ପ୍ରଧାନମନ୍ତ୍ରୀ ଉଜ୍ଜଳା ପଚାଂୟତ ଓ ପ୍ରଶିକ୍ଷଣ ଶିବୀର, ଗରିବ ମହିଳାଙ୍କୁ ରନ୍ଧନଗ୍ୟାସ ବଟଂନ

ମାଲକାନଗିରି,୧୨ା୯ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ଠାରେ ଥିବା ଅର୍ପିତା ଏଚପି ଗ୍ୟାସ ଗ୍ରାମୀଣ ବିତରକ ସଂସ୍ଥାଦ୍ୱାରା ପେଦାଓ୍ୟାର୍ଡା ପଚାଂୟତ ସଭାଗୃହ ଠାରେ ସରପଚଂ ବିଶ୍ୱନାଥ କାଡେ ଙ୍କ ଅଧ୍ୟକ୍ଷତାର ପ୍ରଧାନମନ୍ତ୍ରୀ ଉଜ୍ଜଳା ପଚାଂୟତ ଓ ପ୍ରଶିକ୍ଷଣ ଶିବୀର ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବୀର ରେ ମାଲକାନଗିରି ଜିଲ୍ଲା ରନ୍ଧନ ଗ୍ୟାସ ସଂସ୍ଥାର ଏସଡିପି ସ୍ଥିତିପ୍ରଜ୍ଞା ଦାଶ ମୁଖ୍ୟଅତିଥି ଭାବେ ଓ ମାଲକାନଗିରି ଜିଲ୍ଲା ଭାଜପା ସଭାପତି ଅଶୋକକୁମାର ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ରନ୍ଧନଗ୍ୟାସର ଉପକାରିତା,ବ୍ୟବହାର ଓ ସୁପରିଚଳାନା ସଂପର୍କରେ କହିଥିଲେ । ଏହି ଅବସରରେ ଅଙ୍ଗନ ଓ୍ୟାର୍ଡି କର୍ମୀ,ସ୍ୱାସ୍ଥ୍ୟକର୍ମୀ, ଆଶାକର୍ମୀ,ପେଦାଓ୍ୟାର୍ଡା,ଲିମା,ବରଜା,କୁଡୁମୁଲୁଗୁମ୍ମା ବିଭିନ୍ନ ଆଦିବାସୀ ଗ୍ରାମରୁ ଶତାଧିକ ଆଦିବାସୀ ମହିଳା ହିତାଧିକାରୀ ମାନେ ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ । ବିଭିନ୍ନ ଗ୍ରାମରୁ ୧୦ଜଣ ମହିଳା ହିତାଧିକାରୀ ଙ୍କୁ ମୁଖ୍ୟଅତିଥି ଉଜ୍ଜଳା ଯୋଜନାରେ ରନ୍ଧନଗ୍ୟାସ ସିଲିଣ୍ଡର ପ୍ରଦାନ କରିଥିଲେ ।ଅର୍ପିତା ଏଚପି ଗ୍ୟାସ ବିତରକ ସଂସ୍ଥାର ସନ୍ତୋଷି ସା,ରାମଚନ୍ଦ୍ର ମୁଦୁଲି,ରବିନ୍ଦ୍ର ଦଳାଇ  ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଶେଷରେ ସନ୍ତୋଷୀ ସା ଧନ୍ୟବାଦ ଅର୍ପଣ କରିଥିଲେ ,

 

 

 

Leave a Reply

Your email address will not be published. Required fields are marked *