ଜିଲ୍ଲା ପରିକ୍ରମା

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା .ଆର.ଡି ରାସ୍ତା ଠାରୁ କେଶିଆପଲ୍ଲି ରାସ୍ତା ଓ ପାଚେରୀ କାର୍ଯ୍ୟ ନିମ୍ନ ମାନର

ରଣପୁର 14/3  (ଓଡ଼ିଆ ପୁଅ /ଜୟେନ୍ଦ୍ର ବେହେରା)ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଧିନ କୁଳାସର ଗ୍ରାମପଂଚାୟତର କୁଳାସର-ଘାଟି ଅନ୍ତର୍ଗତ ପୁର୍ତ ବିଭାଗ ରାସ୍ତାର କଇଁଥଛକ ଠାରୁ କେଶିଆପଲ୍ଲି ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତା ଓ ପାଚେରୀ କାର୍ଯ୍ୟ ନିମ୍ନ ମାନର ହେଉଥିବା ସାଧାରଣରେ ଅଭିଯୋଗ ହେଉଛି । ନବ ନିର୍ମିତ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜାନାରେ ଉକ୍ତ ପୂର୍ତ ବିଭାଗ ରାସ୍ତାଠାରୁ କେଶିଆ ପଲ୍ଲି ଗ୍ରାମକୁ ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ତରଫରୁ ୧କିମି ୫୦୦ମିଟର ରାସ୍ତା ଓ ପାଚେରୀ ନିର୍ମାଣ ପାଇଁ ଆର୍ଥିକ ଅନୁଦାନ ୮୨ଲକ୍ଷ ୮୪ହଜାର ୨ଶହ ୮୯ଟଙ୍କା ବ୍ୟୟ ମଂଜୁର କରାଯାଇଛି । ଉକ୍ତ କାର୍ଯ୍ୟଟି ୨୦୧୭ ଅକ୍ଟୋବର ମାସରେ କାର୍ଯ୍ୟାରମ୍ଭ ହୋଇଥିବା ବେଳେ ୨୦୧୮ ଜୁଲାଇ ମାସ ସୁଧା କାର୍ଯ୍ୟଟି ସମ୍ପୂର୍ଣ୍ଣ ହେବାର ନିୟମ ରହିଅଛି । ତେବେ ପରିତାପର ବିଷୟ ଉକ୍ତ କାର୍ଯ୍ୟଟିର ଆକଳନ ଅନୁଯାୟୀ ଯେତିକି ପରିମାଣ ର ବାଲି ,ବଜୁରୀ ,ମେଂଟାଲ ସିମେଂଟ ମିଶାଇ କାର୍ଯ୍ୟ କରାଯିବା କଥା ତାହା ଚଂଚକତା କରାଯାଇ ସମୂହ ପରିମାଣରେ ରାସ୍ତା ଓ ପାଚେରୀ କାର୍ଯ୍ୟରେ ଅନିୟମିତତା ସହ ନିମ୍ନମାନର କାର୍ଯ୍ୟ କରାଯାଉଥିବା ସାଧାରଣରେ ଅଭିଯୋଗ ହେଉଅଛି । ସୂଚନା ଥାଉକି ଉକ୍ତ ରାସ୍ତା କାର୍ଯ୍ୟଟି ନୟାଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତଦାରଖ ଦାୟିତ୍ୱରେ ଥିବା ବେଳେ ରାସ୍ତା କାର୍ଯ୍ୟ ସମୟରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀଙ୍କ ଅନୁପସ୍ଥିତି ଯୋଗୁଁ ସାଧାରଣରେ ସନେ୍ଦହ ସୃଷ୍ଟି ହୋଇଛି । ଯାହାକି ଯନ୍ତ୍ରୀ ଓ ଠିକାଦାରଙ୍କ ମଧ୍ୟରେ ଭିତିରି ସଲାସୁତରା ଭାବ ଥିବାକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହେଇଛି । ଉକ୍ତ ରାସ୍ତାଟି ଅଂଚଳର ପ୍ରମୁଖ ରାସ୍ତା ହୋଇଥିବାରୁ ଏହି ରାସ୍ତାରେ ଦୈନିକ ଛାତ୍ରଛାତ୍ରୀଙ୍କ ଠାରୁୁ ଆରମ୍ଭ କରି ଶତାଧିକ ଲୋକମାନେ ଯାତାୟତ କରିଥାନ୍ତି । ତେଣୁ ବିଭାଗୀୟ ସମ୍ପୃକ୍ତ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top