ad
ଓଡ଼ିଶା

ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ସାରା ଓଡିଶାରେ ଉତ୍ସାହ-ଧର୍ମେନ୍ଦ୍ର ପ୍ରଧାନ

– ବିଭିନ୍ନ ବିକାଶ ଯୋଜନା ସହ ଲକ୍ଷାଧିକ ଲୋକଙ୍କ ଜନସଭାକୁ କରିବେ ସମ୍ଭୋଧିତ

ଭୁବନେଶ୍ୱର/ବାରିପଦା ୪ ଜାନୁଆରୀ (ଓଡ଼ିଆ ପୁଅ) – ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ଅବସରରେ ସମ୍ପୂର୍ଣ ଓଡିଶାରେ ଉତ୍ସାହର ମାହୋଲ ରହିଛି ବୋଲି ବାରିପଦା ପହଁଚି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସମୀକ୍ଷା କରିବା ପରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ବିଭିପ୍ରସ୍ତର ଓ ଶୁଭାରମ୍ଭ କରିବା ପରେ ଏକ ବିଶାଳ ଜନସମାବେଶକୁ ସମ୍ଭୋଧିତ କରିବେ। ଏହି ଜନ ସମାବେଶରେ ଲକ୍ଷାଧିକ ଲୋକ ବିଶେଷ ଭାବେ ଉତର ଓଡିଶାରୁ ଆସି ଯୋଗଦେବେ ବୋଲି ସେ କହିଛନ୍ତି।

ଶ୍ରୀ ପ୍ରଧାନ ସୂଚନା ଦେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଅନେକ ବିକାଶ ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ କରିବେ। ଟାଟାରୁ ମୟୁରଭଞ୍ଜକୁ ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ। ବିଭିନ୍ନ ପୋଷ୍ଟ ଅଫିସରେ ପାସପୋର୍ଟ ସେବା, ରାସ୍ତା ତଥା ଗ୍ୟାସ ପାଇପଲାଇନର ଭିତିଭୂମି ବିକାଶ କାମର ମଧ୍ୟ ଶୁଭାରମ୍ଭ ହେବ।

ଶ୍ରୀ ପ୍ରଧାନ କହିଛନ୍ତି ମୟୁରଭଞ୍ଜର ପୁରୁଣା ରାଜଧାନୀ ହରିପୁରର ଜିର୍ଣୋଧାର ସହ ମୟୁରଭଞ୍ଜ ଓ ଉତର ଓଡିଶାର ମାନ ସମ୍ମାନ ବଢୁ, ସ୍ଥାନୀୟ ରୋଜଗାର ବଢୁ. ପର୍ଯ୍ୟଟନରେ ବିକାଶ ହେଉ ଏଥିପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top