ଜିଲ୍ଲା ପରିକ୍ରମା

ପ୍ରଧାନମନ୍ତ୍ରୀ ସହରୀଗୃହ ଆବାସ ଯୋଜନା ଗୃହ ହିତାଧିକାରୀଙ୍କୁ ଗୃହ ବଣ୍ଟନ

ଖଡିଆଳ/ନୂଆପଡା-୧୧.୦୧.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ପ୍ରଧାନମନ୍ତ୍ରୀ ସହରୀ ଗୃହ ଆବାସ ଯୋଜନାରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ଗୃହକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବୃଷଭ ଚରଣ ନାୟକ ପରିଦର୍ଶନ କରି ସମସ୍ୟା ବିଷୟରେ ପଚାରି ବୁଝିଛନ୍ତି। ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୬୦୦ ଜଣ ହୀତାଧ ଗୃହ ନିର୍ମାଣ ନେଇ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ବେଳେ ହିତାଧିକାରୀ ମାନେ ଉତ୍ସାହର ସହ ଗୃହ ନିର୍ମାଣ କରୁଥିବା ଦେଖାଯାଇଛି। ଖଡିଆଳ ସହରର ୱାଡ ନଂ ୭ର ହିରାମୁଣ୍ଡା ପୋଖରୀ ନିକଟରେ ଏହି ଯୋଜନାରେ ଏକ ପଡା ସହର ସୃଷ୍ଟି ନେଇ ଜିଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯିବ ବୋଲି ନିଷ୍ପତି ନିଆଯାଇଥିବା ଜଣାପଡିଛି। ଏହି ନୂତନ ପଡାର ନାମ ହିରାନଗର ଦେବା ପାଇଁ ନିଷ୍ପତି ହୋଇଛି। ଏହି ଯୋଜନାର ୨୧ ଜଣ ହିତାଧିକାରୀ ଘର ନିର୍ମାଣ ନେଇ ଜମି କ୍ରୟ କରିଥିଲେ। ସେମାନଙ୍କୁ ପ୍ରଧାନମନ୍ତ୍ରୀ ସହରୀ ଗୃହ ଆବାସ ଯୋଜନାରେ ଗୃହ ନିର୍ମାଣ କାର୍ଯ୍ୟାଦେଶ ମିଳିବା ଦ୍ୱାରା ସମସ୍ତେ ଏକାଠି ହୋଇ କାର୍ଯ୍ୟାଦେଶ ପାଇବା ମାତ୍ରେ ନିର୍ମାଣ କାମ ଆରମ୍ଭ କରିଛନ୍ତି। ଆଜି ସେହି ନୂତନ ପଡା ସହରକୁ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବୃଷବ ଚରଣ ନାୟକ ପରିଦର୍ଶନ କରି ହିତାଧିକାରୀଙ୍କୁ ଚାରିମାସ ପରେ ଗୃହ ନିର୍ମାଣ କଲେ ତାଙ୍କୁ ଅଧିକ ୨୦ ହଜାର ଟଙ୍କା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି। ସେହିପରି ଘଟଣାସ୍ଥଳକୁ ଖଡିଆଳ ତହସିଦାର ଅନିଳ କୁମାର ପଟ୍ଟନାୟକ ଏବଂ ବିଜ୍ଞାପିତ ଅଂଚଳ ପରିଷଦ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ। ଏହି ନିର୍ମାଣ କାର୍ଯ୍ୟକୁ ନିର୍ବାହୀ ଅଧିକାରୀ ପରିଦର୍ଶନ କରିନଥିବା କାରଣରୁ ଜିଲାସ୍ତରୀୟ ଅଧିକାରୀମାନେ କ୍ଷୁବଧ ହେବା ସହ କାର୍ଯ୍ୟରେ ପ୍ଲିନ୍ତ ପର୍ଯ୍ୟନ୍ତ ହୋଇଥିବା ହିତାଧିକାରୀଙ୍କୁ ପ୍ରଥମ କିସ୍ତି ୭୦ ହଜାର ଟଙ୍କା ୪ ଦିନରେ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୋଟ ୨୧ ଜଣ ହିତାଧିକାରୀଙ୍କ ଠାରୁ ୧୪ ଜଣ ହିତାଧିକାରୀ ନିଜ କାର୍ଯ୍ୟ ଆରମ୍ଭ କରିସାରିଥିବା ବେଳେ ୭ ଗୋଟି ହିତାଧିକାରୀଙ୍କ କାମ ପ୍ଲିନ୍ତ ପର୍ଯ୍ୟନ୍ତ ହୋଇଥିବା ଦେଖି ହିତାଧିକାରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେହିପରି ଏହି ନୂତନ ପଡା ସହର ସୃଷ୍ଟି ପାଇଁ ଆବଶ୍ୟକ ଥିବା ଉନ୍ନତ ମାନର ସଡକ ପାନୀୟ ଜଳ ଏବଂ ବିଦ୍ୟୁତ ସଂଯୋଗୀକରଣ କରି ଏକ ୧୬୫ କେଭିର ଟ୍ରାନ୍ସଫର୍ମର ସ୍ଥାପନ ପାଇଁ ଜିଲା ପ୍ରେସ କ୍ଳବ ସମ୍ପାଦକ ତପନ ରଂଜନ ଦାସ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ବୃଷବ ଚରଣ ନାୟକ ଏବଂ ଜିଲାପାଳ ପୋମା ଟୁଡୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏହି ନୂତନ ପଡା ସହର ସୃଷ୍ଟି ନେଇ ଆବଶ୍ୟକ ସଡକ ପାଇଁ ଜମି ମାଲିକ ମାନେ ଜମି ଛାଡିବା ସହ ପ୍ରଶାସନକୁ ଦାନ ସୃତ୍ରରେ ପ୍ରଦାନ ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଅନ୍ୟ ଅଧିକାରୀଙ୍କ ଅବହେଲା ଯୋଗୁଁ ହୀତାଧିକାରୀ ମାନେ ସବସିଡି ଟଙ୍କା ପାଇବା ନେଇ ବଞ୍ଚିତ ହେବାର ଯଥେଷ୍ଟ ସମ୍ଭାବନା ଥିବା ଅଭିଯୋଗ କରିଛନ୍ତି। ସରକାର ଘର ପାଇଥିବା ହୀତାଧିକାରୀ ୪ ମାସ ଭିତରେ ଘର ସମ୍ପୂର୍ଣ୍ଣ କଲେ ୨୦ ହଜାର ଟଙ୍କାର ସବସିଡି ପାଇବା ନେଇ ଘୋଷଣା କରିଥିବା ବେଲେ ଖଡିଆଳ ସହରରେ ଦିଆଯାଇଥିବା ୬୦୦ ଗୃହ ପାଇଁ ନିଯୁକ୍ତ ଅଧିକାରୀଙ୍କ ଅବହେଲା ଯୋଗୁଁ ହୀତାଧିକାରୀ ହଇରାଣ ହେବା ସହ ସବସିଡି ଟଙ୍କା ପାଇବାରୁ ବଞ୍ଚିତ ହେବେ ବୋଲି ଅଭିଯୋଗ କରିଛନ୍ତି। ଜିଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ହୀତାଧିକାରୀଙ୍କ ସମସ୍ୟାର ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top