ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଚତୁର୍ଥ ବୈଠକ

ନୂଆଦିଲ୍ଲୀ ୧୨-୨ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ)ର ଚତୁର୍ଥ ବୈଠକ ୧୨ ଫେବୃଆରୀ ୨୦୧୮ ଦିନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୀତି ଆୟୋଗ ସଦସ୍ୟ ତଥା ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଡ. ବିବେକ ଦେବରାୟ ଅଧ୍ୟକ୍ଷତା କରିଥିଲେ।

ଫେବୃଆରୀ ୧, ୨୦୧୮ରେ ସଂସଦରେ ଉପସ୍ଥାପିତ ହୋଇଥିବା ୨୦୧୮-୧୯ ଆର୍ଥିକ ବର୍ଷର ବଜେଟରେ ସରକାରଙ୍କ ପକ୍ଷରୁ ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଘୋଷଣା କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଲାଗି ସାମ୍ଭାବ୍ୟ ରୂପରେଖ ଉପରେ ପ୍ରଧାନମନ୍ତ୍ରୀ ଅର୍ଥନୈତିକ ପରାମର୍ଶଦାତା ପରିଷଦ ବୈଠକରେ ଆଲୋଚନା କରାଯାଇଥିଲା। ଇଏସି-ପିଏମର ଅସ୍ଥାୟୀ ସଦସ୍ୟା ଡ. ଶମିକା ରବି “ସ୍ୱାସ୍ଥ୍ୟ ସଂସ୍କାର” ଶୀର୍ଷକ ପ୍ରସଙ୍ଗ ଉପରେ ଏକ ବିସ୍ତୃତ ଉପସ୍ଥାପନା କରିଥିଲେ। ଇଏସି-ପିଏମର ଅନ୍ୟତମ ଅସ୍ଥାୟୀ ସଦସ୍ୟା ଡ. ଅସୀମା ଗୋୟଲ “ଭାରତୀୟ ରାଜସ୍ୱ-ମୌଦ୍ରିକ ରୂପରେଖ: ଆଧିପତ୍ୟ ନା ସମନ୍ୱୟ?” ଶୀର୍ଷକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ। ଭାରତରେ ବିଶ୍ୱବ୍ୟାଙ୍କର ଅଗ୍ରଣୀ ଅର୍ଥନୀତିଜ୍ଞ ପୁନମ ଗୁପ୍ତା “ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ବିଶ୍ୱବ୍ୟାଙ୍କର ରିପୋର୍ଟ” ଉପରେ ଏକ ଉପସ୍ଥାପନା ପ୍ରଦର୍ଶନ କରିଥିଲେ।

Leave a Reply

Your email address will not be published. Required fields are marked *