ପ୍ରଧାନମନ୍ତ୍ରୀଙ୍କ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଉଦବୋଧନ – ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ପଧାନମନ୍ତ୍ରୀଙ୍କୁ ଅଭିନନ୍ଦନ

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ପ୍ରମୋଦ ରାୟ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଭି ମାଧ୍ୟମରେ ସିଧା ସଳଖ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନଙ୍କ ସହିତ ବାର୍ତ୍ତାଳାପକୁ ଭଦ୍ରକ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ସ୍ୱାଗତ କରାଯିବା ସହିତ ପ୍ରଧାନମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ପ୍ରଶଂସା କରାଯାଇଛି। ମହିଳା ସଶକ୍ତି କରଣ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଏପରି ସିଧାସଳଖ ଯୋଡି ହେବା ଆଗାମୀ ଦିନରେ ମହିଳାମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କାର୍ଯ୍ୟକ୍ରମର ପ୍ରସାରଣ ପରେ ବିଜେପି ମହିଳା ମୋର୍ଚ୍ଚାର ଭଦ୍ରକ ଜିଲ୍ଲା ସଭାନେତ୍ରୀ ମନସ୍ମିତା ଖୁଣ୍ଟିଆ ପ୍ରକାଶ କରିଛନ୍ତି। ମହିଳାମାନେ କିପରି ସ୍ୱାବଲମ୍ବୀ ହୋଇ ପାରିବେ, କେନ୍ଦ୍ରର ମୋଦି ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ କ୍ଷେତ୍ରରେ ୧ ପ୍ରତିଶତ ସୁଧ ହାର କମ୍ କରିବା, ‘ସରସ ମେଲା’ କାର୍ଯ୍ୟକ୍ରମ ମାଧ୍ୟମରେ ମହିଳାମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ସମ୍ପର୍କରେ ପ୍ରଧାନ ମନ୍ତ୍ରୀ ଉଦବୋଦନ ଦେଇଥିଲେ। ପ୍ରଧାନମନ୍ତ୍ରୀ ଇ-ମାର୍କେଟିଂର ଲାଭ ନେବା ପାଇଁ ମହିଳାମାନଙ୍କୁ ଅନୁରୋଧ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ପାଇଁ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜିଲ୍ଲାର ସମସ୍ତ ମଣ୍ଡଳ ସ୍ତରୀୟ ଶୁଣାଣି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଯାହା ଦ୍ୱାରା ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ମଣ୍ଡଳରେ ମହିଳାମାନେ ଏହାକୁ ମନଭରି ଉପଭୋଗ କରି ବହୁ ଉପାଦେୟ ବିଷୟ ଜାଣିବାକୁ ପାଇଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ସଭାନେତ୍ରୀ ଶ୍ରୀମତୀ ଖୁଣ୍ଟିଆଙ୍କ ସହିତ ଜିଲ୍ଲା ପରିଷଦ ସଭ୍ୟା ଉମାମଣି ସାହୁ, ତପସ୍ୱିନୀ ମହାପାତ୍ର, କଳ୍ପନା ଜେନା, ନିବେଦିତା ଦାସ, ସମୁତ୍ରା ପାଣି, ଉର୍ମିଳା ସାହୁ, ସଂଯୁକ୍ତା ବନ୍ଧ, ଭାରତୀ ବିଶ୍ୱାଳ, ରମିତା ପାଢୀ, ନବନ୍ୱିତା ନାୟକ, ଦିପ୍ତୀମୟୀ ଦାସ, ଚନ୍ଦ୍ରକାନ୍ତି ଦାସ, ଅଳକା ବେହେରା ଭାଗ ନେଇଥିଲେ।

Leave a Reply

Your email address will not be published. Required fields are marked *