ad
ଓଡ଼ିଶା

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

ବାରିପଦା ୨୨-୧୨ (ଓଡ଼ିଆ ପୁଅ/ସନ୍ତୋଷ ବରଜ) – ପ୍ରଧାନମନ୍ତ୍ରୀ ମୋଦିଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମକୁ ନେଇ ବିଜେପି ପକ୍ଷରୁ ପ୍ରସ୍ତୁତି ବୈଠକ ବାଜାର ଇଣ୍ଡିଆ କନଫେରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୫ ତାରିଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୟୂରଭଞ୍ଜ ଗସ୍ତ କାର୍ଯ୍ୟକ୍ରମ ସ୍ଥିର ହୋଇଥିବା ବେଳେ ଏହାର ପ୍ରସ୍ତୁତିକୁ ନେଇ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏଥିରେ ରାଜ୍ୟ ବିଜେପି ସଭାପତି ବିଧାୟକ ବସନ୍ତ ପଣ୍ଡା, ରାଜ୍ୟ ଉପ- ସଭାପତି ପ୍ରତାପ ଷଡଙ୍ଗୀ, ରାଜକିଶୋର ଦାସ, ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହି ଥିବା ବେଳେ ପୂର୍ବଭାଗ ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ମହାପାତ୍ର, ସାଧାରଣ ସଂପାଦକ ପୂର୍ବତନ ବିଧାୟକ କାନ୍ଦ୍ରା ସରେନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପ୍ରଥମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ତେବେ ଏପର୍ଯ୍ୟନ୍ତ ମିଟିଂ ସ୍ଥାନ ନିରୂପଣ ହୋଇନଥିବା ବେଳେ ମୟୁରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ କେଉଁଝର ଦଳୀୟ କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରି ସ୍ଥାନ ନିର୍ଦ୍ଧାରିତ କରାଯିବ ବୋଲି କହିଛନ୍ତି ରାଜ୍ୟ ସଭାପତି।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top