ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କଲ୍ୟାଣସିଂହପୁର ବ୍ଲକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଘଟଣା ତଦନ୍ତ କରୁଛି ଦୁର୍ନୀତି ନିବାରଣ

ରାୟଗଡା ୦୭/୦୭/୨୦୧୮ (ଓଡିଆ ପୁଅ/ ରବିନ୍ଦ୍ର ପାଟଖଣ୍ତାଳ) ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତି ଘଟଣାର ତଥ୍ୟ ସଂଗ୍ରହ କରୁଛି ଦୁର୍ନୀତି ନିବାରଣ କାର୍ଯ୍ୟାଳୟ ରାୟଗଡା। କଲ୍ୟାଣସିଂହପୁରର ସେରିଗୁମା ପଞ୍ଚାୟତରେ ଦୁର୍ନୀତି ନିବାରଣ ଅଧିକାରୀ ତଥା ଡିଏସପି ସୁଶାନ୍ତ କୁମାର ବିଶ୍ବାଳ ଓ ଇନପେକ୍ଟର କାଲାବତୀ ବାଗଙ୍କ ନେତୃତ୍ୱରେ ଏକ ଟିମ ବହୁ ସମୟ ଧରି ତନାଘନା କରିଥିଲେ। ଏହି ଟିମ ସେରିଗୁମା,ଲାମ୍ବେରି, ତଳଅଞ୍ଚଳବାଡ଼ି, ଦେଉଳଗୁମା ଲାକାପାଇ ବରଜା, ମଣଷକର୍ଣ୍ଣା, ମାଣ୍ତାପୁଟ ଓ ବରିପାଇ ଆଦି ଗ୍ରାମକୁ ଯାଇଥିଲେ। ଉକ୍ତ ଗ୍ରାମ ଗୁଡିକରେ ଯେଉଁ ଯେଉଁ ହିତାଧିକାରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଛନ୍ତି। ସେମାନଙ୍କ ପାସବହି, ଜମାଖାତାର ବିବରଣୀ, ଆଧାର କାର୍ଡ, ବର୍ତ୍ତମାନ ସେଠାରେ ଗୃହ ଅଛି କି ନାହିଁ। ସେ ଗୃହର ସ୍ଥିତ କଣ। ଏପରି କି ୧୦ ଜଣ ହିତାଧିକାରୀଙ୍କ ବୟାନକୁ ଲିପିବଦ୍ଧ କରିଥିଲେ। ଏ ସମ୍ପର୍କରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯିବା ସହ ବିଭିନ୍ନ ଦିଗରୁ ତଦନ୍ତ କରିଛନ୍ତି। ଏହି ତଦନ୍ତରେ କଲ୍ୟାଣସିଂହପୁର ବିଡ଼ିଓ ଏବଂ ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ। ଗତ ୨୦୧୧ ମସିହାରେ ଜନଗଣନା ଓ ଗରିବ ଶ୍ରେଣୀର ଲୋକଙ୍କୁ ନେଇ ପ୍ରସ୍ତୁତ ତାଲିକା ପ୍ରକାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘରଟିଏ ପାଇବା ପାଇଁ ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା । ତେବେ ୨୦୧୬-୧୭ ଏବଂ ୨୦୧୭-୧୮ ଆର୍ଥିକ ବର୍ଷରେ କେବଳ ସେରିଗୁମା ଗ୍ରାମ ପଞ୍ଚାୟତ ସାତଟି ଗ୍ରାମର ୮୧ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ବିବେଚିତ କରାଯାଇଥିଲା। ବିଡମ୍ବନା ବିଷୟ ଏହିକି ଯେ ସେ ମଧ୍ୟରୁ ୧୩ ଜଣ ହିତାଧିକାରୀଙ୍କ ନାମରେ ଗୃହୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବାବଦର ଟଙ୍କାକୁ ଅନ୍ୟ ଜମା ଖାତାରେ ରଖି ଆତ୍ମସାତ କରାଯାଇଛି। ଜଣେ ହିତାଧିକାରୀଙ୍କ ପିଛା ୧ ଲକ୍ଷ ୩୦ ହଜାର ପାଇବା ପାଇଁ କାର୍ଯ୍ୟାଦେଶରେ ଲେଖଥିବା ବେଳେ ହିତାଧିକାରୀଙ୍କୁ ଢାଲ କରି ଟଙ୍କା ଅନ୍ୟମାନଙ୍କ ଜମାଖାତାକୁ ପଠାଯାଇଥିବା ଦୁର୍ନୀତି ନିବାରଣ ବିଭାଗ ତଦନ୍ତ କରୁଛି। ଏ ସମ୍ପର୍କରେ ଦୁର୍ନୀତି ନିବାରଣ ଅଧିକାରୀ କୌଣସି ତଥ୍ୟ ଦେବାକୁ ମନା କରିବା ସହ ତଦନ୍ତରେ ବାଧା ସୃଷ୍ଟି ହେବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *