ପ୍ରଧାନମନ୍ତ୍ରୀ ଆବାସଯୋଜନା ତଦନ୍ତରେ ପକ୍ଷପାତିତା : ବଞ୍ଚିତ ହେଉଛନ୍ତି ଯୋଗ୍ୟ ହିତାଧିକାରୀ: ପାଲତଳେ ଚାଲିଛି ରୋଷେଇ

ତିର୍ତ୍ତୋଲ ୨/୯ (ଓଡ଼ିଆ ପୁଅ/ଟୁକନ ସେଠୀ) – ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତରେ ପକ୍ଷପାତିତା ଯୋଗୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ ଥିବା ଅଭିଯୋଗ ହେଉଛି। ପଞ୍ଚାୟତର ଇଟାଟିକିରି ଗ୍ରାମର ଜିକୁନ୍ ବିବି, ସ୍ୱାମୀ – ସରିଫ ଉଦ୍ଦିନଙ୍କର ୩ଟି ପିଲା ଭିନ୍ନକ୍ଷମ ଥିବାବେଳେ ଘର ନିର୍ମାଣ କରିବାପାଇଁ ଅକ୍ଷମ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କ ଫର୍ମରେ ଘର ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତଦନ୍ତ କରିବା ପାଇଁ ଆସିଥିବା ଅଫିସର ତଦନ୍ତ ନକରି ଫେରିଯାଇଥିବା ଜିକୁନ ବିବି କହିଥିଲେ। ସେହିପରି ଏହି ପଞ୍ଚାୟତରେ ଥିବା ଶାନ୍ତି ବଜାର ମଲିକ୍ ସାହିର କାଞ୍ଚନବାଳା ମଲ୍ଲିକ ଓ ମଞ୍ଜୁ ଲତା ମଲ୍ଲିକଙ୍କ ଘର ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବାବେଳେ ବର୍ତ୍ତମାନ ଲଗାଣ ବର୍ଷାରେ ନଡ଼ାଛପର ଘରେ ଅନେକ ସ୍ତାନରେ ପାଣି ଗଳୁଥିବାରୁ ପାଲଟାଙ୍ଗି ଜିବନ ବିତାଉଥିବା ବିତାଉଥିବା ଦେଖିବାକୁ ମିଳିଛି। ପଞ୍ଚାୟତକୁ ଆସିଥିବା ତଦନ୍ତକାରୀ ଅଫିସର ତଦନ୍ତ ନକରି ଚାଲିଯାଇଥିବା ଉଭୟ ପରିବରାର ଲୋକ ଅଭିଯୋଗ କରୁଛନ୍ତି। ଜିକୁନ ବିବି, କାଞ୍ଚନବାଳା ଓ ମଞ୍ଜୁଲତାଙ୍କ ଘର ନୁହେଁ ଏମିତି ଏହି ପଞ୍ଚାୟତରେ ତଦନ୍ତ କରାଗଲେ ଅନେକ ପରିବାର ଲୋକଙ୍କ ଘର ଏଭଳି ଦୟନୀୟ ଅବସ୍ଥାରେ ଥିବା ଦେଖିବାକୁ ମିଳିବ। ଏମାନଙ୍କ ରୋଜଗାର କହିଲେ ଦିନ ମଜୁରିଆଭାବେ କାର୍ଯ୍ୟକରି ପରିବାର ପ୍ରତିପୋଷଣ କରିଥାଆନ୍ତି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ ବାସହୀନ ଲୋକମାନଙ୍କ ପାଇଁ ବିଭିନ୍ନ ଆବାସ ଯୋଜନା ପ୍ରଣୟନ କରୁଛନ୍ତି। କେତେକ ଖଳ ପ୍ରକୃତିରେ ବ୍ୟକ୍ତିବିଶେଷଙ୍କ ପାଇଁ ଯୋଗ୍ୟହିତାଧିକାରୀମାନେ ଘର ଖଣ୍ଡିଏ ପାଇବାପାଇଁ ବଞ୍ଚିତ ହେଉଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତରେ ସ୍ୱଚ୍ଛତା ପାଇଁ ସରକାର ଅନ୍ୟ ବ୍ଲକର କର୍ମଚାରୀମାନଙ୍କୁ ନିୟୋଜିତ କରିଥିଲେ। ତିର୍ତ୍ତୋଲ ବ୍ଲକରେ ୨୯ଟି ପଞ୍ଚାୟତ ପାଇଁ ରଘୁନାଥପୁର ବ୍ଲକ, କୁଜଙ୍ଗ ବ୍ଲକ ସମେତ ଅନ୍ୟବ୍ଲକର କର୍ମଚାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଥିବା ହିତାଧିକାରୀମାନଙ୍କର ଘର ଘର ବୁଲି ତଦନ୍ତ କରିବାପାଇଁ ନିୟୋଜିତ ହୋଇଥିଲେ। କୃଷ୍ଣାନନ୍ଦପୁର ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତଦନ୍ତରେ ପକ୍ଷପାତିତା ହୋଇଥିବା ଜଣାପଡ଼ିଛି। ଯାହାଫଳରେ ପଞ୍ଚାୟତରେ ଅନେକ ଯୋଗ୍ୟ ହିତାଧିକାରୀ ତଦନ୍ତରୁ ବଞ୍ଚିତ ହୋଇଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *