ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେପି ତରଫରୁ ଭୂମି ପୂଜନ କାର୍ଯ୍ୟକ୍ରମ

ତାଳଚେର, ୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ତାରିଖ ଦିନ ତାଳଚେର ଆସି ନୂତନ କାରଖାନା ତାଳଚେର ଫର୍ଟିଲାଇଜର ଲିମିଟେଡ଼ର ଭିତିପ୍ରସ୍ତର ସ୍ଥାପନ କରିବେ। ଏନେଇ ବ୍ୟାପକ ପ୍ରସ୍ତୁତି ଚାଲିଥିବା ବେଳେ ବିଜେପି ପକ୍ଷରୁ ଆଜି ଏଫ୍.ସି.ଆଇ. ଷ୍ଟାଡିଅମ୍ ସଭାସ୍ଥଳର ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ଆଜି ସକାଳ ୮ ଘଟିକା ସମୟରେ ଏହିସ୍ଥଳରେ ହୋମ, ଯଜ୍ଞ ଆଦି କର୍ମ କରାଯାଇ ଭୂମି ପୂଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣି, ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, ୨୦ନଂ ଜିଲ୍ଲା ପରିଷଦ ସଦସ୍ୟା ଲକ୍ଷ୍ମୀପ୍ରିୟା ମଲ୍ଲିକ୍, ୨୧ନଂ ଜିଲ୍ଲା ପରିଷଦ ସଦସ୍ୟା ମଞ୍ଜୁ ବେହେରା, ତେଂଟୁଲେଇ ସରପଂଚ ଲିଜା ବେହେରା, ଘଂଟପଡା ସମିତି ସଭ୍ୟା ସରୋଜିନୀ ବେହେରା, ମଣ୍ଡଳ ସଭାପତି ହରମୋହନ ମିଶ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା, ପୂର୍ବତନ ସମିତି ସଭ୍ୟା ଚୈତନ୍ୟ ପ୍ରଧାନ, ବରୁଣ ସାହୁ, ପେସ୍କାର ଗଡନାୟକ, ଗଗନ ସାହୁ, ପୁଲିନ୍ ବିହାରୀ ନାୟକ, ନାଏବ୍ ସରଂପଚ ଉର୍ମିଳା ଦେହୁରୀ, ସହଦେବ ସାହୁ, ମିଡିଆ ସେଲ୍ ପ୍ରଭାରୀ ପର୍ଶୁରାମ ବାରିକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *