ଜିଲ୍ଲା ପରିକ୍ରମା

ପ୍ରଧାନମନ୍ତ୍ରୀଙ୍କ ମୋ ଆଦର୍ଶ ଗ୍ରାମ ଯୋଜନାରେ ନୂଆପୁରକୁ ସାମିଲ

ବାହାନଗା /ବାଲେଶ୍ୱର, ୦୯/୦୯(ଓଡ଼ିଆ ପୁଅ/ ଭାରତୀ ଦାସ)- ପ୍ରଧାନମନ୍ତ୍ରୀଙ୍କ ମୋ ଆଦର୍ଶ ଗ୍ରାମ ଯୋଜନାରେ ବହୁ ଗ୍ରାମ ସାମିଲ ହେଉଥିବା ବେଳେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଳକର ନୂଆପୁର ପଞ୍ଚାୟତର ନୂଆପୁର ଗ୍ରାମକୁ ଏଥିରେ ସାମିଲ କରାଯାଇଥିବାର ଜଣାପଡ଼ିଛି। ଏହି ଯୋଜନାରେ ଗ୍ରାମ ସାମିଲ ହେବା ପରେ ସରପଞ୍ଚ ମନୋରମା ମଳିକଙ୍କ ଅଧ୍ୟକ୍ଷତାରେ ପୁର୍ବାହ୍ନ ୧୧ଟାରେ ୧ନଂ ୱାର୍ଡ଼ ଅଧିନ ମହାଦେବ ମନ୍ଦିର ବେଢାରେ ପଲ୍ଲିସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଜଳ, ଆଲୋକ, ପରିମଳ, ଡ୍ରେନ ପ୍ରଭୃତି ଉପରେ ଗୁରୁତ୍ୱ ଦେଇ ପ୍ରେଜେକ୍ଟ ଦିଆଯଇଥିବାର ଜଣାପଡ଼ିଛି। କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସସ୍ମିତା ସିଂ ଓ ଯନ୍ତ୍ରୀ ନନ୍ଦୀ ବାବୁ ଉପସ୍ଥିତ ରହିବା ସହିତ ଗ୍ରମବାସୀ ମାନେ ଉପସ୍ଥିତ ଥିଲେ। ୪୦ଲକ୍ଷ ଟଙ୍କାର ଅନୁଦାନ ରାଶରେି ବ୍ୟୟ ଅଟକଳ ହେବ ବୋଲି ବୋଲି ସରପଞ୍ଚ ଶ୍ରୀମତୀ ମଲ୍ଲିକ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top