ଅନୁଗୁଳ

ପ୍ରଧାନମନ୍ତ୍ରୀ ସେପ୍ଟେମ୍ବର ୨୨ରେ ଯିବେ ଓଡ଼ିଶା, ଛତିଶଗଡ଼

– ତାଳଚେର ସାର କାରଖାନା ପୁନରୁଦ୍ଧାର କାର୍ଯ୍ୟକ୍ରମର ହେବ ଶୁଭାରମ୍ଭ
– ଏହା ଦେଶରେ କୋଇଲା ବାଷ୍ପୀକରଣ ଆଧାରିତ ପ୍ରଥମ ସାର କାରଖାନା ହେବ
– ପ୍ଲାଂଟରୁ ମଧ୍ୟ ଉତ୍ପାଦନ ହେବ ପ୍ରାକୃତିକ ଗ୍ୟାସ
– ନବନିର୍ମିତ ଝାରସୁଗୁଡ଼ା ବିମାନବନ୍ଦର, ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲିଙ୍କ, ଗର୍ଜନବାହାଲ ଏବଂ ଦୁଲଙ୍ଗା କୋଇଲା ଖଣି ପ୍ରକଳ୍ପ ରାଷ୍ଟ୍ରକୁ କରିବେ ଲୋକାର୍ପଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର, ୨୨, ୨୦୧୮ରେ ଓଡ଼ିଶା ଏବଂ ଛତିଶଗଡ଼ ଗସ୍ତ କରିବେ।

ନୂଆଦିଲ୍ଲୀ ୨୧-୯ (ଓଡ଼ିଆ ପୁଅ) ଓଡ଼ିଶାର ତାଳଚେରଠାରେ ସେ ତାଳଚେର ସାର କାରଖାନାର ପୁନରୁଦ୍ଧାର କାର୍ଯ୍ୟକ୍ରମକୁ ଫଳକ ଉନ୍ମୋଚନ ପୂର୍ବକ ଶୁଭାରମ୍ଭ କରିବେ। କୋଇଲା ବାଷ୍ପୀକରଣ ଆଧାରିତ ସାର ଉତ୍ପାଦନ ୟୁନିଟ ଭାବେ ଏହା ହେବ ଦେଶର ପ୍ରଥମ କାରଖାନା। ସାର ବ୍ୟତୀତ ଏହି ପ୍ଲାଂଟରୁ ପ୍ରାକୃତିକ ଗ୍ୟାସ ଉତ୍ପାଦନ ହେବ, ଯଦ୍ଦ୍ୱାରା ଏହା ଦେଶର ଇନ୍ଧନ ଆବଶ୍ୟକତା ଦିଗରେ ମଧ୍ୟ ଯୋଗଦାନ କରିବ।

ପ୍ରଧାନମନ୍ତ୍ରୀ ଏହାପରେ ଝାରସୁଗୁଡ଼ା ଗସ୍ତ କରିବେ, ସେଠାରେ ସେ ଝାରସୁଗୁଡ଼ା ବିମାନବନ୍ଦର ଉଦଘାଟନ କରିବେ। ଏହି ବିମାନ ବନ୍ଦର ପଶ୍ଚିମ ଓଡ଼ିଶାକୁ ଭାରତର ବିମାନ ଚଳାଚଳ ମାନଚିତ୍ରରେ ସ୍ଥାନିତ କରିବ ଏବଂ ଉଡ଼ାନ୍ ଯୋଜନା ଅଧୀନରେ ଆଂଚଳିକ ବିମାନ ଯୋଗାଯୋଗ ସେବା ପ୍ରଦାନ କରିବ।

ଏହି ଅବସରରେ ଗର୍ଜନବାହାଲ କୋଇଲା ଖଣି ଏବଂ ଝାରସୁଗୁଡ଼ା-ବରପାଲି-ସରଡେଗା (ଔଷବକ୍ସଗ୍ଦଙ୍କଶଙ୍କୟବ-ଈବକ୍ସବକ୍ଟ୍ରବକ୍ଷସ-ଝବକ୍ସୟରଶବ କ୍ସବସକ୍ଷ କ୍ଷସଦ୍ଭଳ)ରେଳ ଲିଙ୍କକୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ସୁନ୍ଦରଗଡର ଦୁଲଙ୍ଗା କୋଇଲା ଖଣିରୁ ଆନୁଷ୍ଠାନିକ ଭାବେ କୋଇଲା ଉତ୍ପାଦନ ଏବଂ ପରିବହନ କାର୍ଯ୍ୟକୁ ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ।

ଏହାପରେ ପ୍ରଧାନମନ୍ତ୍ରୀ ଛତିଶଗଡ଼ର ଜାଞ୍ଜଗିର ଚାମ୍ପାରେ ପହଁଚିବେ। ସେଠାରେ ସେ ପାରମ୍ପରିକ ହସ୍ତତନ୍ତ ଏବଂ କୃଷି ପ୍ରଦର୍ଶନୀ ପରିଦର୍ଶନ କରିବେ। ସେ ଜାତୀୟ ରାଜପଥ ପ୍ରକଳ୍ପ ଏବଂ ପେଣ୍ଡ୍ରା-ଅନୁପ୍ପୁର ତୃତୀୟ ରେଳଲାଇନ ପାଇଁ ଭିତିପ୍ରସ୍ତର ସ୍ଥାପନ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top