ଅନୁଗୁଳ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଳଚେର ଗସ୍ତ ପୂର୍ବରୁ କେନ୍ଦ୍ରମନ୍ତ୍ରୀଙ୍କ ସମୀକ୍ଷା: ତାଳଚେର ପ୍ରଗତୀର ସାକ୍ଷୀଥିବା ତାଳଚେର ଫର୍ଟିଲାଇଜରର ପୁନରୁଦ୍ଧାର ସୌଭାଗ୍ୟର ବିଷୟ-ଧର୍ମେନ୍ଦ୍ର ପ୍ରଧାନ

⦁ ତାଳଚେର ଫର୍ଟିଲାଇଜରରେ ୧୩ ହଜାର କୋଟି ଓ ତାଳଚେର ଥର୍ମାଲରେ ୯ ହଜାର ୭ଶହ କୋଟି ର ପୁଞ୍ଜିନିବେଶ
ଭୁବନେଶ୍ୱର/ତାଳଚେର, ୭ ସେପ୍ଟେମ୍ବର(ଓଡ଼ିଆ ପୁଅ)-ଓଡିଶା ଓ ତାଳଚେର ପାଇଁ ବଡ ସୌଭାଗ୍ୟର କଥା ତାଳଚେର ପ୍ରଗତୀର ସାକ୍ଷୀଥିବା ତାଳଚେର ଫର୍ଟିଲାଇଜର ଓ ତାଳଚେର ଥର୍ମାଲ ପ୍ଲାଂଟର ପୁନରୁଦ୍ଧାର ହେବାକୁ ଯାଉଛି। ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ଏପରି ପ୍ରକଳ୍ପ ଭିତିପ୍ରସ୍ତର ସ୍ଥାପନ ହେଉଛି ଏହା ଆମ ପାଇଁ ସୌଭାଗ୍ୟର କଥା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତାଳଚେର ଗସ୍ତ ପୂର୍ବରୁ ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ା ଏ ଅବସରରେ ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ତାଳଚେର ଆସିବେ। ଏଠାରେ ତାଳଚେର ସାର କାରଖାନା ପୁନରୁଦ୍ଧାରର ଶିଳାନ୍ୟାସ କରିବେ। ବନ୍ଦ ହୋଇପଡିଥିବା ତାଳଚେର ଫର୍ଟିଲାଇଜରରେ ୧୩ ହଜାର କୋଟି ଓ ପୁରୁଣା ହୋଇଥିବା ତାଳଚେର ଥର୍ମାଲରେ ୯ ହଜାର ୭୦୦ ଶହ କୋଟି ମୋଟ ୨୨ ହଜାର ୭୦୦ ଶହ କୋଟି ଟଙ୍କାର ଦୁଇଟି ବୃହତ ପ୍ରକଳ୍ପର କାମର ଆରମ୍ଭ ହେବ। ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହି କାମ ଆରମ୍ଭ ହେବ।

ଶ୍ରୀ ପ୍ରଧାନ ଆହୁରି କହିଲେ ଯେ, କୋଇଲାରୁ ଗ୍ୟାସ ବାହାରିବ। ଗ୍ୟାସରୁ ୟୁରିଆ, ଆମୋନିଆ ବାହର କରିବା ନୂଆ ଟେକ୍ନୋଲୋଜି ବ୍ୟବହାର କରାଯିବ। ବିଗତକିଛି ଦଶନ୍ଧି ଧରି ତାଳଚେର ପ୍ରଗତୀର ମୁକସାକ୍ଷୀ ଥିବା ଏହିଗୁଡିର ପୁନରୁଦ୍ଧାର ହେବାକୁ ଯାଉଛି। ଏହା ଓଡିଶା, ଅନୁଗୁଳ, ତାଳଚେର ଓ ଢେଙ୍କାନାଳ ବାସୀଙ୍କ ପାଇଁ ଖୁସି ଖବର।

 

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top