ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ ତାଳଚେର ଓ ଝାରସୁଗୁଡାରେ ପ୍ରସ୍ତୁତିର ପୁଣି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର /ତାଳଚେର /ଝାରସୁଗୁଡା (ଓଡ଼ିଆ ପୁଅ) -ଆସନ୍ତା ୨୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଆଜି ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ଝାରସୁଗୁଡା ଓ ତାଳଚେରକୁ ଯାଉ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଝାରସୁଗୁଡା ଓ ଏହାପରେ ତାଳଚେର ଗସ୍ତରେ ଯାଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କର ଏହି ଗସ୍ତ ସମୟରେ ବହୁ ଜନକଲ୍ୟାଣ ପ୍ରକଳ୍ପର ଶୁଭାରମ୍ଭ କରିବେ। ଏଥିସହିତ ଦୁଇଟି ସ୍ଥାନରେ ହେବାକୁ ଥିବା ଜନସଭାକୁ ଉଦବୋଧନ କରିବେ। ଏହି ଅବସରରେ ଆଜି ମନ୍ତ୍ରୀ ଶ୍ରୀ ପ୍ରଧାନ ଜିଲା ପ୍ରଶାସନ ଓ ସ୍ଥାନୀୟ ଅଂଚଳର କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିଥିଲେ।

ପ୍ରଧାନମନ୍ତ୍ରୀ ତାଙ୍କ ଝାରସୁଗୁଡା ଗସ୍ତ ସମୟରେ ଝାରସୁଗୁଡାରେ ନୂଆ ଏୟାରପୋର୍ଟର ଲୋକାର୍ପଣ କରିବେ। ଉଡାନ୍ ଯୋଜନାରେ ରାଜଧାନୀ ଭୁବନେଶ୍ୱର-ରାୟପୁର ସହ ବିମାନ ସେବା ସଂଯୋଗ ହେବ। ୨ କୋଇଲା ଖଣି ସହ ଗୋଟିଏ ରେଳଲାଇନର ଲୋକାର୍ପଣ ହେବ। ଏହି ସରକାରୀ କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ସେଠାରେ ଏକ ସାଧାରଣ ସଭାରେ ଯୋଗଦାନ କରିବା ପାଇଁ ସହ ଏକ ବାଇକ ର୍ୟାଲିକୁ ସମ୍ବୋଧନ କରିବେ।

ସେହିପରି ପ୍ରଧାନମନ୍ତ୍ରୀ ତାଳଚେର ଗସ୍ତ ସମୟରେ ତାଳଚେର ସାର କାରଖାନା ପୁନରୁଦ୍ଧାରର ଶିଳାନ୍ୟାସ କରିବେ ା ସହ ତାଳଚେର ଥର୍ମାଲରେ ଦୁଇଟି ବୃହତ ପ୍ରକଳ୍ପର କାମର ଶୁଭାରମ୍ଭ କରିବେ। ଏଥିସହିତ ସେଠାରେ ବିକାଶ ସମାବେଶକୁ ଉଦବୋଧନ କରିବେ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଘଟଣାସ୍ଥଳକୁ ଯାଇ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ତାଳଚେର ପାଇଁ ହେବାକୁ ସମାବେଶ ପରିପ୍ରେକ୍ଷୀରେ ସ୍ଥାନୀୟ ପଦାଧିକାରୀ, ରାଜ୍ୟ ପଦାଧିକାରୀ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ସହ କାର୍ଯ୍ୟକ୍ରମ ନେଇ ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଉଭୟ ସ୍ଥାନକୁ ତୃତୀୟ ଥର ପାଇଁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *