ବରୁଧର ପଟ୍ଟନାୟକ, ଡ ଗୌରାଙ୍ଗ ଚରଣ ରାଉତ, ଯୋଗେଶ୍ବର ଦାସ,ଜୟରାମ ଜେନା, ସବ୍ୟସାଚୀ ବିଶୋୟୀ, କେ ସାତିସ , ଶ୍ରୀମତୀ ସବିତା ପଟ୍ଟନାୟକ, ରବୀନ୍ଦ୍ର ପଟ୍ଟନାୟକ ଏବଂ ପ୍ରଫେସର ରଥଙ୍କ ଧର୍ମପତ୍ନୀ ଶ୍ରୀମତୀ ସତ୍ୟଭାମା ରଥ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top