ଓଡ଼ିଶା

ପ୍ରଧାନମନ୍ତ୍ରୀ ଯବାନଙ୍କ ସହ ଉତ୍ତରାଖଣ୍ଡର ହର୍ଶିଲରେ ପାଳିଲେ ଦୀପାବଳି

ନୂଆଦିଲ୍ଲୀ ୭-୧୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତରାଖଣ୍ଡର ହର୍ଶିଲଠାରେ ଯବାନମାନଙ୍କ ସହ ଦୀପାବଳି ପାଳିଛନ୍ତି। ଏହି ଅବସରରେ ସେ ଯବାନମାନଙ୍କୁ ଶୁଭକାମନା ଜଣାଇ କହିଲେ, ସୁଦୂର ବରଫାବୃତ ଶିଖରରେ ଆପଣମାନେ ଦେଶକୁ ସୁରକ୍ଷା ଦେଉଛନ୍ତି, ଏହା ହିଁ ଆପଣଙ୍କ କର୍ତ୍ତବ୍ୟ ଯାହାକି ୧୨୫ କୋଟି ଭାରତୀୟଙ୍କ ଭବିଷ୍ୟତ ଓ ସ୍ୱପ୍ନକୁ ପୂରଣ କରିବାରେ ସକ୍ଷମ ହୋଇଛି। ସେ କହିଲେ, ଦୀପାବଳି ଆଲୋକର ପର୍ବ, ଏହା ଦୟା ଓ ସକରାତ୍ମକ ଭାବନାର ପ୍ରଚାର କରିବା ସହ ଭୟକୁ ଦୁରେଇଥାଏ। ଆପଣ ଯବାନମାନେ ପ୍ରତିବଦ୍ଧତା ଓ ଅନୁଶାସନର ମାଧ୍ୟମରେ ସାଧାରଣ। ଲୋକଙ୍କ ମନରେ ସୁରକ୍ଷା ଓ ନିର୍ଭୟର ଭାବନାକୁ ଉଦ୍ରେକ କରୁଛନ୍ତି। ପ୍ରଧାନମନ୍ତ୍ରୀ ଅତୀତକୁ ସ୍ମରଣ କରି କହିଲେ, ସେ ଯେତେବେଳେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ ସେବେଠାରୁ ଯବାନମାନଙ୍କ ସହ ଦୀପାବଳି ପାଳୁଛନ୍ତି। ସେ କିଛି ବର୍ଷ ପୂର୍ବେ କୈଳାସ ମାନସରୋବର ଯାତ୍ରା ସମୟର ଆଇଟିବିପି ଯବାନମାନଙ୍କ ସହ ହୋଇଥିବା ଭାବର ଆଦାନପ୍ରଦାନକୁ ମନେ ପକାଇଥିଲେ। ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଦ୍ରୁତ ଗତିରେ ଆଗକୁ ବଢ଼ି ଚାଲିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ସେ ପୂର୍ବତନ ସୈନିକମାନଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ, ଯଥା ଓଆରଓପି ( ୱାନ୍ ରେଙ୍କ, ୱାନ ପେନସନ) ସମେତ ଅନେକ ପଦକ୍ଷେପ ପ୍ରସଙ୍ଗରେ ମତ ରଖୁଥିଲେ। ଜାତିସଂଘର ଶାନ୍ତି ରକ୍ଷା ସଞ୍ଚାଳନ ଦ୍ୱାରା ଭାରତୀୟ ଯବାନମାନଙ୍କୁ ଅନେକ ପ୍ରଶଂସା ମିଳିଥିବା ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ମିଷ୍ଟାନ୍ନ ପ୍ରଦାନ କରିଥିଲେ। ଦୀପାବଳି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ପାଖଆଖ ଗ୍ରାମରୁ ଆସିଥିବା ଲୋକମାନଙ୍କ ସହ ମଧ୍ୟ ସେ ଆଲୋଚନା କରିଥିଲେ।

The Prime Minister, Shri Narendra Modi celebrating Diwali with the jawans of the Indian Army and ITBP, at Harsil, in Uttarakhand on November 07, 2018.

The Prime Minister, Shri Narendra Modi interacting with people on Diwali, at Harsil, in Uttarakhand on November 07, 2018.

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top