ଜଗତସିଂହପୁର

ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ ମେଳା

ତିର୍ତ୍ତୋଲ ୯/୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବ୍ଲକ ସଭାଗୃହରେ ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ତଥା ପାରାଦ୍ୱିପ ବିଧାୟକ ଡ଼. ଦାମୋଦର ରାଉତ, ବ୍ଲକ ପଞ୍ଚାୟତ ସମିତିଅଧ୍ୟକ୍ଷା ସୁଜାତା ମହାନ୍ତି, ଜିଲ୍ଲାପରିଷଦ ସଭ୍ୟ ସନାତନ ଦଳାଇ, ପ୍ରବୀର ରାଏ, ସଭ୍ୟା ଲିପାଲି ରାଉଳ, ତିର୍ତ୍ତୋଲ ବିଡ଼ିଓ ରଞ୍ଜନ କୁମାର ପରିଡ଼ା, ଏବିଡ଼ିଓ ଭଞ୍ଜ କିଶୋର ନାୟକ, ସାଂସଦଙ୍କ ପ୍ରତିନିଧି ପ୍ରଫୁଲ କୁମାର ବେହେରା, ତିର୍ତ୍ତୋଲ ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଓ ଅତିରିକ୍ତ ତହସିଲଦାର ସଞ୍ଜୟ କୁମାର ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ସରକାରଙ୍କ ପକ୍ଷରୁ ଭୂମୀହିନ, ଦଳିତ ଓ ଆଦିବାସୀ ଶ୍ରେଣୀର ଲୋକଙ୍କ ସହିତ ଯେଉଁମାନଙ୍କର ଘରକରିବାପାଇଁ ଯାଗା ଯୋଗାଇଦେବା ନେଇ ତହସିଲଦାର ସୂଚନା ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ବଣ୍ଟନ କରିବାସହିତ ସରକାର ଗରିବ ଅସହାୟ ଲୋକମାନଙ୍କୁ ଆବାସ ଯୋଗାଇ ଦେଉଥିବାବେଳେ ୪ମାସ ଓ ୬ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପାଦନ କରିଥିଲେ ସରକାରଙ୍କ ତରଫରୁ ଅଧିକ ପ୍ରୋତ୍ସାହନ ରାଶି ଯୋଗାଇଦେବେବୋଲି ସୂଚନା ଦେଇଥିଲେ।। ତିର୍ତ୍ତୋଲ ବ୍ଲକର ୨୯ଟି ପଞ୍ଚାୟତରେ ୨୪୫ ଜଣ ହିତାଧିକାରୀଙ୍କୁ ଏହି ଯୋଜନାରେ ଚୟନ କରାଯାଇଥିବାବେଳେ ଉପସ୍ଥିତ ଅତିଥିମାନେ ୧୭୫ ଜଣ ହିତାଧିକାରିମାନଙ୍କୁ ସଭାଗୃହରେ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ତେନ୍ତୁଲିପଦା ସରପଞ୍ଚ ଲକ୍ଷ୍ମିପ୍ରିୟା ବେହେରା, ସୂର୍ଯ୍ୟନାରାୟଣ ବେହେରା, ଗୋପାଳପୁର(ଶ) ସରପଞ୍ଚ କୃଷ୍ଣ ପ୍ରସାଦ ଦାସ, ନମିତା ରାଉଳ, ମନୋରଞ୍ଜନ ସାମନ୍ତରାଏ ପ୍ରମୁଖ ଉପସ୍ଥିତ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top