କେନ୍ଦ୍ରାପଡ଼ା

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡା ୧୪/୪(ଓଡିଆପୁଅ/ଚିତ୍ତରଞ୍ଜନ ଦାସ )- ଚଳିତମାସ ୨୦ତାରିଖରେ ଉଜ୍ଜ୍ୱଳା ଦିବସ ପାଳନ ଅବସରରେ କେନ୍ଦ୍ରାପଡା ଜିଲ୍ଲାର ୧୮ଟି ପଞ୍ଚାୟତର ୨୩ଟି ଗ୍ରାମର ଦାରିଦ୍ର୍ୟ ସୀମାରେଖା ତଳେ ଥିବା(ବି.ପି.ଏଲ.କ୍ୟାଟେଗୋରୀର) ପ୍ରାୟ ୧୮ଶହ ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଏଲ.ପି.ଜି.ଗ୍ୟାସ କନେକସନ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର କେନ୍ଦ୍ରାପଡା ଜିଲ୍ଲା ନୋଡାଲ ଅଧିକାରୀ ଜିତାମ୍ରୀତ ଦତ୍ତ ସ୍ଥାନୀୟ ଗରାପୁରସ୍ଥିତ ମୟୁରୀ ପ୍ୟାଲେସ ହୋଟେଲ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ୨୦୧୬ମସିହା ମଇ ପହିଲାରେ ଆରମ୍ଭ ହୋଇଥିବା ଏହି ଉଜ୍ଜ୍ୱଳା ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ତଥା ୨୦୧୧ମସିହାର ହୋଇଥିବା ସାମାଜିକ,ଜାତିଗତ ଏବଂ ଅର୍ଥନୈତିକ ଜନଗଣନା ଆଧାରରେ ମହିଳା ହିତାଧିକାରୀଙ୍କୁ ରୋଷେଇ ନିମନ୍ତେ ଜାଳେଣୀ ଗ୍ୟାସ ଯୋଗାଇ ଦିଆଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଏହି ଯୋଜନାରେ ପ୍ରତ୍ୟେକ ନୂତନ ଗ୍ୟାସ ସଂଯୋଗ ପାଇଁ କେନ୍ଦ୍ର ସରକାର ଗ୍ୟାସ ସିଲିଣ୍ଡର,ରେଗୁଲେଟର,ଗ୍ୟାସ ପାଇପ,ହିତାଧିକାରୀ ଗ୍ୟାସ ସଂଯୋଗ ବହି ଓ ସଂଯୋଗ ମୂଲ୍ୟ ବାବଦକୁ ୧୬ଶହ ଟଙ୍କା ସବସିଡି ପ୍ରତ୍ୟେକ ହିତାଧିକାରୀଙ୍କୁ ପ୍ରଦାନ କରୁଛନ୍ତି ବୋଲି ଶ୍ରୀ ଦତ୍ତ କହିଥିଲେ । ଏହି ଯୋଜନାରେ କେନ୍ଦ୍ରାପଡା ଜିଲ୍ଲାରେ ୨୦୧୬ ମସିହା ଜୁନମାସ ୨୦ତାରିଖ ସୁଦ୍ଧା ୮୩ହଜାର ୪୩୯ଜଣଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଥିବା ବେଳେ ‘ଗ୍ରାମ ସ୍ୱରାଜ ଅଭିଯାନ’ର ଭାରତର ୨୧ହଜାର ୫୮ଟି ଗ୍ରାମକୁ ସାମିଲ କରାଯାଉଥିବା ସମୟରେ ଓଡିଶାର ୩୮୮ଟି ଗ୍ରାମ ‘ସବକା ସାଥ ସବକା ଗାଁ ସବକା ବିକାଶ’ଯୋଜନା ଅଧିନରେ ଉଜ୍ଜ୍ୱଳା ଦିବସ ପାଳନ ଅବସରରେ ଆସନ୍ତା ୨୦ତାରିଖରେ କେନ୍ଦ୍ରାପଡା ଜିଲ୍ଲାର ୧୮ଟି ପଞ୍ଚାୟତର ୨୩ଟି ଗ୍ରାମର ୧୮ଶହ ମହିଳା ହିତାଧିକାରୀଙ୍କୁ ଗ୍ୟାସ ସଂଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଦତ୍ତ ପ୍ରକାଶ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦତ୍ତଙ୍କ ସମେତ କେନ୍ଦ୍ରାପଡା ବଳଦେବଜୀଉ ଗ୍ୟାସ ଏଜେନସୀର ବିତରକ ବିଭୂତୀ ଭୂଷଣ ଭୂୟାଁ,ରାଜନଗର ଏଜେନସୀର ବିତରକ ସାଗର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top