ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଲେ ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର ୧ ମାର୍ଚ୍ଚ (ଓଡ଼ିଆ ପୁଅ) କଂଗ୍ରେସର ଗଡ଼ ବିଜେପୁରରେ ଶୋଚନୀୟଭାବେ କଂଗ୍ରେସ ଉପନିର୍ବାଚନ ହାରିବା ପରେ ପ୍ରଦେଶ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରସାଦ ହରିଚନ୍ଦନ। ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଛନ୍ତି।

ପ୍ରସାଦଙ୍କ ଶ୍ୱଶୁର ତଥା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସୁରେଶ ରାଉତ ରାୟ ଗୋଟିଏ ଦିନ ପୂର୍ବରୁ କହିଥିଲେ ଯେ, ବିଜେପୁରରେ କଂଗ୍ରେସର କିଛି ନେତା ପଛରୁ ଛୁରୀକା ଘାତ କରିଥିବାରୁ ବିଜେପୁରରେ କଂଗ୍ରେସର ପରାଜୟ ହେଲା। ପିସିସି ସଭାପତି ମିଳିବା ଆଶାରେ ତିନିଜଣ ପ୍ରମୁଖ ନେତା ବିଜେପୁରରେ ଚକ୍ରାନ୍ତ କରିଛନ୍ତି। ଫଳାଫଳରେ କଂଗ୍ରେସର ଶୋଚନୀୟ ପରାଜୟ ହେବା ପରେ ଦଳ ଭିତରର ଷଡ଼ଯନ୍ତ୍ର କୁ ନେଇ ପ୍ରସାଦ ଇସ୍ତଫା ଦେଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। (ଫାଇଲ ଫଟୋ)

Leave a Reply

Your email address will not be published. Required fields are marked *