ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ

ବାରିପଦା ୨୬ ମଇ (ଓଡ଼ିଆ ପୁଅ/ସନ୍ତୋଷ କୁମାର ବରଜ) ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି ଚାରି ବର୍ଷ ପୂର୍ତ୍ତି ପାଳନ କରୁଅଛି। ଏହି ଅବସରରେ କଟକ ବାଲିଯାତ୍ରା ପଡିଆରୁ ସାରା ଦେଶକୁ ନିଜ ଦଳର ସଫଳତା ବ୍ୟାଖ୍ୟା କରିବେ। ଅପରପକ୍ଷେ ଜାତୀୟ କଂଗ୍ରେସ ପକ୍ଷରୁ ଭାରତୀୟ ଜନତା ପାର୍ଟି କୁ ବିରୋଧ କରି ବିଶ୍ୱାସଘାତକ ଦିବସ ପାଳନ କରାଯାଉଛି।ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଠିକ ସେହିପରି ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଅହେତୁକ ତୈଳ ଦର ବୃଦ୍ଧି ବିରୋଧରେ ପ୍ରଧାନମନ୍ତ୍ରୀ ମୋଦିଙ୍କର କୁଶପୁତ୍ତଳିକା ଦାହ କରାଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ସୁଶୀଳା ତିରିଆ, ସଭାପତି ପଦୀପ ରଥ, ଉପ -ସଭାପତି ଅରବିନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପକ୍ଷରୁ ପିଣ୍ଟୁ ମଇତି, ମାନସ ବେହେରା, ବିଜୁ ସିଂ ଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଯୋଗଦେଇ ଥିଲେ।

Leave a Reply

Your email address will not be published. Required fields are marked *