ପ୍ରଫେସର ଗଣେଶୀ ଲାଲ୍ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

– ରାଜ୍ୟପାଳ ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି
– ଏବେ ସତ୍ୟପାଲ ମଲ୍ଲିକ ଓଡ଼ିଶା ରାଜ୍ୟପାଳ ଦାୟିତ୍ୱରେ ଅଛନ୍ତି
ନୂଆଦିଲ୍ଲୀ ୨୫ ମଇ (ଓଡ଼ିଆ ପୁଅ) ପ୍ରଫେସର ଗଣେଶୀ ଲାଲ୍ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ। ପୂର୍ବତନ ରାଜ୍ୟପାଳ ଏସ୍ ସି ଜମିରଙ୍କ କାର୍ଯ୍ୟାକାଳ ପୂରଣ ହେବା ପରେ ବିହାରର ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ଓଡ଼ିଶାର ରାଜ୍ୟପାଳଭାବେ ଅତିରିକ୍ତ ଦାୟୀତ୍ୱ ଦିଆଯାଇଛି।

ସୂଚନାଯୋଗ୍ୟଯେ, ପ୍ରଫେସର ଗଣେଶୀ ଲାଲ୍ ପୂର୍ବରୁ ଭାରତୀୟ ଜନତା ପାର୍ଟି ଅନୁଶାସନ ସମିତିର ରାଷ୍ଟ୍ରୀୟ ସଂଯୋଜକ ଥିଲେ। ସେ 1996 ରେ ସିରସାରୁ ପ୍ରଥମଥର ବିଧାୟକ ନିର୍ବାଚିତ ହେବାପରେ ଚୌଧରୀ ବଂଶୀଲାଲଙ୍କର ନେତୃତ୍ଵରେଥିବା ହବିପା ଏବଂ ବିଜେପି ଗଠବନ୍ଧନ ସରକାରରେ ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରୀ ଥିଲେ। କେନ୍ଦ୍ରରେ ବିଜେପି ସରକାର ବନିବାପରେ ପରେ ପ୍ରଫେସର ଗଣେଶୀଲାଲଙ୍କୁ ପାର୍ଟୀର ଅନୁଶାସନ ସମିତିର ରାଷ୍ଟ୍ରୀୟ ସ୍ତରର ଦାୟିତ୍ୱ ଦିଆଯାଇଥିଲା।

ପ୍ରଫେସର ଗଣେଶୀଲାଲଙ୍କୁ ପୂର୍ବରୁ ହରିଆଣାର ରାଜ୍ୟ ବିଜେପି ସଭାପତି ଥିଲେ ଏବଂ ୧୯୯୬ ରେ ସିରସାରୁ ବିଧାୟକ ଥିଲେ।

Leave a Reply

Your email address will not be published. Required fields are marked *