ଅନୁଗୁଳ

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସଫଳ କରାଇଥିବାରୁ ତାଳଚେରବାସୀଙ୍କୁ କୃତଜ୍ଞତା ଜଣାଇଲେ କାଳନ୍ଦୀ ସାମଲ

ତାଳଚେର, ୨୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗତ ଶନିବାର ୨୨ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ତାଳଚେର ସାରକାରଖାନାର ଶିଳାନ୍ୟାସ ଏବଂ ଜନ ସମାବେଶ କାର୍ଯ୍ୟକ୍ରମ ସଫଳତାପୂର୍ବକ ସମ୍ପନ୍ନ ହୋଇଯାଇଛି। ପ୍ରବଳ ବର୍ଷା ସତ୍ୱେ ତାଳଚେର ସମେତ ଅନୁଗୋଳ ତଥା ଅନ୍ୟାନ୍ୟ ଜିଲ୍ଲାରୁ ଲକ୍ଷାଧିକ ସଂଖ୍ୟାରେ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। ଜନସାଧାରଣ ମୂଳରୁ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟର ସହିତ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନକୁ ଉତ୍ସୁକତାର ସହ ଶୁଣିଥିଲେ। ତାଳଚେର ସାରକାରଖାନା ଆଗାମୀ ୩ ବର୍ଷ ମଧ୍ୟରେ ଉତ୍ପାଦନକ୍ଷମ ହେବାପରେ ଦେଶର ପ୍ରଗତିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଯାହାକୁ ନେଇ ତାଳଚେରବାସୀଙ୍କ ମନରେ ଏକ ଆନନ୍ଦର ଲହରୀ ଖେଳିଯାଇଥିଲା। ତେବେ ବର୍ଷା, କାଦୁଅକୁ ଖାତିର ନକରି ଲୋକଙ୍କ ଭିଡ଼ ଯେଭଳି ଭାବେ ଲୋକପ୍ରିୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ପରିଲକ୍ଷିତ ହୋଇଥିଲା। ତାହା ତାଳଚେରବାସୀଙ୍କର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପ୍ରତି ନିସର୍ତ ଭଲ ପାଇବାକୁ ହିଁ ସୂଚାଉଅଛି ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ମତବ୍ୟକ୍ତ କରିଛନ୍ତି। ତାଳଚେରବାସୀ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଜନସାଧାରଣଙ୍କୁ ଏଥିନିମନ୍ତେ ଶ୍ରୀ ସାମଲ ଅଶେଷ ଧନ୍ୟବାଦ ପ୍ରଦାନ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top