ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ସେବାଦଳ ପ୍ରତିଷ୍ଠାତା ଡ. ଏନ୍ .ଏସ୍ . ହାଡିକରଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର ୭.୫ (ଓଡ଼ିଆ ପୁଅ) – କଂଗ୍ରେସ ସେବାଦଳର ପ୍ରତିଷ୍ଠାତା ଡ. ଏନ୍ .ଏସ୍ . ହାଡିକରଙ୍କ ୧୨୯ତମ ଜୟନ୍ତୀ ଉତ୍ସବ ଆଜି ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ପୂର୍ବତନ ସେବାଦଳ ମୁଖ୍ୟ ସଂଗଠକ ଶ୍ରୀ ଶିବେନ୍ଦ୍ର ହାତିଙ୍କ ଅଧ୍ୟକ୍ଷତାରେ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ କଂଗ୍ରେସ ଭବନ ଠାରେ ଆୟୋଜିତ ଏକ ବୈଠକରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେବାଦଳକୁ ଅଧିକ ସକ୍ରୀୟ ଓ ସୁଦୃଢ କରିବାକୁ କହିଥିଲେ। ସେଥିପାଇଁ ଜିଲ୍ଲା ସ୍ତରରେ ସେବାଦଳ କର୍ମମାନଙ୍କୁ ଏକତ୍ରିତ କରି ଆଗାମୀ ଦିନରେ ଏକ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ ଓ ନୂତନ କର୍ମୀ ସୃଷ୍ଟି କରାଯିବ ବୋଲି ଉଲ୍ଲେଖ କରିଥିଲେ। ଏହି ବୈଠକକୁ ଶ୍ରୀ ଜ୍ୟୋତିଷ କୁମାର ସାହୁ ପରିଚାଳନା କରିଥିଲେ ଓ ନଳିନୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ସେବାଦଳ କର୍ମକର୍ତ୍ତା ସର୍ବଶ୍ରୀ ବାସୁଦେବ ପରିଡା, ମାଧବ ବିଶ୍ୱାଳ, ରବିନ୍ଦ୍ର ବେହେରା, ରତ୍ନାକର ବେହେରା, ବିଜୟଲକ୍ଷ୍ମୀ ମହାପାତ୍ର, ଏମ୍ .ଡି. ଶାହାଦୁଲ୍ଲା, ମୁରଲୀ ମନୋହର ଯାଦବ, କୁଳମଣି ସାହୁ, ବୈଦ୍ୟନାଥ ସାହୁ ପ୍ରମୁଖ ଉଦ୍ ବୋଧନ ଦେଇ ସେବାଦଳକୁ ସୁଦୃଢ କରିବାକୁ ଉପାଦେୟ ପରାମର୍ଶମାନ ଦେଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ମାତରମ୍ ଗାନ କରାଯାଇ ଡ. ହାର୍ଡିକରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ଓ ଶେଷରେ ଜନଗଣମନ ଗାନ କରାଯାଇ ସଭା ସାଂଗ କରାଯାଇଥିଲା। ଏହି ବୈଠକରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସେବାଦଳ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *