ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ଭୁବନେଶ୍ୱର ତା ୩୦.୧ (ଓଡ଼ିଆ ପୁଅ) – ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଚନ୍ଦ୍ରଶେଖରପୁର ନାଲ୍ କୋ ଛକସ୍ଥିତ ଗାନ୍ଧୀ ପାର୍କ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ଏବଂ ଅନ୍ୟ କଂଗ୍ରେସ ନେତୃବୃନ୍ଦ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ଠାରେ ନେତୃବୃନ୍ଦ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ଏହି ଅବସରରେ କଂଗ୍ରେସ ଭବନ ପରିସରରେ ଆୟୋଜିତ ଭଜନ ସମାରୋହରେ ରାମଧୁନ୍ ଓ ଗାନ୍ଧିଜୀଙ୍କ ପ୍ରିୟ ଭଜନ ପରିବେଷଣ କରାଯାଇଥିଲା।

ଏହି ସମସ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ଡମ୍ବରୁଧର ଉଲାକା, ସମୀର କୁମାର ରାଉତରାୟ, ସୁରେଶ କୁମାର ରାଉତରାୟ, ସନ୍ଧ୍ୟା ମହାପାତ୍ର, ଶିବାନନ୍ଦ ରାୟ, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ଡ. ଲଲାଟେନ୍ଦୁ ମହାପାତ୍ର, ବିରେନ୍ ମୋହନ ପଟ୍ଟନାୟକ, ମନୋରଞ୍ଜନ ଦାଶ, ଜ୍ୟୋତିଷ ସାହୁ, ବିକ୍ରମ ସାହୁ, ଜୟଶ୍ରୀ ପଟ୍ଟନାୟକ, ସତ୍ୟବ୍ରତ ନାୟକ, ହଳଧର ସେଠୀ, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ବାଙ୍କନିଧି ବେହେରା, ଜୟକୃଷ୍ଣ ମଲିଆ, ଦୀପକ ସାହୁ, ଅଲେଖ ସାମଲ, ସୁଶାନ୍ତ ତ୍ରିପାଠୀ, ତରୁଣ ମିଶ୍ର, ବିକାଶ ଗରାବଡୁ, ମାନସ ଆଚାର୍ଯ୍ୟ, ଆଲୋକ ମହାନ୍ତି, ମନୋରଞ୍ଜନ ରାଉତରାୟ, ସଞ୍ଜୟ ମିଶ୍ର, ଶ୍ରୀନିବାସ ରାଉତରାୟ, ରାଜକିଶୋର ବାରିକ୍,  ଦେବେନ୍ଦ୍ର ମହାନ୍ତି, ପ୍ରଦୀପ ସ୍ୱାଇଁ, ସଞ୍ଜୟ ରାୟ, ଜାନକୀ ମଲ୍ଲିକ, ଦେବପ୍ରସାଦ ଦାସ, ସୁଚନ୍ଦ୍ର ବାରିକ, କୈଳାସ ମୁଖୀ, ସିଦ୍ଧାର୍ଥ ମହାନ୍ତି ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *