ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପ୍ରକଳ୍ପ: ପରିବେଶ ଅନୁକୂଳ ନାପକିନ ଜନ ଔଷଧୀ ସୁବିଧାର ଶୁଭାରମ୍ଭ

– ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ କାର୍ଯ୍ୟକାରୀ ୩୬୦୦ କେନ୍ଦ୍ରରେ ୨.୫୦ ଟଙ୍କାରେ ଉପଲବ୍ଧ କରାଯିବ ସାନିଟାରୀ ନାପକିନ

ନୂଆ ଦିଲ୍ଲୀ ୬/୬ (ଓଡ଼ିଆ ପୁଅ) କେନ୍ଦ୍ର ରସାୟନ ଏବଂ ସାର, ସଡକ ପରିବହନ ଏବଂ ରାଜମାର୍ଗ, ଜାହାଜ ଚଳାଚଳ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ମନସୁଖ ଏଲ. ମାଣ୍ଡଭୀୟ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧୀ ପ୍ରକଳ୍ପ ଅଧିନରେ ପରିବେଶ ଅନୁକୂଳ ସାନିଟାରୀ ନାପକିନ ‘ଜନଔଷଧୀ ସୁବିଧା’ର ଶୁଭାରମ୍ଭ କରିଛନ୍ତି। ଦେଶର ୩୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳଗୁଡିକରେ ୩୬୦୦ରୁ ଅଧିକ ଜନଔଷଧୀ କେନ୍ଦ୍ରଗୁଡିକରେ ସୁଲଭ ମୂଲ୍ୟରେ ଏହି ସାନିଟାରୀ ନାପକିନ ଉପଲବ୍ଧ କରାଯିବ। କେନ୍ଦ୍ର ରସାୟନ ଏବଂ ସାର ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନନ୍ତ କୁମାର ମାର୍ଚ୍ଚ ୮, ୨୦୧୮ ରେ ବିଶ୍ୱ ମହିଳା ଦିବସ ଅବସରରେ ସୁଲଭ ମୂଲ୍ୟରେ ସାନିଟାରୀ ନାପକିନ ଉପଲବ୍ଧ କରାଇବାର ପ୍ରତିଶୃତି ଦେଇଥିଲେ।

ଶ୍ରୀ ମାଣ୍ଡଭୀୟ କହିଥିଲେ ଯେ ବିଶ୍ୱ ପରିବେଶ ଦିବସରେ ଏହା ସମସ୍ତ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଉପହାର। ଏହି ଉତ୍ପାଦ ସୁଲଭ ମୂଲ୍ୟରେ ସୁବିଧାଜନକ ଭାବେ ମିଳିପାରୁଥିଲାବେଳେ ଏହାକୁ ନଷ୍ଟ କରିବା ସହଜ ହେବ। ଏହି ଉତ୍ପାଦ ମହିଳାମାନଙ୍କର ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଏବଂ ସୁବିଧା ସୁନିଶ୍ଚିତ କରିହେବ। ଜନ ଔଷଧୀ ସୁବିଧାକୁ ବ୍ୟବହାର ପରେ ଅମ୍ଳଜାନ ସଂସ୍ପର୍ଶରେ ଆସି ଅତି ସହଜରେ ନଷ୍ଟ ହୋଇଯାଏ। ଶ୍ରୀ ମାଣ୍ଡଭୀୟ କହିଥିଲେ ଯେ ଦେଶର ଗରିବ ମହିଳାମାନଙ୍କୁ ମଧ୍ୟ ସ୍ୱଚ୍ଛତା, ସ୍ୱାସ୍ଥ୍ୟ ଏବଂ ସୁବିଧା ପହଂଚାଇବା ସହିତ ଉତମ ମାନର ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟ ହାସଲ ଦିଗରେ ଏହା ସହାୟକ ହେବ।

ଶ୍ରୀ ମାଣ୍ଡଭୀୟ କହିଥିଲେ ଯେ ବଜାରରେ ଉପଲବ୍ଧ ସାନିଟାରୀ ନାପକିନ ପ୍ରତି ପ୍ୟାଡ ୮ ଟଙ୍କା ଦେବାକୁ ପଡୁଥିବାବେଳେ ସୁବିଧା ନାପକିନ ମାତ୍ର ୨ ଟଙ୍କା ୫୦ରେ ଉପଲବ୍ଧ କରାଯିବ। ଏହାଦ୍ୱାରା ମହିଳାମାନଙ୍କ ମଧ୍ୟରେ ବ୍ୟକ୍ତିଗତ ସ୍ୱଚ୍ଛତା ସୁନିଶ୍ଚିତ କରିହେବ।

The Minister of State for Road Transport & Highways, Shipping and Chemicals & Fertilizers, Shri Mansukh L. Mandaviya addressing at the launch of the ‘Janaushadhi Suvidha – Oxo-Biodegradable Sanitary Napkins’ under the ‘Pradhan Mantri Bhartiya Janaushadhi Pariyojana (PMBJP)’, in New Delhi on June 04, 2018.
The Director General (M&C), Press Information Bureau, Shri Sitanshu R. Kar is also seen.

ଶ୍ରୀ ମାଣ୍ଡଭୀୟ କହିଥିଲେ ଯେ ଭାରତରେ ମହିଳାମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ସୁନିଶ୍ଚିତ କରାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବର୍ତମାନ ମଧ୍ୟ ବଜାରରେ ଉପଲବ୍ଧ ବଡ ବଡ ବ୍ରାଣ୍ଡର ସାନିଟାରୀ ନାପକିନ ମହିଳାମାନଙ୍କ ପାଖରେ ପହଂଚି ପାରିନାହିଁ। ଋତୁସ୍ରାବ ସମୟରେ ଅସ୍ୱଚ୍ଛ ବ୍ୟବହାର ବା ଅପରିଚ୍ଛନ୍ନତା ଯୋଗୁଁ ମହିଳାମାନେ ଅନେକ ରୋଗର ଶିକାର ହେଉଛନ୍ତି।

ରାଷ୍ଟ୍ରୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୨୦୧୫-୧୬ ଅନୁସାରେ ୧୫ ରୁ ୨୪ ବର୍ଷ ବୟସର ୫୮ ପ୍ରତିଶତ ମହିଳା ତାଙ୍କ ନିକଟରେ ଉପଲବ୍ଧ ସାନିଟାରୀ ନାପକିନ ବ୍ୟବହାର କରୁଥିବାବେଳେ ସହରାଂଚଳରେ ୭୮ ପ୍ରତିଶତ ମହିଳା ସ୍ୱଚ୍ଛ ଭାବେ ପରିସ୍କାର ପରିଚ୍ଛନ୍ନତା ଉପାୟ ଅବଲମ୍ବନ କରିଥାନ୍ତି। ଗ୍ରାମାଂଚଳରେ କେବଳ ୪୮ ପ୍ରତିଶତ ମହିଳାମାନେ ସାନିଟାରୀ ନାପକିନ ବ୍ୟବହାର କରନ୍ତି।

ଫାର୍ମାସ୍ୟୁଟିକାଲ ବିଭାଗର ଯୁଗ୍ମ ସଚିବ ଶ୍ରୀ ନବଦୀପ ରିନୱା ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *