ଓଡ଼ିଶା

ପ୍ରଧାନମନ୍ତ୍ରୀଙ୍କ ଛତିଶଗଡ଼ ଗସ୍ତ : ରାଷ୍ଟ୍ରକୁ ଉତ୍ସର୍ଗ କଲେ ସଂପ୍ରସାରିତ ଭିଲାଇ ଇସ୍ପାତ କାରଖାନା

ନୂଆ-ରାୟପୁରରେ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର ଉଦ୍ଘାଟନ
ରାଷ୍ଟ୍ରକୁ ଉତ୍ସର୍ଗ କଲେ ସଂପ୍ରସାରିତ ଭିଲାଇ ଇସ୍ପାତ କାରଖାନା

ନୂଆ ଦିଲ୍ଲୀ ୧୫ ଜୁନ୍ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଛତିଶଗଡ଼ ଗସ୍ତ କରିଛନ୍ତି। ଏହି ଅବସରରେ ସେ ନୂଆ-ରାୟପୁର ସ୍ମାର୍ଟ ସିଟି ଲାଗି ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ସଂପର୍କରେ ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ।

ପରେ ପ୍ରଧାନମନ୍ତ୍ରୀ ଭିଲାଇ ଇସ୍ପାତ କାରଖାନାର ୮ ନମ୍ବର ବ୍ଲାଷ୍ଟଫର୍ଣ୍ଣେସ ବୁଲି ଦେଖିଥିଲେ ଏବଂ ତାଙ୍କୁ କାରଖାନାର ଅଧିକାରୀମାନେ ପ୍ଲାଂଟର ବିଭିନ୍ନ କାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଛତିଶଗଡ଼ ଗସ୍ତ ଅବସରରେ ସଡ଼କର ଉଭୟ ପାର୍ଶ୍ୱରେ ଲୋକମାନେ ଠିଆହୋଇ ତାଙ୍କୁ ସ୍ୱାଗତ ଜଣାଇଥିଲେ।

ସଂପ୍ରସାରିତ ତଥା ଅଧୁନିକୀକରଣ ହୋଇଥିବା ଭିଲାଇ ଇସ୍ପାତ କାରଖାନାକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ଅବସରରେ ପ୍ରଧାନମନ୍ତ୍ରୀ ନୂଆ-ରାୟପୁରଠାରେ ଆୟୋଜିତ ଏକ ବିଶାଳ ଜନସଭାକୁ ସମ୍ବୋଧନ କରିଥିଲେ। ଏଥିସହ ସେ ଆଇଆଇଟି ଭିଲାଇର ଶିଳାନ୍ୟାସ ମଧ୍ୟ କରିଥିଲେ। ସେହିଭଳି ଭାରତ-ନେଟର ଦ୍ୱିତୀୟ ପର୍ଯ୍ୟାୟ ଶୁଭାରମ୍ଭ ଫଳକକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଥିଲେ। ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ଜଗଦଲପୁର ଏବଂ ରାୟପୁର ମଧ୍ୟରେ ବିମାନ ସେବାକୁ ପ୍ରଧାନମନ୍ତ୍ରୀ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହ ବିଭିନ୍ନ ଯୋଜନାର ହିତାଧିକାରୀମାନଙ୍କୁ ଲାପଟପ୍, ସାର୍ଟିଫିକେଟ ଏବଂ ଚେକ୍ ବଂଟନ କରିଥିଲେ।

The Prime Minister, Shri Narendra Modi inaugurating the air services between Jagdalpur and Raipur, at a function, in Chhattisgarh on June 14, 2018.
The Union Minister for Steel, Shri Chaudhary Birender Singh, the Chief Minister of Chhattisgarh, Dr. Raman Singh and the Minister of State for Communications (I/C) and Railways, Shri Manoj Sinha are also seen.

ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ସବୁପ୍ରକାର ହିଂସାର ସଫଳ ଉତର ହେଉଛି ବିକାଶ। ଦେଶ ଗଠନରେ ଭିଲାଇ ଇସ୍ପାତ କାରଖାନାର ବିଶେଷ ଅବଦାନ ରହିଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହି କାରଖାନାର ଆଧୁନିକୀକରଣ ତଥା ସଂପ୍ରସାରଣ ପରେ ଏହା ଏବେ ନୂତନ ଭାରତର ମୂଳଦୁଆକୁ ଅଧିକ ସୁଦୃଢ଼ କରିବ। ସରକାର ଆଜି ପ୍ରବର୍ତ୍ତନ କରିଥିବା ବିଭିନ୍ନ କଲ୍ୟାଣକର ଯୋଜନାର ସୁଫଳ ସଂପର୍କରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ହିତାଧିକାରୀମାନଙ୍କୁ ସୂଚୀତ କରିଥିଲେ।

The Prime Minister, Shri Narendra Modi distributing the laptops/certificates/cheques etc. to the beneficiaries under various schemes, at a function, in Bhilai, Chhattisgarh on June 14, 2018.
The Union Minister for Steel, Shri Chaudhary Birender Singh and the Minister of State for Steel, Shri Vishnu Deo Sai are also seen.

ପ୍ରଧାନମନ୍ତ୍ରୀ କହିଲେ ଯେ ଗତ ଦୁଇ ମାସ ମଧ୍ୟରେ, ଗ୍ରାମ ସ୍ୱରାଜ ଅଭିଯାନ ଲୋକମାନଙ୍କ ଉପରେ ଯଥେଷ୍ଟ ସକାରାତ୍ମକ ପ୍ରଭାବ ପକାଇଛି। ଏହି ଅଭିଯାନ ଏବେ ଦେଶର ୧୧୫ଟି ଅଭିଳାଷୀ ଜିଲ୍ଲାରେ କାର୍ଯ୍ୟକାରୀ କରାଯାଉଛି ଏବଂ ସେଥିମଧ୍ୟରୁ ୧୨ଟି ଜିଲ୍ଲା ଛତିଶଗଡ଼ରେ ରହିଛି। ଜନ ଧନ ଯୋଜନା, ମୁଦ୍ରା ଯୋଜନା, ଉଜ୍ଜ୍ୱଳା ଯୋଜନା, ଫସଲ ବୀମା ଯୋଜନା ଏବଂ ସୌଭାଗ୍ୟ ଯୋଜନା ରାଜ୍ୟରେ କେବଳ କାର୍ଯ୍ୟକାରୀ ହେଉନାହିଁ ଏହା ଲୋକମାନଙ୍କୁ କି ପ୍ରକାର ସୁବିଧା ପ୍ରଦାନ କରୁଛି ସେ ସଂପର୍କରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସୂଚୀତ କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଦେଶର ଜନଜାତି ବର୍ଗର ଲୋକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯାଉଛି। ସରକାର ଆଦିବାସୀ ଲୋକମାନଙ୍କ ସାମଗ୍ରିକ କଲ୍ୟାଣ ସକାଶେ କାର୍ଯ୍ୟ କରୁଛନ୍ତି ଏବଂ ଦେଶବ୍ୟାପୀ ଏକଲବ୍ୟ ବିଦ୍ୟାଳୟମାନ ସ୍ଥାପନ କରାଯାଉଛି ବୋଲି ସେ ସୂଚାଇଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top