ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର ୭.୫ (ଓଡ଼ିଆ ପୁଅ) – ଓଡିଶା ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗର କାର୍ଯ୍ୟକାରିଣୀ ବୈଠକ କଂଗ୍ରେସ ଭବନ ଭୁବନେଶ୍ୱର ଠାରେ ଅଧ୍ୟକ୍ଷ ଶ୍ରୀ କୃଷ୍ଣଚନ୍ଦ୍ର ଶାଗରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଯୋଗଦେଇ କହିଲେ ଯେ ରାଜ୍ୟରେ ବର୍ତ୍ତମାନ ଅନୁସୂଚିତ ଜାତି / ଜନଜାତି ବର୍ଗର ଜନସାଧାରଣଙ୍କ ଉପରେ ହେଉଥିବା ଅତ୍ୟାଚାର ଚରମ ସୀମାରେ ପହଞ୍ଚିଛି। ଦୋଷୀଙ୍କୁ କଠୋର ଦଣ୍ଡ ଦେବା ବଦଳରେ ବିଜେଡି ସରକାର ନୀରବଦ୍ରଷ୍ଟା ସାଜିଛି। ବର୍ତ୍ତମାନ ଜନସାଧାରଣ ସଂଗଠିତ ହେବାର ସମୟ ଆସିଛି। ୨୦୧୯ ନିର୍ବାଚନରେ ଏଭଳି ଏକ ଦୁର୍ନୀତିଗ୍ରସ୍ତ ସରକାରକୁ ଜନସାଧାରଣ ଉଚିତ୍ ଜବାବ ଦେବାକୁ ସେ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ଏଆଇସିସି ଯୁଗ୍ମ ସଂପାଦକ ଶ୍ରୀ ଆଦିତ୍ୟ ଶର୍ମା ଯୋଗ ଦେଇଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, କାର୍ଯ୍ୟକାରୀ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଉପାଧ୍ୟକ୍ଷ ପ୍ରଶାନ୍ତ ନାୟକ, ମମତାଞ୍ଜଳି ବେହେରା, ଜୟଦେବ ନାୟକ, ଅକ୍ଷୟ ମଲିକ, ହଳଧର ସେଠୀ, ଦୁର୍ଯେ୍ୟାଧନ ଠାକୁର, ଗଣେଶ୍ୱର ମଲିକ, ତ୍ରିଲୋଚନ ନନ୍ଦ, ଶ୍ରୀଧର ବାରିକ, ସର୍ବେଶ୍ୱର ସେଠୀ, ଜୟନ୍ତ ଭୋଇ, ଅଭୟ ମଲିକ, ଗଜେନ୍ଦ୍ର ତନ୍ତୀ, ନଳିନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *