ଓଡ଼ିଶା

ପ୍ରଧାନ ଶିକ୍ଷକଙ୍କ ଯୌତୁକ ଦାବି, ଶିକ୍ଷକ, ଆର୍ଟ ଟିଚର ଓ ଠିକା ଏଲ.ଆଇଙ୍କ ନିର୍ଯାତନା ଓ ହତ୍ୟା ଉଦ୍ୟମ, ଅଭିଯୋଗପରେ ସ୍ୱାମୀ ଗିରଫ, ଅନ୍ୟମାନକୁ ଗିରଫ କେବେ

ଖଇରା୨୩/୯/୨୦୧୮(ଓଡିଆ ପୁଅ / ନରେନ୍ଦ୍ର ପ୍ରସାଦ ବେହେରା)– ପ୍ରେମମାନେନାହିଁଜାତିଅଜାତି, ଉଚ୍ଚନିଚ, ଧନିଗରିବ, ଶିକ୍ଷିତ ଅଶିକ୍ଷିତ, ଭବିଷ୍ୟତ ପରିବାରର ଆକଟ। ଥରେ ଭୁଲ କଲେ ଯେ ଜୀବନ ସାରା ପସ୍ତେଇବବାକୁ ପଡେ ଆଜିର ଏହି ଶିକ୍ଷିତ ସମାଜର ଶିକ୍ଷିତ ପୁଅଝିଅ ପ୍ରେମରେ ଅନ୍ଧହୋଇ ସେ ସବୁକୁ ଭୁଲିଯାଇଥା’ନ୍ତି। ଏପରିକି ବାପା ମା’ ତଥା ନିଜର ପରିବାରର ମାନସମ୍ମାନ ପ୍ରତି ଭୃକ୍ଷେପ କରିନଥା’ନ୍ତି। ଏପରିଏକ ଘଟଣା ଖଇରା ବ୍ଲକ ମିଟୁଆଣି ଗ୍ରାମର ସୁରେନ୍ଦ୍ର ସାହୁଙ୍କ ଝିଅ ସୁକାନ୍ତି ସାହୁଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ବିବାହ ପୂର୍ବରୁ ଦୁହେଁ ପ୍ରେମରେ ମତୁଆଲା ହେଉଥିଲେ। ସେମାନଙ୍କ ଭିତରେ ପ୍ରେମର ଗଭିରତା ଏତେପରିମାଣରେ ବଢିଯାଇଥିଲା ଯେ ପରିବାର ଲୋକେ ଅନ୍ୟତ୍ର ବାହାଘର ଠିକ୍ କଲାବେଳକୁ ବାହାଘର ଭାଙ୍ଗିବା ପାଇଁ ପ୍ରେମିକ କଥାରେ ଲଣ୍ଡା ହୋଇ ପଡୁଥିଲେ ପ୍ରେମିକା ସୁକାନ୍ତି। ପ୍ରେମକୁ ବଞ୍ଚାଇବାପାଇଁ ଝିଅର ଏତେବଡ ତ୍ୟାଗ ଦେଖି ଉଭୟ ପରିବାର ଲୋକେ ସେମାନଙ୍କ ପ୍ରେମକୁ ସ୍ୱିକୃତୀ ଦେଇଥିଲେ। ଶେଷରେ ପ୍ରେମ ସମ୍ପର୍କ ବିବାହର ରୂପ ନେଇଥିଲା। କିନ୍ତୁ ବଡ ଦୁଃଖର କଥା ବାହାଘରର ୩ ମାସପରେ ପ୍ରେମିକା (ସ୍ତ୍ରୀ)ସୁକାନ୍ତି ସାହୁ ଉପରେ ଆରମ୍ଭ ହୋଇଯାଇଥିଲା ବିଭିନ୍ନ ପ୍ରକାରର ନିର୍ଯାତନା। ପ୍ରେମିକରୁ ସ୍ୱାମୀ ସାଜିଥିବା ଯୁବକ ଜଣଙ୍କ ନିଜ ପରିବାର ଲୋକଙ୍କ ସହମିଶି ପାଲଟିଯାଇଥିଲା ଅମଣିଷ। ପ୍ରେମିକା (ସ୍ତ୍ରୀ)କୁ ଜୀବନରୁ ମାରିଦେବା ପାଇଁ ଜୋର ଜବରଦସ୍ତ ବଟିକା ଖୁଆଇବା, ବଟିକା ଖୁଆଇ ଗର୍ଭ ନଷ୍ଟକରିବା, ଖାଇବାକୁ ନଦେବା, ସ୍ୱାମୀ ସହିତ ମିଳାମିଶା କୁବାରଣ କରିବା, ରୋଷେଇରେ କାଳେ ବିଷ ମିଶାଇ ପରିବାର ଲୋକଙ୍କୁ ମାରିଦେବ ବୋଲିଭାବି ରୋଷେଇ କରିବାକୁନଦେବା, ଚାକରାଣୀ ଭଳିଭାବିବା ଏପରି ଅନେକ ପ୍ରକାରର ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେବା ଓ ଯୌତୁକ ନିର୍ଯାତନାଦେବା ସହ ଜୀବନରୁ ମାରିଦେବାକୁ ସୁକାନ୍ତିକୁ ଉଦ୍ୟମ କରୁଥିଲେ। ଆଉଶେଷରେ ପତ୍ନୀ (ସୁକାନ୍ତି)ଏ ନେଇ ଔପଦା ଥାନାରେ ଅଭିଯୋଗ କରିବାପରେ ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରାଗଲା। କିନ୍ତୁ ବଡ କୌତୁହଳର ବିଷୟ ହେଲା ଗିରଫ କଲାବେଳେ ତାଙ୍କ ପକେଟରୁ ଏକ ବିଷ ବୋତଲ ଜବଦ କରାଯାଇଥିବା ପୋଲିସ ପ୍ରକାଶ କରିଥିଲା। ଘଟଣାଟି ଘଟିଛି ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଧିନ ଡିମିରିଚୁଆ ଗାଁରେ। ଅଭିଯୋଗ ଅନୁଯାଇ ଏହି ଗାଁର ବା‚ାନିଧି ବେହେରାଙ୍କ ବଡପୁଅ ବିବେକାନନ୍ଦ(୨୫)ଙ୍କର ଖଇରା ଥାନା ଅଧିନ ମିଟୁଆଣି ଗାଁର ସୁରେନ୍ଦ୍ର ସାହୁଙ୍କର ଝିଅ ସୁକାନ୍ତି(୧୯)ଙ୍କ ସହିତ ୩ ବର୍ଷ ପୂର୍ବେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ପ୍ରେମ ଘଟଣାର ପରିସମାପ୍ତି ପାଇଁ ଚଳିତ ବର୍ଷ ମାର୍ଚ୍ଚ ମାସରେ ଉଭୟ ପରିବାରର ସହମତିରେ କୁପାରୀ ସ୍ଥିତ ଅମ୍ବିକା ମନ୍ଦିରରେ ଉଭୟଙ୍କ ବାହାଘର ହୋଇଥିଲା। କିନ୍ତୁ ବାହାଘରର ମାସକପରେ ଅଧିକ ୨ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ଶ୍ୱଶୁର ବା‚ାନିଧି ସୁକାନ୍ତିଙ୍କ ଉପରେ ଚାପ ପକାଉଥିଲେ। ଏଥିପାଇଁ ଶ୍ୱଶୁର ବା‚ାନିଧିଙ୍କ ସମେତ ସ୍ୱାମୀ, ଶାଶୁ ଭାରତୀ, ନଣଦ କୁମାରୀ ସାଗରିକା ଓ ମଳାଶ୍ୱଶୁର କମଳାକାନ୍ତ ମଲ୍ଲିକ ପ୍ରମୁଖ ସୁକାନ୍ତିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଗତ ୩ତାରିଖ ରାତିରେ ଶ୍ୱଶୁର ଓ ସ୍ୱାମୀ ମିଶି ସୁକାନ୍ତିଙ୍କ ତଣ୍ଟିଚିପି ହତ୍ୟା କରିବାକୁ ଉଦ୍ୟମ କରିଥିବାବେଳେ କୌଶଳକ୍ରମେ ସୁକାନ୍ତି ଖସି ଆସିଥିଲେ। ଏନେଇ ସୁକାନ୍ତି ଔପଦା ଥାନାରେ ଅଭିଯୋଗ କରିଥିଲେ। ସମାଧାପାଇଁ ଥାନାଅଧିକାରୀଙ୍କ ସମସ୍ତ ଉଦ୍ୟମ ବିଫଳ ହେବାରୁ ଅଭିଯୋଗ ମୂଳେ ଔପଦା ଥାନାର କେସ ନଂ ୬୧/୧୮ ଓ ଦଫା ୪୯୮(କ), ୩୨୩, ୩୫୪, ୩୦୭, ୩୧୩, ୧୨୦(ଖ) ଓ ଦଫା ୩୪ଏବଂଆପିସି ୪ରେ ୫ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ। ଅଭିଯୁକ୍ତ ସ୍ୱାମୀ ବିବାକାନନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ସମନ ଜାରି କରାଯାଇଛି ବୋଲି ଥାନାଅଧିକାରୀ ପ୍ରଶାନ୍ତ କୁମାର ଜେନା କହିଛନ୍ତି। ସୁକାନ୍ତିର ଶ୍ୱଶୁର ବା‚ାନିଧି ବେହେରା ଖଇରା ବ୍ଲକ ସରସତୀଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ନଣଦ କୁମାରୀ ସାଗରିକା ବେହେରା ଫତେପୁର ସ୍କୁଲର ଆର୍ଟ ଟିଚର, ମଳାଶ୍ୱଶୁର କମଳାକାନ୍ତ କଲ୍ଲିକ ଖଇରା ବ୍ଲକ ହରିପୁର ପ୍ରାଣୀଧନ ସହାୟକ ଚିକିତ୍ସା କେନ୍ଦ୍ରର ଠିକା ଏଲ.ଆଇ ଭାବେ କାର୍ଯ୍ୟରତ ଥିବାବେଳେ ଏସବୁ ଘଟଣାର ମୁଖ୍ୟ ସୂତ୍ରଧର ବୋଲି ସୁକାନ୍ତିର ଭାଇ ଜିତ ସାହୁ ପ୍ରକାଶ କରିଛନ୍ତି। ପ୍ରଧାନ ଶିକ୍ଷକଙ୍କ ଯୌତୁକ ଦାବି ସହିତ ବୋହୂକୁ ଜୀବନରୁ ମାରିଦେବା କାର୍ଯ୍ୟକୁ ଅଂଚଳବାସୀ ଘୃଣାକରୁଛନ୍ତି। ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ପାଇଁ ପରିବାର ତରଫରୁ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top