ଓଡ଼ିଶା

ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରରେ କୃଷକ ମାନଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦଘାଟନ କଲେ ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଜୁଏଲ ଓରାମ

ବାହାନଗା/ବାଲେଶ୍ୱର,୨୩/୦୯(ଓଡ଼ିଆ ପୁଅ/ ଭାରତୀ ଦାସ)-ବାଲେଶ୍ୱର ଜିଲ୍ଲା ବାହାନଗ ବ୍ଲକ ଗୋପାଳପୁର ଠାରେ ଥିବା ପ୍ରଧାନମନ୍ତ୍ରୀ କୌଶଳ ବିକାଶ କେନ୍ଦ୍ରରେ କୃଷକ ମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍ଘାଟନ ଆଜି ଭାରତ ସରକାରଙ୍କ ଆଦିବାସୀ କଲ୍ୟାଣ କ୍ୟାବିନେଟ ମନ୍ତ୍ରୀ ଜୁଏଲ ଓରାମଙ୍କ କରକମଳରେ ହୋଇଯାଇଛି । ଉଦଘାଟନୀ ସଭାରେ ସାଭାପତିତ୍ୱ କରିଥିଲେ ସେଞ୍ଚୁରିୟାନ ୟୁନିଭରସିଟର ଉପସଭାପତି ବି.ଏନ. ରାଓ , ମୁଖ୍ୟ ଅତଥି ଭାବେ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଓରାମ ବକ୍ତବ୍ୟ ମାଧ୍ୟମରେ କିଭଳି କୃଷକ ଦେଶର ଭବିଷ୍ୟତ , କୃଷି ଦ୍ୱାରା ଦେଶର ମାନଦଣ୍ଡ ବୃଦ୍ଧି ହେବା ସହ , ସେ ନିଜେ ଜଣେ କୃଷକ ଥିଲେ ବୋଲି କକ୍ତବ୍ୟ ଦେଇଥିଲେ । ସମ୍ମାନିତ ଅତିଥିଭାବେ ସେଞ୍ଚୁୟିୟାନ ୟୁନିଭରସିଟିର ଭାଇସଚାନ୍ସଲର ହରିବନ୍ଧୁ ପଣ୍ଡା,ବାଲେଶ୍ୱର ଜିଲ୍ଲା ବିଜେପି ସଭାପତି ମଦନମୋହନ ଦତ୍ତ, ରେମୁଣା ବିଧାୟକ ଗୋବନ୍ଦ ଚନ୍ଦ୍ର ଦାସ, ବିଜେପି ରାଜ୍ୟ ଉପସଭାପତି ସମିର ମହାନ୍ତିପ୍ରମୁଖ ଉପସ୍ଥିତ ଥଲେ । କାର୍ଯ୍ୟକ୍ରମରେ ସଫଳ ଚାଷୀଙ୍କୁ ମଞ୍ଚାସନ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା ।ଶେଷରେ ସଭାପତି ଶ୍ରୀ ରାଓ ଧନ୍ୟବାଦ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top