Home Top News ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ପ୍ରତିଷ୍ଠା ଦିବସ ପାଳିତ

29

ଭୁବନେଶ୍ୱର ୨୮.୧୨ (ଓଡ଼ିଆ ପୁଅ) – ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି କଂଗ୍ରେସ ଭବନ, ଭୁବନେଶ୍ୱର ଠାରେ ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ସଭାପତି ନିରଞ୍ଜନ ପଟ୍ଟନାୟକ ଦଳୀୟ ପତାକା ଉତୋଳନ କରି ଉପସ୍ଥିତ କଂଗ୍ରେସ ନେତୃବୃନ୍ଦ ଓ କର୍ମୀମାନଙ୍କୁ ଉଦବୋଧନ ଦେଇ କହିଲେ ଯେ ଆଜକୁ ଠିକ୍ ୧୩୭ ବର୍ଷ ତଳେ କଂଗ୍ରେସ ଦଳ ପ୍ରତିଷ୍ଠା କରାଯାଇ ଦେଶକୁ ସ୍ୱାଧୀନ କରିବାପାଇଁ ଯେଉଁ ମହାମନିଷୀ ମାନେ ତ୍ୟାଗ ଓ ବଳିଦାନ ଦେଇଥିଲେ ତାକୁ ଆଜି ଆମେ ସ୍ମରଣ କରିବା ଉଚିତ୍। ମହାତ୍ମା ଗାନ୍ଧୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଭାରତକୁ ଏକ ପ୍ରଗତିଶୀଳ ରାଷ୍ଟ୍ର ଭାବରେ ପରିଚୟ ଦେବାପାଇଁ ଯେଉଁ ପ୍ୱପ୍ନ ଦେଖିଥିଲେ ଆଜି ସେହି ଗଣତନ୍ତ୍ରକୁ ପ୍ରତିଦିନ ହତ୍ୟା କରାଯାଉଛି। ମହାତ୍ମା ଗାନ୍ଧୀ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀଙ୍କ ଚିନ୍ତାଧାରା ଓ କାର୍ଯ୍ୟକ୍ରମକୁ ଆମେ କାର୍ଯ୍ୟକାରୀ କରିବାକୁ ଆଜି ସଂକଳ୍ପ ନେବା ଉଚିତ୍ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ସେବାଦଳ ଅଧ୍ୟକ୍ଷ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଏବଂ ଏମଡି ଶାହାଦୁଲ୍ଲା ପରିଚାଳନା କରିଥିଲେ।

ଆଜିର ଏହି କାର୍ଯ୍ୟକ୍ରମରେ ଏଆଇସିସି ସଂପାଦକ ଶ୍ରୀ ଜି ରୁଦ୍ର ରାଜୁ, ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ଚିରଞ୍ଜିବ ବିଶ୍ୱାଳ, କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଶରତ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ, ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଚିନ୍ମୟ ସୁନ୍ଦର ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ଅଜିତ କୁମାର, ଚେନସିଂ ସାମଲେ, ମନୋରଞ୍ଜନ ଦାଶ, ସ୍ମୃତି ରଞ୍ଜନ ଲେଙ୍କା, ୟାସିର ନୱାଜ, ହଳଧର ସେଠୀ, ବିସ୍ମୟ ମହାପାତ୍ର, ରଜନୀ ମହାନ୍ତି, କନକଲତା ମଲ୍ଲିକ, ପ୍ରକାଶ ମିଶ୍ର, ବିଶ୍ୱଜିତ ଦାଶ, ସୁବ୍ରତ ମହାପାତ୍ର, ସତ୍ୟବ୍ରତ ନାୟକ, ସମ୍ଭୁନାଥ ପାଣିଗ୍ରାହୀ, ଅଭିଷେକ ମହାନନ୍ଦ, ଅଂଶୁମାନ ମହାନ୍ତି, ଅଶୋକ ଦାସ, ଭାସ୍କର ସେଠୀ, ଲିଙ୍ଗରାଜ ସାହୁ, ସ୍ୱାଧୀନବାଳା ଦାସ, କୁସୁମ ପ୍ରଧାନ, ଜୟକୃଷ୍ଣ ମଲ୍ଲିଆ, ଗୀତାଞ୍ଜଳି ମହାନ୍ତି, କୁଳମଣି ସାହୁ, ସଂକୁନା କହଁର, ସୁଶାନ୍ତ ତ୍ରିପାଠୀ, ଚୈତାଳି ପଟ୍ଟନାୟକ, ଜିଆଉଲ ହକ, ଜୟକୃଷ୍ଣ ସୁବୁଦ୍ଧି, ଦୀପକ କୁମାର ମହାପାତ୍ର, ବାଙ୍କନିଧି ବେହେରା, ମଧୁସ୍ମିତା ସେଠୀ, ମୁନି ଥାପ୍ପା, ମିହିର ଆଚାର୍ଯ୍ୟ, ମୋହନ ଜେନା, ମନୋରଞ୍ଜନ ରାଉତରାୟ, ପ୍ରଦୀପ କୁମାର ମହାପାତ୍ର, ରଣଜିତ ପାତ୍ର, ଆଲୋକ ମହାନ୍ତି, ପ୍ରଦୀପ ପ୍ରଧାନ, ଦେଓ ପ୍ରସାଦ, ସୁଭାଷ ପ୍ରଧାନ, ସାଗର ପରିଡ଼ା, ସାଗର ପଟ୍ଟନାୟକ, ତାପସ ସେଠୀ, ମଂଟୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.