ଜିଲ୍ଲା ପରିକ୍ରମା

ପ୍ରଧାନ ଶିକ୍ଷକ ଆକ୍ରମଣ ଘଟଣାରେ ଅଭିଯୁକ୍ତକୁ ଗିରଫ ଦାବି, ଜଣଙ୍କୁ ଅଟକରଖି ପଚରାଉଚରା

ଖଇରା, ୨୯/୧୦/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)ଗତକାଲି ଖଇରା ଔପଦା ରାସ୍ତାର ଦୁରନଈ ପୋଲ ନିକଟରେ ତିଳଦା ମଇ ସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତମାନଙ୍କୁ ଗିରଫ ଦାବିନେଇ ଅଂଚଳବାସୀ ପୋଲିସ ନିକଟରେ ଦାବି କରିଥିଲେ। ଅଭିଯୋଗପରେ ପୋଲିସ ବିଦ୍ୟାଳୟର ଜଣେ ଶିକ୍ଷକଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି। ଗତକାଲି ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ବିଦ୍ୟାଳୟ କମିଟିର କେତେକ କର୍ମକର୍ତ୍ତା ଙ୍କ ସହିତ ପୂର୍ବତନ ସରପଞ୍ଚ ଅନାଦି ଧରଙ୍କ ଘରକୁ ଯାଇ ସେଠାରେ ସ୍କୁଲର ବିଷୟରେ ଆଲୋଚନା କରି ସାଇକେଲରେ ଘରକୁ ଫେରୁଥିଲେ। ଦୁରନଈପୋଲ ନିକଟରେ ପୂର୍ବରୁ ଛକିରହିଥିବା ଦୁର୍ବୁତ୍ତମାନେ ହଠାତ୍ ବାଉଁଶ ଠେଙ୍ଗା ଦ୍ୱାରା ମୁଣ୍ଡକୁ ଶକ୍ତ ପାହାର ପିଟିଥିଲେ। ଯାହାଫଳରେକି ଶ୍ରୀ ବେହେରା ରକ୍ତ ଜୁଡୁବୁଡୁ ଅବସ୍ଥାରେ ତଳେପଡିଥିଲେ। ସେଠାରୁ ଉଦ୍ଧାର କରି ପ୍ରଥମେ ଖଇରା, ଭଦ୍ର ଓ ପରେ କଟକକୁ ଚିକିତ୍ସାପାଇଁ ନେଇଥିଲେ। ଏହି ଘଟଣାରେ ଅଭିଯୁକ୍ତମାନଙ୍କୁ ଗିରଫ ଦାବିରେ ଅଂଚଳବାସୀ ଥାନା ପରିସରରେ ପୋଲିସକୁ ଏକ ଦାବିପତ୍ର ଦେଥିଲେ। ପରେ ପୋଲିସ ଏହି ଘଟଣାର ଅଭିଯୋଗପାଇ ତନାଘନା ଆରମ୍ଭ କରିବା ସହିତ ସ୍କୁଲର ଶିକ୍ଷକ ନିରଞ୍ଜନ ସେଠୀକୁ ଡାକି ଘଟଣାର ପଚରା ଉଚରା ଚଳାଇଛି। ଗୁରୁତର ହୋଇଥିବା ପ୍ରଧାନ ଶିକ୍ଷକ ଶ୍ରୀ ବେହେରାଙ୍କୁ ପଚରା ଉଚରା କରିବା ପାଇଁ ପୋଲିସ କଟକଯାଇଛି। ଅପରପକ୍ଷେ ଘଟଣାରେ ବ୍ୟବହୃତ ବାଉଁଶ ଠେଙ୍ଗାକୁ ପୋଲିସ ଜବଦ କରିଛି। ଜଣେ କାର୍ଯ୍ୟରତ ବିଧ୍ୟାଳୟ କମିଟିର ପରିଚାଳନା କମିଟି କର୍ମକର୍ତ୍ତାଙ୍କ ଦ୍ୱାରା ଆକ୍ରମଣ ଘଟଣାକୁ ଶିକ୍ଷକ ସଙ୍ଘ ନିନ୍ଦା କରିଛନ୍ତି। ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଜନଆନ୍ଦୋଳନ ତିବ୍ରହେବ ବୋଲି ସାୁଗାଁ ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଓ ହଳଦୀଗୁଣ୍ଡ ମାଲିକ ବଳରାମ ଲେଙ୍କା ଦାବି କରିଛନ୍ତି। ଏବିଷୟରେ ପୋଲିସ ନିକଟରେ ଶ୍ୱଶୁର ନିଳମଣି ମହାନ୍ତି ତାଙ୍କ ଜ୍ୱାଇଁଙ୍କୁ ଶିକ୍ଷକ ନିରଞ୍ଜନ ସେଠୀ, ସଂଗ୍ରାମ ନାୟକ, ସ୍କୁଲ ପରିଚାଳନା କମିଟିର ସଭାପତି ଶତ୍ରୃଘନ ନାୟକ, ବରୁଣ ରାଉଳ, କୈଳାସ ରାଉଳ, ଦୈତାରି ବହଳଙ୍କ ସମେତ ଅନ୍ୟମାନଙ୍କ ନାମରେ ଅଭିଯୋଗ କରିଛନ୍ତି। ତଦନ୍ତ ପରେ ପୋଲିସ ଏକ ମାମଲା ରୁଜୁ କରିଛି। କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ପ୍ରଧାନଶିକ୍ଷକଙ୍କ ୨୪ଘଣ୍ଟା ବିତିଯାଇଥିଲେ ମଧ୍ୟ ଚେତା ଫେରିନଥିବାବେଳେ ସବୁ ମହଲରେ ଆଶୁ ଆରୋଗ୍ୟ କାମନା କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top