ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନର ସଫଳତା – ସ୍ୱାସ୍ଥ୍ୟ ପରୀକ୍ଷା କଲେ ଏକ କୋଟିରୁ ଉର୍ଦ୍ଧ୍ୱ ଗର୍ଭବତୀ ମହିଳା

– ୮୪ ଲକ୍ଷ ହିମୋଗ୍ଲୋବିନ, ୫୫ ଲକ୍ଷ ଏଚ.ଆଇ.ଭି ପରୀକ୍ଷା
– ସାମାଜିକ ଆନ୍ଦୋଳନର ରୂପ ନେଲା ସୁରକ୍ଷିତ ମାତୃତ୍ୱ: ଜେ.ପି.ନଡ୍ଡା

ନୂଆଦିଲ୍ଲୀ ୨୦-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ୱ ଅଭିଯାନ (ପିଏମଏସଏମଏ) ଅନ୍ତର୍ଗତ ଏକ କୋଟି ଗର୍ଭବତୀ ମହିଳା ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ଏଥି ସହିତ ଗର୍ଭଧାରଣକୁ ଶୀଘ୍ର ଚିହ୍ନଟ କରିବା ପାଇଁ ଗର୍ଭବତୀ ମହିଳାମାନଙ୍କ କ୍ଷେତ୍ରରେ ୮୪ ଲକ୍ଷ ହେମୋଗ୍ଲୋବିନ, ୫୫ ଲକ୍ଷ ଏଚ.ଆଇ.ଭି., ୪୧ ଲକ୍ଷ ମଧୁମେହ, ୩୩ ଲକ୍ଷ ସିଫିଲିସ ଏବଂ ୧୫ ଲକ୍ଷରୁ ଅଧିକ ଅଲଟ୍ରାସାଉଣ୍ଡ ପରୀକ୍ଷା କରାଯାଇଛି। ବିପଦପୂର୍ଣ୍ଣ ଗର୍ଭଧାରଣ କରିଥିବା ୫.୫୦ ଲକ୍ଷ ଗର୍ଭବତୀ ମହିଳାଙ୍କୁ ବିଶେଷଜ୍ଞମାନଙ୍କ ପାଖକୁ ଚିକିତ୍ସା ପାଇଁ ପଠାଯାଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅସୀମ ସହଯୋଗ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ଜେ.ପି. ନଡ୍ଡା ତାଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।। ଭାରତରେ ମାତୃ ମୃତ୍ୟୁହାର ହ୍ରାସ କରିବା ପାଇଁ ସରକାର ପ୍ରତିଜ୍ଞାବଦ୍ଧ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ପ୍ରତି ମାସର ୯ ତାରିଖକୁ ଗର୍ଭବତୀ ମହିଳାମାନଙ୍କ ପ୍ରତି ସମର୍ପିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଥିଲା। ଏହି ଲକ୍ଷ୍ୟ ପୂରଣ ପାଇଁ ପିଏମଏସଏମଏ କାର୍ଯ୍ୟକ୍ରମ ୨୦୧୬ ରେ ଆରମ୍ଭ କରାଯାଇଥିଲା ଏବଂ ଭାରତର ପ୍ରତି କୋଣ ଅନୁକୋଣରେ ଗର୍ଭବତୀ ମହିଳାମାନଙ୍କୁ ପ୍ରସବ ପୂର୍ବରୁ ବ୍ୟାପକ ଏବଂ ଗୁଣାତ୍ମକ ସ୍ୱାସ୍ଥ୍ୟ ପରୀକ୍ଷା ସେବା ସୁନିଶ୍ଚିତ କରାଯାଇଥିଲା। ଦେଶରେ ସୁରକ୍ଷିତ ଗର୍ଭଧାରଣ ପାଇଁ ଏହି ଅଭିଯାନ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ଶ୍ରୀ ନଡ୍ଡା କହିଥିଲେ।

