ଅନୁଗୁଳ

ପ୍ରଧାନମନ୍ତ୍ରୀଙ୍କ ତାଳଚେର ଗସ୍ତ ପରିପ୍ରେକ୍ଷୀରେ ବିଜେପି ନାକଚି ମଣ୍ଡଳର ବୈଠକ

ଅନୁଗୋଳ, ୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ସେପ୍ଟେମ୍ବର ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତାଳଚେର ଗସ୍ତକୁ ଦୃଷ୍ଟିରେ ରଖି ବିଜେପି ନାକଚି ମଣ୍ଡଳ ତରଫରୁ ଆମ୍ବପାଳ ପଂଚାୟତର ଖଇରମୁଣ୍ଡା ଗ୍ରାମଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମଣ୍ଡଳ ସଭାପତି ସତ୍ୟନାରାୟଣ ସାହୁଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସଭାପତି ଭାଗିରଥୀ ପ୍ରଧାନ ଯୋଗ ଦେଇ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସଫଳ କରିବାକୁ ଦଳୀୟ ନେତୃମଣ୍ଡଳୀଙ୍କୁ ଆହ୍ୱାନ ଦେଇଥିଲେ। ମାନ୍ୟବର ପ୍ରଧାନମନ୍ତ୍ରୀ ତାଳଚେର ଗସ୍ତରେ ଆସି ତାଳଚେର ଫର୍ଟିଲାଇଜର ଲିମିଟେଡ଼ର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏଣୁ ଉକ୍ତ କାର୍ଯ୍ୟକ୍ରମରେ ଯେପରି ସ୍ଥାନୀୟ ଅଂଚଳରୁ ଅଧିକରୁ ଅଧିକ ଜନସାଧାରଣ ଯୋଗଦାନ କରିପାରିବେ ସେ ନେଇ ମଣ୍ଡଳ ତରଫରୁ ପ୍ରଚେଷ୍ଟା କରାଯିବ ବୋଲି ବୈଠକରେ ଆହ୍ୱାନ ଦିଆ ଯାଇଥିଲା। ଏଥିରେ ଜିଲ୍ଲା କାର୍ଯ୍ୟକାରିଣୀ ଅଲେଖ ଚନ୍ଦ୍ର ପ୍ରଧାନ ଯୋଗ ଦେଇ ଗସ୍ତ ସମୟରେ ଶାନ୍ତିଶୃଙ୍ଖଳାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ବୈଠକରେ ୧୨ନଂ ଜିଲ୍ଲା ପରିଷଦ ସଭ୍ୟ ବଂଶୀଧର ସେଠୀ, ଧଡ଼ରପାଳ ପଂଚାୟତ ପ୍ରଭାରୀ ଜିତେନ୍ଦ୍ର ସାହୁ, କେଶବ ଦେହୁରୀ, ଭଗବାନ ବେହେରା, ତ୍ରିଲୋଚନ ବାରିକ, ନାକଚି ସରପଂଚ ତଥା ସ୍ୱଚ୍ଛ ଭାରତ ସହ-ସଂଯୋଜକ ପ୍ରଶାନ୍ତ ଦିଆଣି, ପ୍ରତାପ ସାହୁ, ନିରଞ୍ଜନ ରାଉଳ, ପ୍ରମୁଖ ଯୋଗ ଦେଇ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top