ଓଡ଼ିଶା

ପ୍ରଫେସର ଡ. ସୁଶୀଲ କୁମାର ଦାଶ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ମୌସୁମୀ ବିଜ୍ଞାନ ସମିତିର ସଭାପତି ନିର୍ବାଚିତ

ଭୁବନେଶ୍ୱର ୧୦-୪ (ଓଡ଼ିଆ ପୁଅ) ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି. ଦିଲ୍ଲୀ ର ଅବସରପ୍ରାପ୍ତ ପ୍ରଫେସର ଡ. ସୁଶୀଲ କୁମାର ଦାଶ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ମୌସୁମୀ ବିଜ୍ଞାନ ସମିତିର ସଭାପତି ଭାବରେ ୨୦୧୮ରୁ ୨୦୨୦ ମସିହା ପାଇଁ ନିର୍ବାଚିତ ହେଇଛନ୍ତି। ଭାରତୀୟ ମୌସୁମୀ ବିଜ୍ଞାନ ସମିତି ଏକ ସମ୍ମାନଷ୍ପଦ ଷାଠିଏ ବର୍ଷ ପୂରୁଣା ସମିତି ଅଟେ ଏବଂ ସମଗ୍ର ଭାରତରେ ଏହାର ତିରିଶଟି ଚେପ୍ଟର ଅଛି। ଏହା ପୂର୍ବରୁ ପ୍ରଫେସର ଡ. ସୁଶୀଲ କୁମାର ଦାଶ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକନୋଲୋଜି ଦିଲ୍ଲୀ ରେ ଜଳବାୟୁ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଭାବରେ ଦକ୍ଷତାର ସହ କାର୍ଯ୍ୟ ତୁଳାଇଛନ୍ତି। ପ୍ରଫେସର ଡ. ଦାଶ ଜଣେ ଜଣାଶୁଣା ଓ ବିଖ୍ୟାତ ବୈଜ୍ଞାନିକ ଅଟନ୍ତି। ତାଙ୍କର ୧୨୫ରୁ ଉର୍ଦ୍ଧ୍ୱ ସନ୍ଦର୍ଭ ଭାରତ ଓ ଭାରତ ବାହାରେ ବିଭିନ୍ନ ପ୍ରଖ୍ୟାତ ପତ୍ରପତ୍ରିକା ରେ ପକାଶିତ। ଏହାଛଡ଼ା ସେ ଚାରିଟି ବିଜ୍ଞାନଭିତ୍ତିକ ପୁସ୍ତକର ରଚୟିତା। ଅତୀତରେ ସେ ଦେଶ ଓ ବିଦେଶର ଅନେକ ସଂସ୍ଥା ଓ ସରକାର ଦ୍ୱାରା ସମ୍ମାନୀତ ଓ ପରଷ୍କୃତ ମଧ୍ୟ ହେଇଛନ୍ତି। ଦେଶ ବିଦେଶର ଅନେକ ବିଜ୍ଞାନଭିତ୍ତିକ ସଂସ୍ଥା ସହିତ ସେ ଜଡ଼ିତ। ପ୍ରଫେସର ଡ. ଦାଶ ଅନୂଗୁଳ ନିବାସୀ ସ୍ୱର୍ଗତ ଚନ୍ଦ୍ରକଳା ଦାଶ ଓ ସ୍ୱର୍ଗତ ନାରାୟଣ ଚନ୍ଦ୍ର ଦାଶଙ୍କର କନିଷ୍ଠ ପୁତ୍ର ଓ ଖଡିଆଳ ନିବାସୀ ସ୍ୱର୍ଗତ ଶ୍ୟାମକୁମାର ପାଢ଼ୀ ଓ ଶ୍ରୀମତି କୁମୁଦିନୀ ପାଢ଼ୀଙ୍କ ଜ୍ୟେଷ୍ଠ ଜାମାତା। ଅଧୂନା ସେ ନୂଆଦିଲ୍ଲୀରେ ଗବେଷଣାରତ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top