ପ୍ରଧାନମନ୍ତ୍ରୀ ଗୃହ ଆବାସ କାର୍ଯ୍ୟାଦେଶ ପ୍ରଦାନ

ଖଡିଆଳ/ନୂଆପଡା-୦୭.୧୨.(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୨ ପରିସର ମଧ୍ୟରେ ଜିଲା ପ୍ରଶାସନ ପକ୍ଷରୁ ପ୍ରଧାନମନ୍ତ୍ରୀ ଗୃହ ଆବାସ ଯୋଜନାରେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରି ଗରିବ ହିତାଧିକାରୀଙ୍କୁ ପକ୍କା ଛାତ ଘର ଦେବାର ସ୍ୱପ୍ନକୁ ସାକାର କରିଛନ୍ତି । ଏହି ଅବସରରେ ଅନୁଷ୍ଟିତ କାର୍ଯ୍ୟାଦେଶ ବଣ୍ଟନ ସଭାରେ ଖଡିଆଳ ନଗର ଅଧ୍ୟକ୍ଷା ଖୁଲଣା ବେହେରା ସଭାପତିତ୍ୱ କରିଥିବା ବେଳେ ମୁଖ୍ୟଅତିଥି ଭାବରେ କଳାହାଣ୍ଡି ସାଂସଦ ଅର୍କକେଶରୀ ସିଂଦେଓ ଯୋଗଦେଇ ପ୍ରତ୍ୟେକ ସହରୀ ଗୃହ ଆବାସ ଯୋଜନାରେ ଅନ୍ତର୍ଭୂକ୍ତ ହିତାଧିକାରୀ ମାନେ ଚାରିମାସ ଭିତରେ ଘର ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ଆହ୍ୱାନ କରିଥିଲେ । ବୈଠକରେ ନୁଆପଡା ଜିଲାପାଳ ପୋମା ଟୁଡୁ ଯୋଗଦେଇ ସରକାରଙ୍କ ଏହି ସହରୀ ଆବାସ ଯୋଜନାକୁ ସଫଳିଭୂତ କରିବା ନେଇ ସମସ୍ତଙ୍କ ମିଳିତ ଉଦ୍ୟମ ନିତାନ୍ତ ଜରୁରୀ ଅଟେ ଏବଂ ହିତାଧିକାରୀ ମାନେ ନିଜ ସ୍ୱପ୍ନକୁ ସାକାର କରିବାରେ ଆମେମାନେ ସହଯୋଗ କରିବୁ ବୋଲି ଆହ୍ୱାନ କରିଛନ୍ତି । ଜିଲା ପ୍ରକଳ୍ପ ନିଦେ୍ଧର୍ଶକ ବୃଷବ ଚରଣ ନାୟକ,ଉପାଧ୍ୟକ୍ଷ ଛବିଲାଲ ଦୀପ ପ୍ରମୃଖ ଯୋଦେଇଥିଲେ । ସମଗ୍ର ନୂଆପଡା ଜିଲାରେ ୭୧୫ ଗୋଟି ସହରୀ ଗୃହ କାର୍ଯ୍ୟାଦେଶ ପୂରଣ କରାଯାଇଥିବା ବେଳେ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦରେ ୬୨୦ ଗୋଟି ଗୃହ ପ୍ରଦାନ କରାଯାଇଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିତ୍ତରଞ୍ଜନ ବେହେରା,ସିଦ୍ଧାର୍ଥ ଶଙ୍କର ମହାପାତ୍ର,ତାମ୍ରଧ୍ୱଜ ମାଝୀ,ଜୟଦେବ ପାଢୀ,ସଞ୍ଜିବ କୁମାର,ବିରଞ୍ଚô ମହାନ୍ତି ସମେତ ସମସ୍ତ କାଉନସିଲର ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *