ପ୍ରଫେସର ଏ. ଏନ.ମିଶ୍ର ଖଲ୍ଲିକୋଟ ପୁଞ୍ଜ ବିଶ୍ୱବିଦ୍ୟାଳୟର କୁଳପତି ଦାୟିତ୍ୱ ଗ୍ରହଣ କଲେ

ବ୍ରହ୍ମପୁର : ୧୪/୦୭ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ବ୍ରହ୍ମପୁର ଠାରେ ଥିବା ଖଲ୍ଲିକୋଟ ପୁଞ୍ଜ(କ୍ଳଷ୍ଟର) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଆଜି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ବିଶ୍ୱବିଦ୍ୟାଳୟ ପରିସରରେ ବିଶ୍ଵବିଦ୍ୟାଳୟ ଶିକ୍ଷକ, କର୍ମଚାରୀ, ଛାତ୍ର ଛାତ୍ରୀମାନେ ଭବ୍ୟ ସମ୍ବର୍ଦ୍ଧନା ଦେଇ ପ୍ରଫେସର ମିଶ୍ରଙ୍କୁ ସ୍ୱାଗତ କରିଥିଲେ। କୁଳପତି ଏହି ବିଶ୍ଵବିଦ୍ୟାଳୟର ମୂଳ ଲକ୍ଷ୍ୟ ସାଧନ ନିମନ୍ତେ ପ୍ରାଥମିକତା ଦେବା ସହ ଶିକ୍ଷାନୁକୂଳ ପରିବେଶ ଗଢିତୋଳିବା, ଗବେଷଣା କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଧ୍ୟାନ ଦେବେ ବୋଲି ସୂଚନା ଦେଇଛନ୍ତି। ପ୍ରଫେସର ମିଶ୍ର ଏଥି ପୂର୍ବରୁ ହାଇଦ୍ରାବାଦ ଠାରେ ସେଣ୍ଟ୍ରାଲ ୟୁନିଭର୍ସିଟିର ଉଦ୍ଭିଦ ବିଜ୍ଞାନ ପ୍ରଫେସର ଭାବେ କାର୍ଯ୍ୟରତ ଥିଲେ।

Leave a Reply

Your email address will not be published. Required fields are marked *