ଓଡ଼ିଶା

ପ୍ରଦେଶ ମହିଳା କଂଗ୍ରେସର ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର ୧୬.୯ (ଓଡ଼ିଆ ପୁଅ) – ଶନିବାରଦିନ ମହିଳା କଂଗ୍ରେସର ୩୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଦେଶ ମହିଳା କଂଗ୍ରେସ କମିଟିର ଏକ କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ କାର୍ଯ୍ୟାଳୟ ଠାରେ ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକର ପ୍ରାରମ୍ଭରେ ନିଖିଳ ଭାରତ ମହିଳା କଂଗ୍ରେସ ପକ୍ଷରୁ ଉନ୍ମୋଚନ ହୋଇଥିବା ମହିଳା କଂଗ୍ରେସର ଦଳୀୟ ପତାକାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉତୋଳନ କରିଥିଲେ। ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଲେ ଯେ କଂଗ୍ରେସ ଦଳ ସବୁବେଳେ ମହିଳା କଂଗ୍ରେସକୁ ପ୍ରାଧାନ୍ୟ ଦେଇଆସିଛି ଏବଂ ଆଗାମୀ ଦିନରେ ସେହି ଧାରା ବଜାୟ ରହିବ। ଏହି ନୂତନ ପତାକାଟି ମହିଳା କଂଗ୍ରେସକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଏହି କାର୍ଯ୍ୟକ୍ରମରେ ସିଡବ୍ଲୁସି ସଦସ୍ୟ ଶ୍ରୀ ରାମଚନ୍ଦ୍ର ଖୁଂଟିଆ, ଅଖିଳ ଭାରତ କଂଗ୍ରେସ କମିଟିର ସଂପାଦକ ଶ୍ରୀ ରୁଦ୍ର ରାଜୁ, ପିସିସି ଉପସଭାପତି ଅଧ୍ୟାପକ କୈଳାସ ଆଚାର୍ଯ୍ୟ ଓ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ ମହିଳା ଶସକ୍ତିକରଣ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ତୃଣମୂଳ ସ୍ତରରେ ମହିଳା କଂଗ୍ରେସକୁ ସୁଦୃଢ଼ କରିବାକୁ ଉପାଦେୟ ପରାମର୍ଶ ଦେଇଥିଲେ। କେନ୍ଦ୍ର ଓ ରାଜ୍ୟ ସରକାର ମହିଳାମାନଙ୍କୁ ସୁରକ୍ଷା ଦେବାରେ ଯେଭଳି ବିଫଳ ହୋଇଛନ୍ତି ଓ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦରଦାମ ଅହେତୁକ ବୃଦ୍ଧି ହୋଇଛି ତା ପ୍ରତିବାଦରେ ମହିଳା କଂଗ୍ରେସ ପକ୍ଷରୁ ଚଳିତ ସେପ୍ଟେମ୍ବର ଶେଷ ସପ୍ତାହରେ ଜିଲାୱାରୀ ମହିଳା ଆକ୍ରୋଶ ଯାତ୍ରା କାର୍ଯ୍ୟକ୍ରମ ଗ୍ରହଣ କରିବାକୁ ବୈଠକରେ ସର୍ବସମ୍ମତି ପ୍ରସ୍ତାବ ଗ୍ରହଣ କରାଗଲା। ଏହି ବୈଠକରେ ଜିଲା ସଭାପତି ଏବଂ ରାଜ୍ୟ କର୍ମକର୍ତା ସଂଗଠନକୁ ସୁଦୃଢ଼ କରିବାପାଇଁ ସେମାନଙ୍କର ସୁଚିନ୍ତିତ ମତାମତ ଦେଇଥିଲେ। ଶେଷରେ ମହିଳା କଂଗ୍ରେସ ଉପସଭାପତି ଶୁଶ୍ରୀ ଶୁଭାସିନୀ ମହାକୁଡ଼ ଧନ୍ୟବାଦ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସାବିତ୍ରୀ ଚୌଧୁରୀ, ପ୍ରଣତୀ ମିଶ୍ର, ସ୍ୱାଧୀନବାଳା ଦାସ, ରଶ୍ମି ମହାପାତ୍ର, ବିନୋଦିନୀ ମହାନ୍ତି, ଜାନକୀ ମଲ୍ଲିକ, ଜୟଶ୍ରୀ ପଟ୍ଟନାୟକ, ସବିତା ସ୍ୱାଇଁ, ଶୋଭା ସିଂ, ଚିତ୍ରଲେଖା ମହାନ୍ତି, କମଳା ତିରିଆ, ପ୍ରତିମା ମଲ୍ଲିକ, ଗୋରଟି ଖେସ, ସ୍ନେହଲତା ନାୟକ, ଉର୍ବଶୀ ମିଶ୍ର, ଶଶୀପ୍ରଭା ମୁଣ୍ଡା, ଶ୍ରୀୟା ମହାନ୍ତି, ଶୈଳବାଳା ଜେନା, କମଳା ବରାଳ, ପି ନାଗରତ୍ନମ, ଇପିଲି ନାଗଲକ୍ଷ୍ମି, ଉମାରାଣୀ ନାୟକ, ନିରୁପମା ପାତ୍ର, ଅନିତା ନାୟକ, ଅଗୁର ବେଗମ୍, ସବିତା ଚାନ୍ଦ, ସୁଚିତ୍ରା ବେଉରା, ମିତା ରାଏ, ଏମ୍ ଏ ପର୍ବିନ, ଅନିତା ଭଦ୍ର, ସୁସ୍ମିତା ଘୋଷାଲ, ସୁତାପା ମିତ୍ର, ସ୍ୱରୁପା ତ୍ରିପାଠୀ, ଅନପୂର୍ଣ୍ଣା ଦାସ, ସତ୍ୟଭାମା ମେହେର, ସିଲି ସେଠୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top