ଜିଲ୍ଲା ପରିକ୍ରମା

ପ୍ରଧାନମନ୍ତ୍ରୀ ସଡକ ନିର୍ମାଣ କାର୍ଯ୍ୟ ନିମ୍ନମାନର ପ୍ରତିବାଦ କଲେ ମିଳୁଛି ଧମକ

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ଏହି ଜିଲାର ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତର ଗୋବିନ୍ଦପୁରଠାରୁ କରାଣ୍ଡିଗଡିଆ ଭାୟା ସାନବର୍ଚ୍ଚିକୟାଁ ରାସ୍ତା ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମାଣ ହେଉଛି। ଉକ୍ତ ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହେଉଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଏହାର ବିରୋଧ କରିଛନ୍ତି। ଫଳରେ ସେମାନଙ୍କୁ ଧମକ ଦିଆଯାଇଥିବା ନେଇ ବନ୍ତ ଥାନାରେ ଅଭିଯୋଗ ହୋଇଛି। ବନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଗୋବିନ୍ଦପୁର- କରାଣ୍ଡିଗଡିଆ ରାସ୍ତାର ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ ହୋଇଛି। ରାସ୍ତା ନିର୍ମାଣ ପାଇଁ ନିମ୍ନ ମାନର ମେଟାଲ ବ୍ୟବହାର କରାଯାଉଥିବା ବେଳେ ଗ୍ରାମବାସୀ ବିଭାଗୀୟ ଏସଡିଓଙ୍କୁ ଏ ସଶ୍ଛକୟଙ୍କର ଅଭିଯୋଗ କରିଥିଲେ। ହେଲେ ସେଥିରେ କିଛି ସୁଫଳ ମିଳିଲା ନାହିଁ। ୫.୫ କିମି. ଲମ୍ବ ବିଶିଷ୍ଟ ଏହି ରାସ୍ତାଟି ଗତ ୨୦୧୬ ମସିହା ଡିସେମ୍ବରରୁ ଆରମ୍ଭ ହୋଇ ନଭେମ୍ବର ୨୦୧୭ ମସିହାରେ ଶେଷ ହେବାକୁ ଥିଲା। ହେଲେ ଅଦ୍ୟାବଧି ଉକ୍ତ ରାସ୍ତାର ମେଟାଲ ବିଛାଇବା କାର୍ଯ୍ୟ ସଂପୂର୍ଣ୍ଣ ହୋଇନାହିଁ। ଏ ସଂପର୍କରେ ଚନ୍ଦ୍ରକାନ୍ତ ରାଉତ, ପ୍ରଦୀପ କୁମାର ରାଉତରାୟ, କପିଳେନ୍ଦ୍ର ଜେନା, ନରେନ୍ଦ୍ର ସାହୁ, ପ୍ରଶାନ୍ତ କୁମାର ପଢିଆରୀ, ପ୍ରମୋଦ କୁମାର ବେହେରାଙ୍କ ସମେତ ବହୁ ବ୍ୟକ୍ତି ଭଦ୍ରକ ଜିଲାପାଳ ଓ ଜିଲା ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିଭଳି ରାସ୍ତାର ଓସାର ଚକବନ୍ଦୀରେ ୧୦ କଡି ଥିବାବେଳେ ସଂପୃକ୍ତ ଠିକାଦାର ରାସ୍ତା ପାଶ୍ୱର୍ରେ ଥିବା ଚାଷୀଙ୍କ ବ୍ୟକ୍ତିଗତ ଜମିରେ ଜବରଦସ୍ତ ମାଟି ଓ ମୋରମ ପକାଇ ସମସ୍ୟା ସୃଷ୍ଟି କରିଛନ୍ତି। ବରପଦୀ ମୌଜାର ଜମି ମାଲିକ ରମେଶଚନ୍ଦ୍ର ସାହୁ, ଦାମୋଦର ରାଉତ, ବ୍ରଜକିଶୋର ରାଉତ, ଅଭିମନ୍ୟୁ ପଢିଆରୀ, ଅଶୋକ ଦାସ, ଲକ୍ଷ୍ମୀଧର ସାହୁ ପ୍ରମୁଖଙ୍କ ଜମି ଉପରେ ଠିକାଦାର ମାଟି ପକାଇ ନିର୍ମାଣ କାର୍ଯ୍ୟ କରୁଛନ୍ତି।ଏନେଇ ସଂପୃକ୍ତ ଜମି ମାଲିକମାନେ ଅଭିଯୋଗ କରିବାରୁ ସେମାନଙ୍କୁ ଠିକାଦାର ଧମକ ଦେଉଥିବା ଅଭିଯୋଗ ହୋଇଛି। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top