ad
ଓଡ଼ିଶା

ପ୍ରଧାନମନ୍ତ୍ରୀ ୪୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବା ପରେ ଏକ ଦଳୀୟ ସାଧାରଣ ସଭାରେ ଉଦ୍ବୋଧନ

ଭୁବନେଶ୍ୱର/ବାରିପଦା-୫।୧(ଓଡିଆ ପୁଅ/ବିରଞ୍ଚି ନାରାୟଣ ପତ୍ରୀ ) ଆଜି ଓଡ଼ିଶାକୁ ଦିନିକିଆ ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ମୟୁରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାକୁ ଗସ୍ତରେ ଆସି ଛଉ ପଡ଼ିଆରେ ପ୍ରଧାନମନ୍ତ୍ରୀ ୪୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବା ପରେ ଏକ ଦଳୀୟ ସାଧାରଣ ସଭାରେ ଉଦ୍ବୋଧନ ଦେଇଥିଲେ। ଏହି ଦଳୀୟ ସଭାରେ ସେ ଆଜି ଆୟୋଜିତ ଜନସଭାରେ ବିଜେଡି ସରକାର ପ୍ରତି ସଂପୂର୍ଣ୍ଣ ଭାବେ ନରମ ଆଭିମୁଖ୍ୟ ପୋଷଣ କରି ମୁଖ୍ୟତଃ କଂଗ୍ରେସକୁ ଟାର୍ଗେଟ କରି କଡା କଟାକ୍ଷ କରିଛନ୍ତି ଚୌକିଦାର ରହିଲେ ଚୋରକୁ ଅଡୁଆ। ଚୋରି କରିବାକୁ ହେଲେ ଚୌକିଦାରକୁ ପ୍ରଥମେ ହଟେଇବାକୁ ପଡ଼ିବ। ଦେଶର ଚୋରମାନେ ସହଜରେ ନିଜ କାମ କରିବାକୁ ଚୌକିଦାରକୁ ହଟାଇବାକୁ ଷଡ଼ଯନ୍ତ୍ର ଚଳାଇଛନ୍ତି। ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ପ୍ରଧାନମନ୍ତ୍ରୀଙ୍କୁ ଆକ୍ଷେପ କରି ‘ଚୌକିଦାର ଚୋର୍ ହୈ’ବୋଲି କହୁଥିବା ବେଳେ, ପ୍ରଧାନମନ୍ତ୍ରୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଆକ୍ଷେପ କରି ଭାଷଣ ଆରମ୍ଭ କରିଥିଲେ। ସେ କହିଥିଲେ, ଦେଶର ସବୁଠାରୁ ପୁରୁଣା ଦଳର ନେତା ମତେ କହୁଛନ୍ତି ଆପଣ ଭାରତ ମାତା କି ଜୟ କହି ଭାରତର ବିଭାଜନ କରନ୍ତୁ ନାହିଁ। ଦେଶ ମାତୃକାର ଜୟ କହିବା କିପରି ବିଭାଜନ ହେଲା ବୋଲି ସେ ପ୍ରଶ୍ନ କରିଥିଲେ। ଏଥିସହ ସେ ମଧ୍ୟପ୍ରଦେଶର କଂଗ୍ରେସ ସରକାର ବନ୍ଦେ ମାତରଂ ଗାଇବା ଉପରେ ପ୍ରତିବନ୍ଧ ଲଗାଇବା ପ୍ରସଙ୍ଗକୁ ମଧ୍ୟ ସମାଲୋଚନା କରିଛନ୍ତି।ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ରାଫେଲ୍ ପ୍ରସଙ୍ଗ ଓ ଅଗଷ୍ଟା ହେଲିକପ୍ଟର ଦୁର୍ନୀତି କଥା ଉତ୍ଥାପନ କରିଥିଲେ। ସେ ଅଗଷ୍ଟା ଦୁର୍ନୀତି ମାମଲାରେ ବିଦେଶରୁ ପ୍ରତ୍ୟାର୍ପିତ ହୋଇଥିବା ଅସ୍ତ୍ର ଦଲ‌୍ଲାଲ ମିସେଲ୍ ଖୁଲାସା କରିଛନ୍ତି ଯେ ତାଙ୍କର କଂଗ୍ରେସର ଶୀର୍ଷ ନେତା ଓ ମନ୍ତ୍ରୀଙ୍କ ସହ ପରିଚୟ ଥିଲା। ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟରେ କେଉଁ ଫାଇଲ୍ କୁଆଡେ ଗଲା ତାହା ପ୍ରଧାନମନ୍ତ୍ରୀ ଜାଣି ପାରୁ ନ ଥିଲେ ହେଁ ସେ ଜାଣିପାରୁ ଥିଲେ। ଏହି ଖୁଲାସା ଏବେ କଂଗ୍ରେସକୁ ଅଡୁଆରେ ପକାଇ ଦେଇଛି। ତେଣୁ କଂଗ୍ରେସ ଦେଶବାସୀଙ୍କ ଚୌକିଦାରକୁ ହଟାଇବାକୁ ଷଡ଼ଯନ୍ତ୍ର ଚଳାଇଛି।ନିଜ ଅଭିଭାଷଣରେ ମୋଦି କେନ୍ଦ୍ର ସରକାରଙ୍କ ସଫଲତା ବି ବଖାଣି ଥିଲେ। ଉଜ୍ଜ୍ୱଳା ଯୋଜନାରେ ୬ କୋଟି ମହିଳା ଗ୍ୟାସ ସଂଯୋଗ ପାଇବା, ମିସନ୍ ଇନ୍ଦ୍ରଧନୁଷ ଜରିଆରେ ଦେଶର ଶତ ପ୍ରତିଶତ ଟିକାକରଣ ଦିଗକୁ ଗତିକରିବା, ମହିଳା ଓ ଶିଶୁଙ୍କ ଶିକ୍ଷା,ସ୍ୱାସ୍ଥ୍ୟ ଓ ସୁରକ୍ଷା ଲାଗି ବହୁ ଯୋଜନା ସଫଳ ହୋଇଥିବା କଥା ବର୍ଣ୍ଣନା କରିଥିଲେ ପ୍ରଧାନମନ୍ତ୍ରୀ।

