ଓଡ଼ିଶା

ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ହଡପର ସିବିଆଇ ତଦନ୍ତ ଦାବିରେ କେନ୍ଦୁଝର ବିଜେପି କୃଷକମୋର୍ଚ୍ଚାର ରାଜ୍ୟପାଳଙ୍କୁ ସ୍ମାରକପତ୍ର

କେନ୍ଦୁଝର, ୧୦ା୭ (ଓଡିଆ ପୁଅ/ପ୍ରଦୀପ ମହାନ୍ତି):: ଗତ ୨୦୧୬ ମସିହାରେ ସ୍ୱଳ୍ପ ବୃଷ୍ଟି ଯୋଗୁଁ କେନ୍ଦୁଝର ଜିଲ୍ଲାର ଚାଷୀକୂଳ ସେମାନଙ୍କ ଫସଲ ହରାଇଥିଲେ ତଥା ପ୍ରଧାନମନ୍ତ୍ରୀ ଫସଲବୀମାଭୁକ୍ତ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କେନ୍ଦ୍ରୀୟ କୋ-ଅପରେଟିଭ ବ୍ୟାଙ୍କ ଜରିଆରେ ବୀମାରାଶି ପ୍ରଦାନ କରାଯିବା ପାଇଁ କୋଟି କୋଟି ଟଙ୍କା ଆସିଥିଲା। ଏହି ଟଙ୍କା ଉଦ୍ଦିଷ୍ଟ ଚାଷୀଙ୍କ ବ୍ୟାଙ୍କ ଜମାଖାତାରେ ସିଧାସଳଖ ଜମା ହେବାର ପ୍ରାବଧାନ ଥିଲେ ହେଁ ଘସିପୁରା ବ୍ଲକର ଖଲଣା, ଅଳତୀ, ଗଡବାନ୍ଧଗୋଡା, କେଶଦୁରାପାଳ ଇତ୍ୟାଦି ଅନେକ କୋ-ଅପରେଟିଭ ବ୍ୟାଙ୍କ ସେକ୍ରେଟାରୀମାନେ ଉକ୍ତ ବୀମା ରାଶିକୁ ଉଠାଇ ଚଳୁ କରି ଦେଇଥିବାର ଗୁରୁତର ଅଭିଯୋଗ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇ ବିଭାଗୀୟ ତଦନ୍ତରେ ମଧ୍ୟ ପ୍ରମାଣିତ ହୋଇସାରିଥିବାସ୍ଥଳେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ଜିଲ୍ଲାର ଶାସକ ଗୋଷ୍ଠି ଏବଂ ଅମଲାତନ୍ତ୍ରର ମଧୁଚନ୍ଦ୍ରିକା ଆଡକୁ ବିଜେପି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ମଙ୍ଗଳବାର ଦିନ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ବିଜେପି କୃଷକମୋର୍ଚ୍ଚାର ସର୍ବଭାରତୀୟ ଉପାଧ୍ୟକ୍ଷ ମହେଶ୍ୱର ସାହୁ ଓ ବିଜେପି ଜିଲ୍ଲା ସଭାପତି ରାଧାକାନ୍ତ ମହାନ୍ତଙ୍କ ନେତୃତ୍ୱରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥିରାଜ କୁଅଁର, ସାଧାରଣ ସଂପାଦକ ସୁବ୍ରତ ମହାନ୍ତି, ଉପସଭାପତି ସାବିତ୍ରୀ ବିଶ୍ୱାଳ, କିରଣବାଳା ନାଏକ, କାର୍ଯ୍ୟାଳୟ ସଂପାଦକ ପ୍ରକାଶ ସୂତ୍ରଧର, ବାବୁ ବାରିକ, ଜିତେନ୍ଦ୍ର ବେହେରା, ଯୁବମୋର୍ଚ୍ଚା ସାଧାରଣ ସଂପାଦକ ବ୍ରଜ ରାୟ, ପ୍ରକାଶ ମଲ୍ଲିକ, ଏମ୍ଡି ଜଲାଲୁଦ୍ଦିନ ଆକବର, ପ୍ରମୋଦ ପଟ୍ଟନାୟକଙ୍କ ସମେତ ଶତାଧିକ ବିଜେପି କର୍ମୀ ପ୍ରଧାନମନ୍ତ୍ରୀ ଫସଲବୀମା ରାଶି ହଡପର ସିବିଆଇ ତଦନ୍ତ ଦାବି କରି ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ କେନ୍ଦୁଝର ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top