ଓଡ଼ିଶା

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡିଶା ଗସ୍ତକୁ ବିରୋଧ କରି କାଲିମେଳାରେ ମାଓବାଦୀ ଲଗାଇଲେ ବ୍ୟାନର

ମାଲକାନଗିରି, ୨୫ା୫ (ଓଡିଆ ପୁଅ ) ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଶନିବାର ଦିନ ଓଡିଶା ଗସ୍ତରେ ଆସି କଟକଠାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ମାଓବାଦୀମାନେ ବିରୋଧକରି ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଷ୍ଟର ବ୍ୟାନର ଲଗାଇଛନ୍ତି।

ଦେଶର ମୁସଲିମ ଓ ଆଦିବାସୀ ମହିଳାଙ୍କ ପ୍ରତି ବଳତ୍କାର ଘଟଣା ବଢୁଥିବାବେଳେ ସଂଖ୍ୟାଲଘୁଙ୍କୁ ହତ୍ୟାକରଯାଉଛି। ଏଥିପାଇଁ ପ୍ରଧନମନ୍ତ୍ରୀଙ୍କୁ ଦାୟୀ କରାଯାଉଛି। ପ୍ରଧାନମନ୍ତ୍ରୀ ଓଡିଶାର ବିକାଶ କରିବା ପରିବର୍ତ୍ତେ ଖଣିଜ ସମ୍ପଦକୁ ବିଦେଶୀ କମ୍ପାନିକୁ ଟେକିଦେବା ପାଇଁ ଓଡିଶା ଆସୁଛନ୍ତି। ତାଙ୍କୁ ବିରୋଧ କରାଯାଉଛି ବୋଲି ସିପିଆଇ ମାଓବାଦୀ ବୋଲି ଲେଖାଥିବା ବ୍ୟାନର କାଲିମେଳା ଥାନା ନିକଟବର୍ତ୍ତି ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ଅଞ୍ଚଳରେ ଲଗାଯାଇଛି।

ଏ ଖବର କାଲିମେଳା ଥାନା ପୁଲିସ ଜାଣିବାପରେ ସେହି ପୋଷ୍ଟର ବ୍ୟାନର ଗୁଡିକୁ ଜବତ କରି ଥାନାକୁ ଆଣି ତଦନ୍ତ ଚଳାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top