ଭୁବନେଶ୍ୱର ତା ୪.୨ (ଓଡ଼ିଆ ପୁଅ) – ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ରାଜଭବନ ଛକସ୍ଥିତ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏବଂ ଅନ୍ୟ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଯୁଧିଷ୍ଠୀର ଜେନା, ଶିବାନନ୍ଦ ରାୟ, ଶୁଭେନ୍ଦୁ ମହାନ୍ତି, ଡା. ଲଲାଟେନ୍ଦୁ ମହାପାତ୍ର, ମନୋରଞ୍ଜନ ଦାଶ, ବିଜୟ ଦ୍ୱିବେଦୀ, ମାନସ ରଞ୍ଜନ ଆଚାର୍ଯ୍ୟ, ଜ୍ୟୋତିଷ ସାହୁ, ସୁଧାଂଶୁ ମହାନ୍ତି, ବିକ୍ରମ ସାହୁ, ହଳଧର ସେଠୀ, ଲିଙ୍ଗରାଜ ସାହୁ, ଜୟକୃଷ୍ଣ ମଲିଆ, ଜୟଶ୍ରୀ ପଟ୍ଟନାୟକ, ମନୋରଞ୍ଜନ ରାଉତରାୟ, କୈଳାସ ସାହୁ, ପ୍ରକାଶ ମିଶ୍ର, ଦୀପକ ସାହୁ, ସଂଜୟ ମିଶ୍ର, ସଂଜୟ ରାୟ, ତରୁଣ ମିଶ୍ର, ଆଲୋକ ମହାନ୍ତି, ଦେବେନ୍ଦ୍ର ପ୍ରତାପ ଦାସ, ସୁଚନ୍ଦ୍ର ବାରିକ ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ।