ମୋଦୀ ବିଜେଡି ସରକାରଙ୍କୁ ଟାର୍ଗେଟ୍ ନକରି ପିପିଲି ପ୍ରସଙ୍ଗ ଉଠାଇଥିଲେ। ସେ ଏହି ପ୍ରସଙ୍ଗ ଆଳରେ କହିଥିଲେ ଯେ ଏଠାକାର ସରକାର ମହିଳାଙ୍କ ଯୋଜନା ପ୍ରତି ସମ୍ବେଦନଶୀଳ ନୁହନ୍ତି। ନାରୀ ଶିକ୍ଷା, ସ୍ଵାସ୍ଥ୍ୟ, ରୋଜଗାର ଆଦି କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ରହିଥିବା ମୋଦୀ କହିଛନ୍ତି। ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠିଛି। ଏପରିକି ପୁରୀରେ ଘଟିଥିବା ନାବାଳିକା ହତ୍ୟାରେ ପୀଡିତାଙ୍କ ପରିବାରକୁ ଏ ଯାଏଁ ନ୍ୟାୟ ମିଳିନି। ତଦନ୍ତରେ ଢିଲା ହେତୁ ନ୍ୟାୟ ଦିଆଯାଇ ପାରି ନାହିଁ ବୋଲି ମୋଦୀ କହିଛନ୍ତି। ତେଣୁ ପୁନଶ୍ଚ ତଦନ୍ତ କରି ପୀଡିତାଙ୍କୁ ନ୍ୟାୟ ଦେବା ବ୍ୟବସ୍ଥା କରନ୍ତୁ ବୋଲି ମୋଦୀ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି। ଆୟୁଷ୍ମାନ ଭାରତକୁ ନେଇ ମୋଦୀ ଓଡ଼ିଶା ସରକାରଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି କହିଛନ୍ତି ଯେ ଓଡ଼ିଶାର ଗରିବ ଲୋକ ମାଗଣା ସ୍ଵାସ୍ଥ୍ୟସେବାରୁ ବଞ୍ଚିତ। ତେଣୁ କେନ୍ଦ୍ର ସରକାରଙ୍କ ସ୍ଵାସ୍ଥ୍ୟ ଯୋଜନାରେ ସାମିଲ ହେବାକୁ ସ୍ଥାନୀୟ ସରକାରଙ୍କୁ ପୁଣି ଥରେ ନିବେଦନ କରିଛନ୍ତି ମୋଦୀ। ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରି ଗରିବ ଓଡ଼ିଆଙ୍କୁ ଲାଭ ଦିଅନ୍ତୁ। ଓଡ଼ିଶାର ବିକାଶ ପାଇଁ ଆମେ ସର୍ବଦା ଚେଷ୍ଟା କରି ଆସିଛୁ ବୋଲି ମୋଦୀ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top