ଅଭିଯାନର ସଫଳତାରେ ସନ୍ତୋଷ ବ୍ୟକ୍ତ କରି ଶ୍ରୀ ନଡ୍ଡା କହିଥିଲେ ଯେ ଦେଶର ବିଭିନ୍ନ ଅପହଂଚ ଏବଂ ସୁଦୂର ଅଂଚଳରେ ଏହି ଯୋଜନା ପହଂଚି ପାରିଛି। ଅଭିଯାନରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ଏକ କୋଟି ମହିଳାମାନଙ୍କ ମଧ୍ୟରୁ ୨୫ ଲକ୍ଷରୁ ଅଧିକ ମହିଳା ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ପ୍ରାଥମିକତା ପ୍ରଦାନ କରାଯାଇଥିବା ଜିଲ୍ଲାଗୁଡିକର ବୋଲି ଜଣାପଡିଛି। ଗର୍ଭବତୀ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବା କ୍ଷେତ୍ରରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳର ମହତ୍ୱପୂର୍ଣ୍ଣ ଭୂମିକା ରହିଛି। ପିଏମଏସଏମଏ ଚୟନିତ ସ୍ଥାନକୁ ଆସୁଥିବା ଗର୍ଭବତୀ ମହିଳାମାନଙ୍କୁ ଜଣେ ପ୍ରସୂତି ବିଶେଷଜ୍ଞ/ ଡାକ୍ତରଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି ବୋଲି ଶ୍ରୀ ନଡ୍ଡା କହିଥିଲେ।

ଏହି ଅଭିଯାନରେ ସହଯୋଗ କରୁଥିବା ଡାକ୍ତରମାନଙ୍କୁ ଶ୍ରୀ ନଡ୍ଡା ଆନ୍ତରିକ ଜ୍ଞୃତଜ୍ଞତା ପ୍ରଦାନ କରିଥିଲେ। ସେ କହିଥିଲେ ଯେ ଡାକ୍ତରମାନେ ‘ଓଚକ୍ଷରୟଶରଲକ୍ଟକ୍ସ୯’ ପାଇଁ ପ୍ରତିଜ୍ଞା ବଜାୟ ରଖନ୍ତୁ ଏବଂ ଦେଶରୁ ମାତୃ ଏବଂ ଶିଶୁ ମୃତ୍ୟୁ ହାରକୁ ଆହୁରି ହ୍ରାସ କରିବାରେ ସହଯୋଗ କରନ୍ତୁ।

୩୧ ଜୁଲାଇ ୨୦୧୬ ରେ ମନ କି ବାତ ଜରିଆରେ ମାନନୀୟ ପ୍ରଧାନମନ୍ତ୍ରୀ ବେସରକାରୀ ସଂସ୍ଥାର ଡାକ୍ତରମାନଙ୍କୁ ବର୍ଷକୁ ୧୨ ଦିନ ଅର୍ଥାତ ପ୍ରତି ମାସର ୯ ତାରିଖରେ ସ୍ୱେଚ୍ଛାକୃତ ସେବା ପ୍ରଦାନ ପାଇଁ ଆହ୍ୱାନ କରିଥିଲେ। ଦେଶରେ ଥିବା ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ୧୨, ୮୦୦ ରୁ ଅଧିକ ସରକାରୀ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ରହିଛି ଯେଉଁଠାରେ ପ୍ରତି ମାସର ୯ ତାରିଖରେ ପିଏମଏମଏମଏ କାର୍ଯ୍ୟକ୍ରମ କରାଯାଉଛି। ୪, ୮୦୦ ରୁ ଅଧିକ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା ଡାକ୍ତର ଏହି କାର୍ଯ୍ୟକ୍ରମରେ ସେବା ପ୍ରଦାନ କରିବା ପାଇଁ ପ୍ରତିଜ୍ଞାବଦ୍ଧ। ଛତିଶଗଡର ବିଳାସପୁର ଭଳି ଅତ୍ୟଧିକ ପ୍ରାଥମିକତା ଜିଲାରେ ୩୮୫ ବେସରକାରୀ ସ୍ୱେଚ୍ଛାସେବୀ ସେବା ପ୍ରଦାନ କରିଛନ୍ତି।

ସୁଦୂର ଅଂଚଳମାନଙ୍କରେ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଡାକ୍ତରମାନେ ସ୍ୱେଚ୍ଛାକୃତ ଭାବେ ସେବା ପ୍ରଦାନ କରିବାର ଅନେକ ଉଦାହରଣ ଦେଖିବାକୁ ମିଳିଛି। ଡା. ପୂଜା ଉପାଧ୍ୟାୟ, ରାୟପୁରର ଜଣେ ଜଣାଶୁଣା ସ୍ତ୍ରୀ୍ର ରୋଗ ବିଶେଷଜ୍ଞ ନାରାୟଣପୁର ଭଳି ଏକ ସୁଦୂର ଏବଂ ମାଓ ପ୍ରଭାବିତ ଅଂଚଳକୁ ସରକାରୀ ସୁବିଧା ନ ନେଇ ନିଜ ଖର୍ଚ୍ଚରେ ପିଏମଏସଏମଏ ଅଭିଯାନରେ ନିଜର ସେବା ପ୍ରଦାନ କରିଥିବା ସମସ୍ତଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *